ଅଷ୍ଟ୍ରେଲିଆରେ ଓଡ଼ିଆ ସଂସ୍କୃତିର ଝଲକ। ସିଡନୀ ଓ ମେଲବୋର୍ଣ୍ଣରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଆୟୋଜିତ ‘ଝିଲମିଲ୍ ରାତି’ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ଐତିହ୍ୟ, ପରମ୍ପରା, ସଙ୍ଗୀତ ଓ ସାଂସ୍କୃତିକ ଗର୍ବକୁ ଅଷ୍ଟ୍ରେଲିଆ ମାଟିରେ ପ୍ରଦର୍ଶିତ କରିଛି।
ଏହି କାର୍ଯ୍ୟକ୍ରମର ବିଶେଷତା ଥିଲା—ପ୍ରଥମଥର ପାଇଁ ଉଭୟ ସହରରେ ଓଡ଼ିଆ ସିନେମାର କଳାକାରମାନଙ୍କୁ ସାମିଲ କରି ଏଭଳି ବଡ଼ ସାଂସ୍କୃତିକ ଆୟୋଜନ କରାଯାଇଥିଲା। ଓଡ଼ିଶାର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଗାୟିକା ସୁସ୍ମିତା ଦାସ ଏବଂ ସମାଜସେବୀ ଶଶୀ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ସିଡନୀ ଓ ମେଲବୋର୍ଣ୍ଣରେ ଆୟୋଜିତ ଉଭୟ କାର୍ଯ୍ୟକ୍ରମକୁ ପ୍ରବାସୀ ଓଡ଼ିଆ ସମୁଦାୟରୁ ବ୍ୟାପକ ସମର୍ଥନ ମିଳିଥିଲା। ଅଷ୍ଟ୍ରେଲିଆରେ ରହୁଥିବା ୮୦୦ରୁ ଅଧିକ ଓଡ଼ିଆ ପରିବାର ଏଥିରେ ଯୋଗଦେଇଥିବା ଜଣାପଡ଼ିଛି।
ଅର୍ଚ୍ଚିତା ସାହୁ କହିଥିଲେ ଯେ, ବିଭିନ୍ନ ଦେଶ ଓ ସ୍ଥାନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆର ଏହି ଅନୁଭୂତି ତାଙ୍କ ପାଇଁ ସ୍ୱତନ୍ତ୍ର ଥିଲା। ପ୍ରବାସୀ ଓଡ଼ିଆମାନେ ନିଜ ସଂସ୍କୃତି ସହ ଗଭୀର ଭାବେ ଯୋଡ଼ି ରହିଥିବା ଦେଖି ସେ ଖୁସି ପ୍ରକାଶ କରିଥିଲେ।
ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ କହିଥିଲେ ଯେ ସିଡନୀ କିମ୍ବା ମେଲବୋର୍ଣ୍ଣ ନୁହେଁ, ବରଂ ଏହି ଆୟୋଜନ ମଧ୍ୟରେ ଓଡ଼ିଶାର ଅନୁଭବ ହେଉଥିଲା। ଅଷ୍ଟ୍ରେଲିଆରେ ଓଡ଼ିଆ ସଂସ୍କୃତିକୁ ଜୀବନ୍ତ ରଖିବା ପାଇଁ ପ୍ରବାସୀ ସମୁଦାୟ ଓ ORIOZ Australiaର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ଏଥିସହ ଅଷ୍ଟ୍ରେଲିଆରେ ଓଡ଼ିଆ ଫିଲ୍ମ ରିଲିଜ୍ ଓ ସୁଟିଂ ନେଇ ଯୋଜନା ହେଉଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରଦର୍ଶନ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଅତିଥି ଓ ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ପାରମ୍ପରିକ ଓଡ଼ିଆ ରାତ୍ରିଭୋଜନର ଆନନ୍ଦ ନେଇଥିଲେ।
‘ଝିଲମିଲ୍ ରାତି’ କାର୍ଯ୍ୟକ୍ରମକୁ SJ Event Club ଆୟୋଜନ କରିଥିବା ବେଳେ ଅଷ୍ଟ୍ରେଲିଆସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ Orioz Australia ମଧ୍ୟ ଏଥିରେ ସହଯୋଗ କରିଥିଲା।
ଆୟୋଜକ ଜୟ ବେହେରା କହିଥିଲେ ଯେ ‘ଝିଲମିଲ୍ ରାତି’ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ଗର୍ବ ଓ ପରିଚୟର ଉତ୍ସବ। ଅଷ୍ଟ୍ରେଲିଆରେ ଓଡ଼ିଆ ପରିଚୟକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଏହି ଆୟୋଜନ ସହାୟକ ହୋଇଥିବା ସେ କହିଥିଲେ।
ଏହି ଆୟୋଜନରେ ସହଯୋଗ ପାଇଁ ଶଶୀ କୁମାର, ଅର୍ଚ୍ଚିତା, ସବ୍ୟସାଚୀ ଓ ସୁସ୍ମିତା ଦାସଙ୍କୁ ମଧ୍ୟ ଆୟୋଜକଙ୍କ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...