ଦେଓଘର ଚାରା ଦୁର୍ନୀତି ମାମଲାରେଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଆଶ୍ୱସ୍ତିମିଳିଛି। ଲାଲୁଙ୍କ ଜାମିନ୍ ରଦ୍ଦ କରିବା ପାଇଁ ସିବିଆଇ ଦାଖଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କୌଣସି ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।
ଝାଡ଼ଖଣ୍ଡ ହାଇକୋର୍ଟ ଅସୁସ୍ଥତା କାରଣରୁ ଲାଲୁ ଯାଦବଙ୍କୁ ଜାମିନ୍ ପ୍ରଦାନ କରିଥିଲେ। ଏହି ଜାମିନ୍ ଆଦେଶ ଉପରେ ରୋକ ଲଗାଇବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।
ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି ଯେ, ଲାଲୁଙ୍କୁ ଜାମିନ୍ ମିଳିବାର ପ୍ରାୟ ୭ ବର୍ଷ ବିତିଗଲାଣି ଏବଂ ଏହି ଆବେଦନ ୨୦୧୮ ମସିହାରୁ ବିଚାରାଧୀନ ରହିଛି। ଏହା ସହ ହାଇକୋର୍ଟକୁ ମାମଲାର ଶୀଘ୍ର ଶୁଣାଣି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଏସଭି ରାଜୁ ଯୁକ୍ତି ଦେଇଥିଲେ ଯେ, ଲାଲୁଙ୍କ ଦଣ୍ଡ ସ୍ଥଗିତ ରଖିବା ନେଇ ହାଇକୋର୍ଟଙ୍କ ଆଧାର ତ୍ରୁଟିପୂର୍ଣ୍ଣ ଥିଲା।
ସିବିଆଇର ଯୁକ୍ତି ଥିଲା ଯେ, ଲାଲୁଙ୍କ ବିରୋଧରେ ଅଲଗା ଅଲଗା ମାମଲାରେ ଦଣ୍ଡ ରହିଥିବାରୁ ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୪୨୭ ଅନୁଯାୟୀ ଦଣ୍ଡ ଲାଗୁ ହେବା ଉଚିତ୍।
ତେବେ ସୁପ୍ରିମକୋର୍ଟ ସିବିଆଇର ଏହି ଆବେଦନରେ ତତ୍କାଳ ହସ୍ତକ୍ଷେପ କରିନାହାନ୍ତି। କୋର୍ଟ କହିଛନ୍ତି ଯେ ମାମଲାର ଶୀଘ୍ର ଶୁଣାଣି ପାଇଁ ପଦକ୍ଷେପ ନିଆଯିବ ଏବଂ ଏହାକୁ ଛଅ ମାସ ମଧ୍ୟରେ ତାଲିକାଭୁକ୍ତ କରାଯିବ।
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...
କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...
ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...