Two killed and two critically injured after a shrimp-laden container truck rammed into a parked cement truck in Kendrapara district.

କେନ୍ଦ୍ରାପଡ଼ାରେ ଚିଙ୍ଗୁଡ଼ି ବୋଝେଇ ଟ୍ରକ୍‌ ଦୁର୍ଘଟଣା: ୨ ମୃତ, ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର

କେନ୍ଦ୍ରାପଡ଼ା ଜିଲ୍ଲାର କୁସୁନପୁର ନିକଟ କଟକ-ଚାନ୍ଦବାଲି ରାସ୍ତାରେ ସୋମବାର ଭୋର ସମୟରେ ଏକ ଚିଙ୍ଗୁଡ଼ି ବୋଝେଇ କଣ୍ଟେନର ଟ୍ରକ୍‌ ରାସ୍ତା କଡ଼ରେ ଅଟକିଥିବା ସିମେଣ୍ଟ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି। ସୋମବାର ଭୋର ସମୟରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର କୁସୁନପୁର ନିକଟରେ ଏକ ଚିଙ୍ଗୁଡ଼ି ବୋଝେଇ କଣ୍ଟେନର ଟ୍ରକ୍ ରାସ୍ତା କଡ଼ରେ ଅଟକି ରହିଥିବା ସିମେଣ୍ଟ ବୋଝେଇ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କଣ୍ଟେନର ଟ୍ରକ୍ରେ ଯାତ୍ରା କରୁଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଅଞ୍ଚଳର ରବୀନ୍ଦ୍ର ଜେନା ଏବଂ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଶାନ୍ତନୁ ଜେନା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ଜଣ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁରର ସ୍ୱାଧୀନ ଦାସ ଏବଂ ନୟାଗଡ଼ ଜିଲ୍ଲାର ବୁଢ଼ିଆ ସାହୁ। ପ୍ରଥମେ ସେମାନଙ୍କୁ ନିଶ୍ଚିନ୍ତକୋଇଲି ଡାକ୍ତରଖାନାକୁ ନିଆଯାଇଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖା ହେବା ସୁଦ୍ଧା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସବିଶେଷ ସୂଚନା ମିଳିପାରି ନାହିଁ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାସ୍ତା କଡ଼ରେ ଅଟକିଥିବା ସିମେଣ୍ଟ ବୋଝେଇ ଟ୍ରକ୍କୁ ଚିଙ୍ଗୁଡ଼ି ବୋଝେଇ କଣ୍ଟେନର ଟ୍ରକ୍ଟି ପଛପଟୁ ଧକ୍କା ଦେଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।

ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+