କେନ୍ଦୁଝରରେ ବଡ଼ ଅଘଟଣ! ବୈତରଣୀରେ ଜଳସ୍ତର ବୃଦ୍ଧି ପରେ କାନପୁର ଡ୍ୟାମର କଫର ଡ୍ୟାମ ଭାଙ୍ଗିଲା

ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ କାନପୁର ଡ୍ୟାମର ଅସ୍ଥାୟୀ କଫର ଡ୍ୟାମ ଭାଙ୍ଗିଯାଇଛି। ଏହା ପରେ ତଳିଆ ଅଞ୍ଚଳର ଗ୍ରାମଗୁଡ଼ିକୁ ସତର୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ।
Breached coffer dam at the under-construction Kanpur Dam on the Baitarani River in Keonjhar district, Odisha.
Breached coffer dam at the under-construction Kanpur Dam on the Baitarani River in Keonjhar district, Odisha.

ଓଡ଼ିଶାରେ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବୈତରଣୀ ନଦୀ ଉପରେ ନିର୍ମାଣାଧୀନ କାନପୁର ଡ୍ୟାମର ଅସ୍ଥାୟୀ କଫର ଡ୍ୟାମ ଗୁରୁବାର ସକାଳ ପ୍ରାୟ ୮ଟା ସମୟରେ ଭାଙ୍ଗିଯାଇଛି।

ସୂଚନା ଅନୁଯାୟୀ, ଭାରି ବର୍ଷା କାରଣରୁ ବୈତରଣୀ ନଦୀରେ ହଠାତ୍ ଜଳପ୍ରବାହ ବଢ଼ିଥିଲା। ଏହାର ଚାପରେ କେନ୍ଦୁଝର ଜିଲ୍ଲାର କୋଣ୍ଡରା ଗାଁ ନିକଟରେ ଥିବା କଫର ଡ୍ୟାମ ଭାଙ୍ଗିଯାଇଥିଲା। ଏହି କଫର ଡ୍ୟାମଟି ଡ୍ୟାମର ସ୍ପିଲୱେ ନିର୍ମାଣ କାମ ପାଇଁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲା।

ଘଟଣା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ସତର୍କତା ଅବଲମ୍ବନ କରି ବୈତରଣୀ ନଦୀର ତଳମୁଣ୍ଡରେ ଥିବା ଗ୍ରାମଗୁଡ଼ିକର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ନଦୀ ନିକଟକୁ ନ ଯିବା, ନଦୀ ପାର ନ କରିବା ଏବଂ ନଦୀରେ ପ୍ରବେଶ ନ କରିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ବୁଧବାର ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର ଓ ଡ୍ୟାମ କର୍ତ୍ତୃପକ୍ଷ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଥିଲେ।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅଫବାହରେ କାନ ନ ଦେବାକୁ ଏବଂ କେବଳ ସରକାରୀ ସୂଚନା ଉପରେ ଭରସା କରିବାକୁ ଅପିଲ କରାଯାଇଛି। ଜଳସ୍ତର ବୃଦ୍ଧି ପାଉଥିବାରୁ କାନପୁର ଡ୍ୟାମର ୬ଟି ଗେଟ୍ ଖୋଲା ରହିଛି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

LIVE TV
LIVE
Latest News
କମ୍ପ୍ୟୁଟର ଅଛି, ବିଜୁଳି ନାହିଁ; କୋରାପୁଟର ୨୦୩ ସ୍କୁଲରେ ଡିଜିଟାଲ ଶିକ୍ଷା ପ୍ରଭାବିତ

କମ୍ପ୍ୟୁଟର ଅଛି, ବିଜୁଳି ନାହିଁ; କୋରାପୁଟର ୨୦୩...

ଓଡ଼ିଶାରେ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱ ଦିଆ...

‘ନାଚିବାକୁ ନେଇ ମୋତେ ଲଜ୍ଜା ନାହିଁ’: ସୀତା ଭୂମିକାକୁ ନେଇ ଟ୍ରୋଲିଂର ଜବାବ ଦେଲେ ‘କଚ୍ଚା ବାଦାମ’ ଅଞ୍ଜଳି ଆରୋରା

‘ନାଚିବାକୁ ନେଇ ମୋତେ ଲଜ୍ଜା ନାହିଁ’: ସୀତା...

‘କଚ୍ଚା ବାଦାମ’ ରିଲ୍‌ ଜରିଆରେ ଲୋକପ୍ର...

ତାମିଲନାଡୁରେ ନବୋଦୟ ସ୍କୁଲ ଓ ହିନ୍ଦୀ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, ରାଜ୍ୟକୁ ମିଳିଲା ୩ ମାସ ସମୟ

ତାମିଲନାଡୁରେ ନବୋଦୟ ସ୍କୁଲ ଓ ହିନ୍ଦୀ ପ୍ରସଙ୍ଗ:...

ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...

‘Hanuman Ansh’ର ବକ୍ସ ଅଫିସ୍‌ ଧମାକା: ୬ଷ୍ଠ ସପ୍ତାହରେ ୮୦ କୋଟି, ୩୧୦ କୋଟି ଛୁଇଁବାକୁ ନିକଟରେ ଫିଲ୍ମ

‘Hanuman Ansh’ର ବକ୍ସ ଅଫିସ୍‌ ଧମାକା: ୬ଷ୍ଠ...

‘Hanuman Ansh’ବକ୍ସ ଅଫିସ୍ରେ ଲଗାତାର ଚମକ...

ଜାତି ପ୍ରମାଣପତ୍ର ମିଳୁନି, ବାପୁର ତହସିଲ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଜାତି ପ୍ରମାଣପତ୍ର ମିଳୁନି, ବାପୁର ତହସିଲ କାର୍ଯ୍ୟାଳୟରେ...

ବାପୁର ତହସିଲ କାର୍ଯ୍ୟାଳୟରେ ଜାତି ପ୍ରମାଣପତ୍ର ପ୍ରଦାନରେ...

‘Assemblyରେ ଧମାଲ କରୁଛନ୍ତି CM Vijay’, ଅଭିନେତା Nani କଲେ ପ୍ରଶଂସା

‘Assemblyରେ ଧମାଲ କରୁଛନ୍ତି CM Vijay’, ଅଭିନେତା...

ଅଭିନେତାରୁ ରାଜନେତା ଏବଂ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ...

ଓଡ଼ିଶା PG ଆଡମିଶନ ୨୦୨୬: SAMS ଫେଜ୍-୨ ସିଟ୍ ଆଲଟମେଣ୍ଟ ସେପ୍ଟେମ୍ବର ୨୪ରୁ

ଓଡ଼ିଶା PG ଆଡମିଶନ ୨୦୨୬: SAMS ଫେଜ୍-୨...

ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପୋ...

ଇଟାନଗରରେ ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ଡୋମିନିକ୍ ସାଙ୍ଗମାଙ୍କୁ ଆକ୍ରମଣ

ଇଟାନଗରରେ ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ...

ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ତଥା **Fil...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+