CCTV footage shows a nursery student being assaulted inside a classroom in Lucknow, Uttar Pradesh.

ମୁଣ୍ଡ ତଳକୁ ନକରିବାରୁ ୫ ବର୍ଷର ନର୍ସରୀ ଛାତ୍ରକୁ ୮ ମିନିଟ ଧରି ମାଡ଼, ସିସିଟିଭିରେ କଏଦ ହେଲା ଘଟଣା

ଉତ୍ତର ପ୍ରଦେଶର ଲକ୍ଷ୍ନୌର ଏକ ବେସରକାରୀ ସ୍କୁଲରେ ଜଣେ ୫ ବର୍ଷର ନର୍ସରୀ ଛାତ୍ରକୁ କ୍ଲାସ୍ ମନିଟର ପ୍ରାୟ ୮ ମିନିଟ ଧରି ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ମାଡ଼ ଯୋଗୁଁ ପିଲାଟିର ମୁହଁ ଓ ଗାଲରେ ଗୁରୁତର ଆଘାତ ଲାଗିଥିବା ବେଳେ ତାକୁ ପିଜିଆଇ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ସମଗ୍ର ଘଟଣା ସ୍କୁଲର ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ବିଚଳିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ଜଣେ ୫ ବର୍ଷର ନର୍ସରୀ ଛାତ୍ରକୁ କ୍ଲାସ୍ ମନିଟର ପ୍ରାୟ ୮ ମିନିଟ ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଲକ୍ଷ୍ନୌସ୍ଥିତ ଏଏଲଏସ୍ ଏକାଡେମୀରେ ଘଟିଥିବା ବେଳେ ସମଗ୍ର ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁଯାୟୀ, ଶ୍ରେଣୀଗୃହରେ ପ୍ରାୟ ୧୮ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷୟିତ୍ରୀ ସେମାନଙ୍କୁ ମୁଣ୍ଡ ଡେସ୍କ ଉପରେ ରଖିବାକୁ କହିଥିଲେ। ଏହାପରେ ସେ କ୍ଲାସ୍ ମନିଟରଙ୍କୁ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ କହି ଶ୍ରେଣୀଗୃହରୁ ବାହାରକୁ ଚାଲିଯାଇଥିଲେ।

ଶିକ୍ଷୟିତ୍ରୀ ଚାଲିଯିବା ପରେ ଯେଉଁ ଛାତ୍ରଛାତ୍ରୀମାନେ ମୁଣ୍ଡ ଉପରକୁ ଉଠାଉଥିଲେ, ମନିଟର ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ପରେ ଜଣେ ୫ ବର୍ଷର ଛାତ୍ର ମୁଣ୍ଡ ଉପରକୁ ଉଠାଇବା ପରେ ତାଙ୍କୁ ବାରମ୍ବାର ଚାପୁଡ଼ା ମରାଯାଇଥିଲା। ଏପରିକି ଛାତ୍ରଟି ଯନ୍ତ୍ରଣାରେ ମୁଣ୍ଡ ଉଠାଇବା ପରେ ତାଙ୍କ ମୁଣ୍ଡକୁ ଜୋରଜବରଦସ୍ତ ଡେସ୍କ ଉପରେ ରଖି ଦିଆଯାଇଥିଲା।

ଭୟଭୀତ ହୋଇ ପିଲାଟି ଶ୍ରେଣୀଗୃହରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ମନିଟର ପୁଣି ତାକୁ ମାଡ଼ ମାରିଥିଲେ। ପ୍ରାୟ ୮ ମିନିଟ ଧରି ଏହି ଘଟଣା ଚାଲିଥିବା ବେଳେ ପରେ ଶିକ୍ଷୟିତ୍ରୀ ଫେରି ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇ ବସାଇଥିଲେ।

ଘରକୁ ଫେରିବା ପରେ ପିଲାଟିର ଫୁଲି ଯାଇଥିବା ମୁହଁ ଏବଂ ଗାଲରେ ଆଘାତ ଚିହ୍ନ ଦେଖି ତାଙ୍କ ବାପାମାଆ ଘଟଣା ସମ୍ପର୍କରେ ଜାଣିଥିଲେ। ପରେ ସେମାନେ ସ୍କୁଲକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ପିଲାଟିକୁ ପିଜିଆଇ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ତାହାର ଚିକିତ୍ସା ଚାଲିଛି।

ଘଟଣା ପ୍ରକାଶ ପାଇବା ପରେ ସ୍କୁଲ ପ୍ରଶାସନ ଅଭିଯୁକ୍ତ କ୍ଲାସ୍ ମନିଟରଙ୍କୁ ସ୍କୁଲରୁ ବହିଷ୍କାର କରିଛି। ଅନ୍ୟପଟେ, ପିଲାଟିର ବାପାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Latest News
ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+