କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଧାରୱାଡ଼ରୁ ଧର୍ମସ୍ଥଳ ଓ ଚିକମାଗାଲୁର ଅଭିମୁଖେ ଯାଉଥିବା ଏକ କାର୍ ଜାତୀୟ ରାଜପଥ-୫୨ରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଛି। ଏହାସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ୟେଲ୍ଲାପୁର ପୋଲିସ ଷ୍ଟେସନ ଅଧୀନ ଆରବାଇଲ୍ ଘାଟି ଅଞ୍ଚଳର ବାଲାଗାରା କ୍ରସ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୁଲିସ ମିଳି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।
ଆହତ ଦୁଇଜଣଙ୍କୁ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ହୁବଲିସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କାର୍ରେ ଚାଳକଙ୍କ ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ। ଅତ୍ୟଧିକ ବେଗ ଓ ବେପରୁଆ ଭାବରେ ଗାଡ଼ି ଚାଳନା କରୁଥିବା ବେଳେ ଏକ ବାଙ୍କରେ ଚାଳକ ନିୟନ୍ତ୍ରଣ ହରାଇ ଭୁଲ୍ ପାର୍ଶ୍ୱକୁ ଚାଲିଯାଇଥିଲେ। ଏହାପରେ ସାମ୍ନାରୁ ଆସୁଥିବା ଟ୍ରକ୍ ସହ କାର୍ଟିର ସିଧାସଳଖ ଧକ୍କା ହୋଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ପିଲାଙ୍କ ପଢ଼ିବା ଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ଏକ...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ନଭେମ୍ବର ମାସରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଅନେ...
ଦେଶର ଅଗ୍ରଣୀ ପରିଚାଳନା ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍‌...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ସୁରକ୍ଷ...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...