ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଲଗାଣ ବର୍ଷା ଜାରି, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
Heavy rainfall continues across Odisha as IMD issues Orange Alert for several districts due to an active low-pressure system.
Heavy rainfall continues across Odisha as IMD issues Orange Alert for several districts due to an active low-pressure system.

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପାଇଁ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ସାମିଲ ରହିଛି। ଏହି ଜିଲ୍ଲାଗୁଡ଼ିକରେ ହାଲୁକାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ପାଇଁ ପଶ୍ଚିମ ଓଡ଼ିଶାର ୧୨ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପଟେ, ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଉପରେ ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

LIVE TV
LIVE
Latest News
୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ...

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର...

DUSU ନିର୍ବାଚନ ୨୦୨୬: ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୬% ମତଦାନ, ତ୍ରିମୁଖୀ ଲଢ଼େଇରେ କଡ଼ା ଟକ୍କର

DUSU ନିର୍ବାଚନ ୨୦୨୬: ପ୍ରଥମ ପର୍ଯ୍ୟାୟରେ ପ୍ରାୟ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...

ବଦଳିଲା ପାସପୋର୍ଟ ନିୟମ, ଫି’ ମଧ୍ୟ ବଢ଼ିଲା; ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କିପରି ପ୍ରଭାବ?

ବଦଳିଲା ପାସପୋର୍ଟ ନିୟମ, ଫି’ ମଧ୍ୟ ବଢ଼ିଲା;...

ଯଦି ଆପଣ ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଛନ୍ତି,...

ଡେଙ୍ଗୁ ବିରୋଧରେ ଭାରତର ବଡ଼ ପଦକ୍ଷେପ: ମଞ୍ଜୁରୀ ପାଇଲା ‘QDENGA’ ଭ୍ୟାକ୍ସିନ୍, ୨୦୨୭ରେ ମିଳିବ

ଡେଙ୍ଗୁ ବିରୋଧରେ ଭାରତର ବଡ଼ ପଦକ୍ଷେପ: ମଞ୍ଜୁରୀ...

ଡେଙ୍ଗୁ ବିରୋଧରେ ଭାରତର ଟିକାକରଣ ପ୍ରୟାସରେ ଏକ ନୂଆ ଅଧ୍ୟା...

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ ମନ୍ତ୍ରୀ KM ଶାଜିଙ୍କୁ ନେଇ ରାଜନୈତିକ ବିବାଦ

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ...

କେରଳରେ ମନ୍ତ୍ରୀଙ୍କ ସରକାରୀ ଯାତ୍ରା ପାଇଁ ବ୍ୟକ୍ତିଗତ Ran...

ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ HTT-40 ‘ଅଙ୍କୁର’, ଏଥିରେ ପ୍ରଶିକ୍ଷଣ ନେବେ ଭବିଷ୍ୟତ ପାଇଲଟ୍

ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ HTT-40 ‘ଅଙ୍କୁର’,...

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏରୋସ୍ପେସ୍ କ୍ଷେତ୍ରରେ ଆଉ ଏକ...

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ ୟୁଟର୍ଣ୍ଣ; ରେଜିନଗରରେ ପୁଣି ନିର୍ବାଚନ ଲଢ଼ିବେ ରବିଉଲ ଆଲମ

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ...

ପଶ୍ଚିମବଙ୍ଗର ରେଜିନଗର ଉପନିର୍ବାଚନକୁ ନେଇ ଶନିବାର ମମତା ବ...

DUSU ନିର୍ବାଚନ ୨୦୨୬: ୩ଟି ପଦ ଜିତିଲା ABVP, ଅଧ୍ୟକ୍ଷ ହେଲେ ଯଶ ଡବାସ

DUSU ନିର୍ବାଚନ ୨୦୨୬: ୩ଟି ପଦ ଜିତିଲା...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...

ମେଡିକାଲ କଲେଜ୍‌ରେ ୯୧% SC ସଂରକ୍ଷଣ ଉପରେ ରହିତାଦେଶ: ସୁପ୍ରିମକୋର୍ଟ ଯିବାକୁ ମାୟାବତୀଙ୍କ ଦାବି

ମେଡିକାଲ କଲେଜ୍‌ରେ ୯୧% SC ସଂରକ୍ଷଣ ଉପରେ...

ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା ଖାଦ୍ୟ ଦରକୁ ନେଇ ମୋଦୀ ସରକାରଙ୍କୁ ଜୟରାମ ରମେଶଙ୍କ ଟାର୍ଗେଟ୍

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା...

ବଢ଼ୁଥିବା ଖାଦ୍ୟଦ୍ରବ୍ୟ ଦରକୁ ନେଇ କଂଗ୍ରେସ ନେତା ଜୟରାମ ର...

ବିଦ୍ୟୁତ ବିଲ୍ ବକେୟା ପାଇଁ ୨୫ ସ୍କୁଲର ବିଜୁଳି କାଟ୍‌, ଗଛ ତଳେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ବିଦ୍ୟୁତ ବିଲ୍ ବକେୟା ପାଇଁ ୨୫ ସ୍କୁଲର...

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ବିଲ୍‌ ବକେୟ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+