କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁରରେ ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ହାତୀପଲ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଥିବାରୁ ଗ୍ରାମବାସୀ ଶୁକ୍ରବାର NH-220 ଅବରୋଧ କରି ପ୍ରତିବାଦ କରିଛନ୍ତି।
ସୂଚନା ଅନୁସାରେ, ପାଟଣା ଫରେଷ୍ଟ ରେଞ୍ଜରେ ପ୍ରାୟ ୧୫ ଦିନ ହେବ ୨୬ଟି ହାତୀଙ୍କ ଏକ ପଲ ଘୁରି ବୁଲୁଛି। ଏହି ହାତୀପଲ ବର୍ତ୍ତମାନ ୩ଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ଗାଁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ରାତି ସମୟରେ ହାତୀମାନେ ଧାନ ବିଲ, ପନିପରିବା ଚାଷ ଓ କଖାରୁ ବଗିଚାରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।
ବୁଧବାର ହାତୀମାନେ ଅଞ୍ଚଳର ୪ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଜଣେ ମହିଳା ଗ୍ରାମବାସୀ କହିଛନ୍ତି ଯେ, ହାତୀ ଭାଙ୍ଗିଥିବା ଘର ମଧ୍ୟରେ ତାଙ୍କ ଘର ମଧ୍ୟ ରହିଛି। ଏନେଇ ବନ ବିଭାଗକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ରିଲିଫ୍ କିମ୍ବା କ୍ଷତିପୂରଣ ମିଳିନଥିବା ସେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ହାତୀ ଉପଦ୍ରବରେ ଘର ଓ ଚାଷ ଜମି ଉଭୟ କ୍ଷତିଗ୍ରସ୍ତ ହୋଇଛି। ତେଣୁ ହାତୀପଲଙ୍କୁ ତୁରନ୍ତ ଅନ୍ୟତ୍ର ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।
ଜଣେ ବୃଦ୍ଧା ମହିଳା ନିଜ ଘର ଓ ଫସଲ ନଷ୍ଟ ହୋଇଯାଇଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ସହ କେବଳ ନାତୁଣୀ ଥିବା ବେଳେ ଘର ନଷ୍ଟ ହୋଇଯିବା ପରେ ରହିବା ପାଇଁ ତାଙ୍କ ପାଖରେ ଆଉ କୌଣସି ଆଶ୍ରୟ ନଥିବା ସେ କହିଛନ୍ତି।
ସେପଟେ, ଗ୍ରାମର ସରପଞ୍ଚଙ୍କ କହିବା ଅନୁସାରେ, ହାତୀ ଉପଦ୍ରବ ସମ୍ପର୍କରେ ବନ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ମାନବ ସମ୍ବଳ ଅଭାବ ଥିବା କୁହାଯାଉଛି। ହେଲେ ଏହାର ପ୍ରଭାବ ଘର ଓ ଫସଲ ହରାଇଥିବା ଲୋକଙ୍କ ଉପରେ ପଡ଼ିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ଗ୍ରାମବାସୀ ହାତୀପଲଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା, ହାତୀ ଆକ୍ରମଣରେ ନଷ୍ଟ ହୋଇଥିବା ଘର ଓ ଫସଲ ପାଇଁ କ୍ଷତିପୂରଣ ଦେବା ଏବଂ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ବନ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
କୋଲକାତା:RG କର ମେଡିକାଲ୍ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ...
ଓଡ଼ିଶାକୁ ଖୁବଶୀଘ୍ର ନୂଆ ଲୋକାୟୁକ୍ତ ମିଳିବାକୁ ଯାଉଛି। ଲୋ...
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରାଜପୁର ରୋଡ୍ରେ ଜଣେ ଅବସରପ୍ର...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ନୂଆଦିଲ୍ଲୀ:ଅରୁଣାଚଳ ପ୍ରଦେଶର କିଛି ଅଞ୍ଚଳରେ ଚୀନ୍ ଭାରତୀୟ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ପୁରୀ ଜିଲ୍ଲା ଚାରିଛକ ଥାନା ଅଧୀନ ଦୁର୍ଗେଶ୍ୱର ବାହାରଣା ଗା...
ନୂଆଦିଲ୍ଲୀ:ଶିଶୁମାନଙ୍କୁ ସୋସିଆଲ ମିଡିଆର ଅନିୟନ୍ତ୍ରିତ ପ୍...