ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପଖୋର୍ଦ୍ଧା ଜିଲ୍ଲା ପ୍ରଶାସନଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ସୂଚନା ଅନୁଯାୟୀ,ଜୁଲାଇ ୩୦ ତାରିଖ ଦିନ ୧ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତଜିଲ୍ଲାର ସମସ୍ତପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, OAV ଏବଂ ବେସରକାରୀ ସ୍କୁଲବନ୍ଦ ରହିବ।
ଛାତ୍ରଛାତ୍ରୀଙ୍କୁ ଦିନ ୧ଟା ପୂର୍ବରୁମଧ୍ୟାହ୍ନ ଭୋଜନ (MDM)ପ୍ରଦାନ କରି ସ୍କୁଲ ଛୁଟି କରାଯିବ। ତେବେ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ସ୍କୁଲରେ ପୂର୍ବବତ୍ ଉପସ୍ଥିତ ରହିବେ।
ଜିଲ୍ଲାପାଳ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭବନ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧାକୁ ବନ୍ୟା ସମୟରେ ବ୍ୟବହାର ଉପଯୋଗୀ କରି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ୨୪×୭ ରୋଷ୍ଟର ଡ୍ୟୁଟିବ୍ୟବସ୍ଥା କରି ସ୍କୁଲ ଖୋଲା ରଖିବା ଏବଂ ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି। ଏହି କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶାସନ ପକ୍ଷରୁଶୂନ୍ୟ ସହନଶୀଳତା (Zero Tolerance)ନୀତିରେ ଦେଖାଯିବ ବୋଲି ସତର୍କ କରାଯାଇଛି।
ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାରସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ତୁରନ୍ତ ପ୍ରଭାବରୁ ବାତିଲକରାଯାଇଛି।
ପ୍ରଶାସନ ନିର୍ଦ୍ଦେଶ ଦେଇଛି ଯେ—
ଜିଲ୍ଲା ପ୍ରଶାସନ କହିଛି ଯେ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ଏବଂ ଆବଶ୍ୟକ ସ୍ଥଳରେ ତୁରନ୍ତ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ରୁଷରୁ ତେଲ ଓ ଅନ୍ୟ ଶକ୍ତି ଉତ୍ପାଦ କିଣୁଥିବା ଦେଶଗୁଡ଼ିକ ଉ...
ପ୍ଲାଷ୍ଟିକ୍ ବୋତଲରେ ଘର!ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ବାଂଲ...
UPI ପେମେଣ୍ଟରେ ନୂଆ MDR ଲାଗୁ ହେବା ପରେ ଏହାର ଅତିରିକ୍ତ...
ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ବଡ଼ ପଦକ୍...
ଅଗଷ୍ଟ ୨୬ରେ ନେପାଳ-ଚୀନ୍ ସୀମା ନିକଟ ହିମାଳୟ ଅଞ୍ଚଳରେ ଘଟି...
ଟେକ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ...
ପାକିସ୍ତାନରେ ଇନ୍ଧନ ଓ ଅନ୍ତର୍ଜାତୀୟ ତୈଳ ମୂଲ୍ୟକୁ ନେଇ ଚା...
ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...
ଛୋଟ ପିଲାଙ୍କ ପାସପୋର୍ଟକୁ ନେଇ ବଡ଼ ପରିବର୍ତ୍ତନ କରିଛି କେ...