Main accused dies in a road accident after allegedly murdering Jharkhand YouTuber Shivdhan Lohar in Sundargarh.

ୟୁଟ୍ୟୁବରଙ୍କୁ ହତ୍ୟା କରି ଫେରାର ବେଳେ ଓଲଟିଲା ଲୁଟ୍ ଗାଡ଼ି; ସଡ଼କ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତ

ଝାରଖଣ୍ଡର ଜଣାଶୁଣା ୟୁଟ୍ୟୁବର ଶିବଧନ ଲୋହାରଙ୍କୁ ଅପହରଣ ପରେ ହତ୍ୟା କରି ତାଙ୍କ କାର୍ ଲୁଟି ଫେରାର ହେଉଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବାବେଳେ ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଝାରଖଣ୍ଡର ରାଞ୍ଚି ଅଞ୍ଚଳର ଜଣାଶୁଣା ୟୁଟ୍ୟୁବର ଶିବଧନ ଲୋହାରଙ୍କୁ ଅପହରଣ କରି ନିର୍ମମ ଭାବେ ହତ୍ୟା କରାଯିବା ପରେ ତାଙ୍କ କାର୍ ଲୁଟି ଫେରାର ହେଉଥିବା ଅଭିଯୁକ୍ତମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଶିବଧନ ଲୋହାର ନିଜର ଜଣେ ସମ୍ପର୍କୀୟଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ଭର୍ତ୍ତି କରିବା ପରେ କାର୍ ଯୋଗେ ରାଞ୍ଚି ଫେରୁଥିଲେ। ତାଙ୍କ ସହ ଅନ୍ୟ ଏକ କାର୍ରେ ବନ୍ଧୁ ଅନମୋଲ ନାଏକ ମଧ୍ୟ ଯାଉଥିଲେ।

ରାତି ପ୍ରାୟ ୧୨ଟା ସମୟରେ ସବଡେଗା ନିକଟରେ ତିନି ଜଣ ଦୁର୍ବୃତ୍ତ ପ୍ରଥମେ ଅନମୋଲ ନାଏକଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେ ଖସିଯାଇଥିବାବେଳେ ପଛରେ ଆସୁଥିବା ଶିବଧନ ଲୋହାରଙ୍କୁ ଅଟକାଇ ଗାଡ଼ି ସହ ଅପହରଣ କରିଥିଲେ।

ଅଭିଯୁକ୍ତମାନେ ଶିବଧନଙ୍କୁ ପ୍ରାୟ ୮୦ କିଲୋମିଟର ଦୂର ହେମଗିରି ଥାନା ଅଞ୍ଚଳର ଡୁଡୁକା ନିକଟକୁ ନେଇ ଏକ ଭୁଜାଲିରେ ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ଶବକୁ ରେଳ ଓଭରବ୍ରିଜ୍ ନିକଟରେ ଫିଙ୍ଗି ଦେଇ ତାଙ୍କ କାର୍, ମୋବାଇଲ୍ ଫୋନ୍ ଓ ପର୍ସ ଲୁଟି ନେଇ ପଳାଇ ଯାଇଥିଲେ।

ଲୁଟ୍ ହୋଇଥିବା କାର୍ରେ ଦ୍ରୁତ ଗତିରେ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଭସମା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶୁଭେନ୍ଦୁର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଅଭିଯୁକ୍ତ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ତୃତୀୟ ଅଭିଯୁକ୍ତ ଜଣେ ନାବାଳକ ହୋଇଥିବାରୁ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଘଟଣା ପରେ ଜିଲ୍ଲା ଏସ୍ପି, ଏସ୍ଡିପିଓ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର, ଲୁଟ୍ ସାମଗ୍ରୀ ଓ ଘଟଣାର ସମ୍ପୂର୍ଣ୍ଣ କାରଣ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Latest News
ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭ ଦିନରେ ୫୨ ପାକ୍‌ ଯବାନ ନିହତ

ବଲୁଚିସ୍ତାନରେ BLAର ବଡ଼ ଆକ୍ରମଣ ଦାବି, ୭...

ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି ଚୀନ୍‌! ଚୀନ୍‌ର AI କମ୍ପାନୀ ବିରୋଧରେ ୱାଶିଂଟନ୍‌ର ଗୁରୁତର ଅଭିଯୋଗ

ଆମେରିକୀୟ AI ମଡେଲ୍‌ର କ୍ଷମତା ଚୋରି କରୁଛି...

ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

OTET 2026 ଫଳାଫଳ ପ୍ରକାଶ: ୬୪.୪୮% ପ୍ରାର୍ଥୀ ପାସ୍, ୫୩,୩୧୪ ଜଣ ଉତ୍ତୀର୍ଣ୍ଣ

OTET 2026 ଫଳାଫଳ ପ୍ରକାଶ: ୬୪.୪୮% ପ୍ରାର୍ଥୀ...

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଓଡ଼ିଶା ଶ...

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ! ମାଡ଼ି ଆସିବ ଅଜଣା ରୋଗ, ଜନ୍ମ ନେବେ ‘ସୁପରହ୍ୟୁମାନ୍’!

୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ!...

ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର ନୂଆ ପ୍ରଦେଶ! ଲଣ୍ଡନର ୯୦ ମିନିଟ୍‌ର ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା

ମୁନିରଙ୍କ ବାର୍ତ୍ତା, ଜର୍ଦାରୀଙ୍କ ପ୍ରତିଯୋଜନା ଓ ପାକିସ୍ତାନର...

ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+