Jharsuguda-Kanaktora highway faces rising road accidents with 133 deaths

ଝାରସୁଗୁଡ଼ା-କନକତୋରା ରାଜପଥରେ ଜଗିଛି ଯମ; ୨ ବର୍ଷ ୮ ମାସରେ ଗଲା ୧୩୩ ଜୀବନ, କେବେ ସୁଧୁରିବ ରାସ୍ତା?

ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ରାସ୍ତାରେ ପରିଣତ ହୋଇଛି। ୬୮ କିଲୋମିଟର ଦୀର୍ଘ ଏହି ରାଜପଥରେ ଗତ ୨ ବର୍ଷ ୮ ମାସ ମଧ୍ୟରେ ୧୩୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ତଥ୍ୟରୁ ଜଣାପଡ଼ିଛି। ରାସ୍ତାର ଅବ୍ୟବସ୍ଥା, ଭାରିଯାନର ବେପରୁଆ ଚାଳନା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ପ୍ରାୟ୬୮ କିଲୋମିଟରଦୀର୍ଘ ଏହି ରାଜପଥ ଏବେ ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ୨ ବର୍ଷ ୮ ମାସରେ ୧୩୩ ଜଣଙ୍କ ଜୀବନ ଯାଇଛିବୋଲି ପୁଲିସ ତଥ୍ୟରୁ ଜଣାପଡ଼ିଛି।

ପୁଲିସ ତଥ୍ୟ ଅନୁସାରେ,୨୦୨୪ରେ ୮୩ଟି ଦୁର୍ଘଟଣାଘଟିଥିଲା। ଏଥିରେ୫୫ ଜଣଙ୍କ ମୃତ୍ୟୁହୋଇଥିବା ବେଳେ ୫୪ ଜଣ ଗୁରୁତର ଆହତ ହୋଇଥିଲେ।

ସେହିପରି୨୦୨୫ରେ ୭୬ଟି ଦୁର୍ଘଟଣାଘଟିଥିଲା। ଏହି ଦୁର୍ଘଟଣାରେ୪୦ ଜଣଙ୍କ ଜୀବନ ଯାଇଥିବାବେଳେ ୪୩ ଜଣ ଗୁରୁତର ଆହତ ହୋଇଥିଲେ।

ଚଳିତ ବର୍ଷଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୪୮ଟି ଦୁର୍ଘଟଣାଘଟିଛି। ଏଥିରେ୩୮ ଜଣଙ୍କ ମୃତ୍ୟୁହୋଇଥିବା ବେଳେ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି। ବିଶେଷକରି ଜୁଲାଇ ଓ ଅଗଷ୍ଟ ମାସରେ ଦୁର୍ଘଟଣା ସଂଖ୍ୟା ଅଧିକ ରହୁଥିବା କୁହାଯାଉଛି।

ରାଜପଥର ଅନେକ ସ୍ଥାନରେଖାଲଖମାଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଥିବା ଅଭିଯୋଗ ରହିଛି। ଟୋଲ୍ ଟ୍ୟାକ୍ସ ଆଦାୟ ହେଉଥିଲେ ମଧ୍ୟ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ମଧ୍ୟ ଉଠିଛି।

ଏପଟେ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ାକୁ ପ୍ରତିଦିନ ହଜାର ହଜାରକୋଇଲା ଓ ଲୁହାପଥର ବୋଝେଇ ଭାରିଯାନଯାତାୟାତ କରୁଛି। ଭାରିଯାନଗୁଡ଼ିକର ବେପରୁଆ ଚାଳନା ଯୋଗୁଁ ବିଶେଷକରି ବାଇକ୍ ଆରୋହୀମାନେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ରହିଛି।

ପୂର୍ବରୁ ଏହି ରାଜପଥରେ୧୭ଟି ବ୍ଲାକସ୍ପଟ୍ଚିହ୍ନଟ ହୋଇଥିଲା। ଏହା ବ୍ୟତୀତ ଆହୁରି୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ଦୁର୍ଘଟଣା ବଢ଼ୁଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ରାଜପଥର ସମ୍ପ୍ରସାରଣ କାମ ଚାଲୁଥିବାରୁ ଯାତାୟାତ ସମସ୍ୟା ଆହୁରି ବଢ଼ିଛି। ରାସ୍ତା କାମ ଶେଷ ହେବା ପର୍ଯ୍ୟନ୍ତ ଆଉ କେତେ ଜୀବନ ଯିବ, ତାକୁ ନେଇ ଚିନ୍ତା ବଢ଼ିଛି।

ଏତେ ସଂଖ୍ୟକ ମୃତ୍ୟୁ ପାଇଁ ଦାୟୀ କିଏ? ରାସ୍ତାର ଅବସ୍ଥା ଖରାପ ଥିବା ସତ୍ତ୍ୱେ ମରାମତି କାହିଁକି ହେଉନାହିଁ? ବ୍ଲାକସ୍ପଟ୍ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା କାହିଁକି କଡ଼ା କରାଯାଉନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।

କେବଳ ସଚେତନତା କାର୍ଯ୍ୟକ୍ରମରେ ସୀମିତ ନରହି ରାସ୍ତା ମରାମତି, ବ୍ଲାକସ୍ପଟ୍ରେ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ। ନଚେତ୍ ଆଗାମୀ ଦିନରେ ଏହି ରାଜପଥ ଆହୁରି କେତେ ଜୀବନ ନେବ, ତାହା ହିଁ ବଡ଼ ପ୍ରଶ୍ନ।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+