କାକଟପୁର:ନବରାତ୍ରି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମା’ଙ୍କ ଆରାଧନା ଚାଲିଥିବାବେଳେ କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ପୀଠ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି। ନବରାତ୍ରିର ତୃତୀୟ ଦିନ ଏବଂ ଷୋଡ଼ଶ ଉପଚାର ପୂଜାର ଏକାଦଶ ଦିନରେ ମା’ ମଙ୍ଗଳା ମନୋହରକଳାକଲ୍ଲୀ ବେଶରେଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।
ଏହି ଦିନର ମୁଖ୍ୟ ଆକର୍ଷଣ ହେଉଛି ମା’ଙ୍କ‘ରତ୍ନଗିରି ବିଜେ ନୀତି’। ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣି ବିମାନରେ ବିଜେ କରାଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳି ଓ ମଶାଲର ଶୋଭାଯାତ୍ରା ସହ ମା’ଙ୍କୁ ମନ୍ଦିର ସମ୍ମୁଖରେ ଥିବା ରତ୍ନଗିରି ମଣ୍ଡପକୁ ନିଆଯାଇଥିଲା। ଏହି ନୀତି ମହିଷାସୁରଙ୍କୁ ଠାବ କରିବା ସହ ଜଡ଼ିତ ବୋଲି ପରମ୍ପରା ରହିଛି।
ଏହାପରେ ମନ୍ଦିର ଭିତରେ ଜଗତି ପୂଜା ସମ୍ପନ୍ନ ହୋଇଥିଲା। ମା’ଙ୍କ ଏହି ବିଶେଷ ବେଶ ଦର୍ଶନ କରିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
ଏଥିସହ ଆଜି ପବିତ୍ର ନିଶା ମଙ୍ଗଳବାରର ତୃତୀୟ ପାଳି ପଡ଼ିଥିବାରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଅଧିକ ହୋଇଛି। ମାନସିକଧାରୀ ଭକ୍ତମାନେ ନିଜର ମନୋକାମନା ପୂରଣ ପାଇଁ ଅଖଣ୍ଡ ଦୀପ ଜାଳି ମା’ଙ୍କ ଆଶୀର୍ବାଦ କାମନା କରୁଛନ୍ତି।
ନବରାତ୍ରିର ଏହି ପବିତ୍ର ଅବସରରେ କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ଧାର୍ମିକ ପରମ୍ପରା, ପୂଜାବିଧି ଓ ଭକ୍ତିର ଅପୂର୍ବ ସମାଗମ ଦେଖିବାକୁ ମିଳିଛି।
ନୂଆଦିଲ୍ଲୀ:ଭାରତରେ ଗତ ଏକ ଦଶନ୍ଧି ମଧ୍ୟରେ ୨୫ କୋଟି ଲୋକ ଦ...
ହର୍ମୁଜ୍ ପ୍ରଣାଳୀରେ ସଙ୍କଟ, ଚାପରେ ଖାଡ଼ି ଦେଶର ଅର୍ଥନୀତି...
କେରଳର କୋଚି ନିକଟରେ ଘଟିଥିବା ଭୟାବହ ମିନି କୁପର୍‌ ଦ...
ଧ୍ୟ ଆମେରିକାର ପାନାମାରେ ଲଗାତାର ଭୂକମ୍ପ ଝଟକା ଯୋଗୁଁ ଲୋକ...
ପଞ୍ଜାବର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ନାମ ନଥିଲେ କ&r...
ଝିଅର ସ୍ୱପ୍ନ ପାଇଁ ବାପା ବିକିଲେ ଘର, ମାଆ ବନ୍ଧକ ରଖିଲେ ସ...
ହର୍ମୁଜ୍ ପ୍ରଣାଳୀରେ ଅବୈଧ ଟୋଲ୍ ଆଦାୟକୁ ବିରୋଧ: ୬୦ ଦେଶ ଏ...
ଦିଲ୍ଲୀରେ ପ୍ରତିବାଦର ପ୍ରଭାବ: ବ୍ୟବସାୟୀଙ୍କ ₹୨,୦୦୦ କୋଟି...