ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରୁ ଏକ ସମ୍ବେଦନଶୀଳ ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମୃତ ଘୋଷଣା କରାଯାଇଥିବା ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଡ୍ୟୁଟିରେ ଥିବା ଡାକ୍ତର ଏହି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି।
ଏହି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୁଲେଇ ଗାଁର। ମୃତକ ହେଲେ ଚୈତନ୍ୟ କୁମାର ପରିଡ଼ା। ସୂଚନା ଅନୁସାରେ, ସେ ଜାମୁକୋଳି ଗଛରେ ଚଢ଼ି କୋଳି ତୋଳୁଥିବା ବେଳେ ଅସାବଧାନତାବଶତଃ ତଳକୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ପରିବାରର ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର ମେଡିକାଲରେ ପହଞ୍ଚିବା ପରେ ଡ୍ୟୁଟିରେ ଥିବା ଡାକ୍ତର ଚିକିତ୍ସା ଆରମ୍ଭ ନକରି ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରର ଦାବି ଅନୁସାରେ ସେତେବେଳେ ରୋଗୀଙ୍କ ନାଡ଼ି ସ୍ପନ୍ଦନ ଚାଲୁଥିଲା।
ଏହାକୁ ନେଇ ପରିବାର ଲୋକଙ୍କ ପ୍ରତିବାଦ ପରେ ପୁଣି ଥରେ ଚିକିତ୍ସା କରାଯାଇ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ, ଡ୍ୟୁଟିରେ ଥିବା ଡାକ୍ତର ସୁବାସ ଚନ୍ଦ୍ର ମଣ୍ଡଳ କହିଛନ୍ତି ଯେ ସେ ରୋଗୀଙ୍କୁ ତିନିରୁ ଚାରିଥର ପରୀକ୍ଷା କରିଥିଲେ ଏବଂ କେବେ ମଧ୍ୟ ମୃତ ଘୋଷଣା କରିନଥିଲେ।
ଏହି ଘଟଣା ସମ୍ପର୍କରେ କାମାକ୍ଷାନଗର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଦିଗାମ୍ବର ସାହୁ କହିଛନ୍ତି ଯେ ସମଗ୍ର ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟ ଆଧାରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...