ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଅଭିଯାନ ମଧ୍ୟରେ ଖୋର୍ଦ୍ଧା ପୁଲିସ ଏକ ବଡ଼ ସଫଳତା ହାସଲ କରିଛି। ଗୁରୁବାର ଏକ ୬ ଜଣିଆ ସଂଗଠିତ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ସହ ସମସ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫.୫ ଲକ୍ଷ ଟଙ୍କା ନଗଦ, ୧୩୫ ଗ୍ରାମ ସୁନା ଏବଂ ଅନେକ ମୋବାଇଲ ଫୋନ୍ ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଜୁନ ୩ ତାରିଖରେ ନିୟମିତ ଯାନବାହନ ଯାଞ୍ଚ ସମୟରେ ଖୋର୍ଦ୍ଧା ଟାଉନ ପୁଲିସ ମୁଖ୍ୟ ରାସ୍ତା ନିକଟରେ ଏକ କାରକୁ ଅଟକାଇଥିଲା। ଗାଡ଼ିରେ ଥିବା ଯୁବକମାନଙ୍କ ଆଚରଣ ସନ୍ଦେହଜନକ ଲାଗିବାରୁ ପୁଲିସ ସେମାନଙ୍କୁ ପଚରାଉଚରା କରିଥିଲା।
ଓଡ଼ିଶା ପୁଲିସର AI ଆଧାରିତ ଫେସିଆଲ ରିକଗ୍ନିସନ୍ ଆପ୍ ମାଧ୍ୟମରେ ଜଣେ ଯୁବକଙ୍କ ଫଟୋ ସ୍କାନ୍ କରିବା ପରେ ତାଙ୍କର ପୂର୍ବ ଅପରାଧିକ ରେକର୍ଡ ସାମ୍ନାକୁ ଆସିଥିଲା। ଏହାପରେ ଗାଡ଼ିର ତଲାସୀ ସମୟରେ ବହୁ ପରିମାଣର ନଗଦ ଟଙ୍କା ଓ ସୁନା ଜବତ କରାଯାଇଥିଲା।
ଅଧିକ ଜେରା ପରେ ଜଣାପଡ଼ିଥିଲା ଯେ ଏହି ଗ୍ୟାଙ୍ଗ ଛିନତାଇ, ସୁନା ଚୋରି ଏବଂ ଅନ୍ୟାନ୍ୟ ସମ୍ପତ୍ତି ସମ୍ବନ୍ଧୀୟ ଅପରାଧରେ ଜଡିତ ଥିଲେ। ଜବତ ଟଙ୍କାର ଉତ୍ସ ସମ୍ପର୍କରେ ପଚାରିବାରୁ ସେମାନେ ସୁନାକୁ ‘ରାକା’ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଥିବା କହିଥିଲେ। ପୁଲିସ ତାଙ୍କୁ ଗିରଫ କରିବା ପରେ ଆଉ ତିନି ଜଣ ଚୋରା ସମ୍ପତ୍ତି ଗ୍ରହଣକାରୀଙ୍କ ସନ୍ଧାନ ମିଳିଥିଲା।
ଖୋର୍ଦ୍ଧା ଏସପି ପରମାର ସ୍ମିତ ପର୍ଶୋତ୍ତମଦାସ କହିଛନ୍ତି ଯେ ରାଜ୍ୟରେ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ଏହି ମାମଲାରେ ସମୁଦାୟ ୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ସମସ୍ତ ଅଭିଯୁକ୍ତଙ୍କୁ ଅଦାଲତକୁ ପଠାଯାଇଥିବା ବେଳେ, ସେମାନେ ରାଜ୍ୟର ଅନ୍ୟ କୌଣସି ଲୁଟ୍ କିମ୍ବା ଛିନତାଇ ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଜାରି ରହିଛି।
ଟେନିସ୍ କୋର୍ଟରେ ନିଜର ଆକ୍ରୋବାଟିକ୍ ଖେଳ ଓ ଅନନ୍ୟ ଶୈଳୀ ପ...
ବିରୋଧୀ ଦଳ ନେତା ତଥା ବିଦ୍ରୋହୀ ଟିଏମ୍ସି ନେତା ରିତବ୍ରତ ବ...
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ RG କର ହସ୍ପିଟାଲ...
ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମଥର ପାଇଁ ଜାପା...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ରେ ଅଭିଷେକ ବାନାର୍ଜୀଙ୍କ ଅଫ...
ପାଞ୍ଚଥରର ବିଶ୍ୱ ଚେସ୍ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍ ଚେ...