Modern electric buses parked at Jeypore bus stand in Koraput district.

ବଦଳିବ ଜୟପୁର ବସ୍‌ ଷ୍ଟାଣ୍ଡର ଚିତ୍ର, କୋରାପୁଟରେ ଚାଲିବ ୫୦ ଇଭି ବସ୍‌

କୋରାପୁଟ ଜିଲ୍ଲାରେ ଅଗାମୀ ୬ ମାସ ମଧ୍ୟରେ ୫୦ଟି ଇଭି ବସ୍‌ ଚାଲୁ ହେବ। ଜୟପୁର ବସ୍‌ ଷ୍ଟାଣ୍ଡକୁ ଆଧୁନିକ ରୂପ ଦିଆଯିବା ସହ ଇଭି ଚାର୍ଜିଂ ଷ୍ଟେସନ୍‌ ଓ ଆଧୁନିକ ସୁବିଧା ବିକଶିତ କରାଯିବ।

କୋରାପୁଟ ଜିଲ୍ଲାରେ ସାର୍ବଜନିକ ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ପରିବେଶବନ୍ଧବ କରିବା ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଡିଜେଲ୍ ଚାଳିତ ପୁରୁଣା ବସ୍ ପରିବର୍ତ୍ତେ ଆଗାମୀ ୬ ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ୫୦ଟି ଇଭି ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି।

ଇଭି ବସ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶୀଘ୍ର ବସ୍ଗୁଡ଼ିକ ଆସିବାକୁ ଯାଉଛି। ସବୁ ରୁଟ୍ରେ ନୂତନ ଇଲେକ୍ଟ୍ରିକ୍ ବସ୍ ଚାଲିବ ଏବଂ ପୁରୁଣା ଡିଜେଲ୍ ବସ୍କୁ ପର୍ଯ୍ୟାୟକ୍ରମେ ବଦଳାଯିବ।

ଏହାସହ ଜୟପୁର ବସ୍ ଷ୍ଟାଣ୍ଡର ସମ୍ପୂର୍ଣ୍ଣ ଚିତ୍ର ମଧ୍ୟ ବଦଳିବାକୁ ଯାଉଛି। ବସ୍ ଷ୍ଟାଣ୍ଡକୁ ଆଧୁନିକ ଢଂଗରେ ବିକାଶ କରାଯିବା ସହ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ। ଇଭି ବସ୍ ପାଇଁ ଚାର୍ଜିଂ ଷ୍ଟେସନ୍ ତିଆରି ହେବା ସହ ଗାଡ଼ି ଧୋଇବାରେ ବ୍ୟବହୃତ ପାଣିର ଅପଚୟ ରୋକିବାକୁ ରିଫାଇନେରି ପ୍ଲାଣ୍ଟ ମଧ୍ୟ ସ୍ଥାପନ କରାଯିବ।

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଓ ଅପରେସନ୍ ଜେନେରାଲ୍ ହେଡ୍ ସଞ୍ଜିବ ବିଶ୍ୱାଳ ଜୟପୁର ବସ୍ ଷ୍ଟାଣ୍ଡର ପରିଦର୍ଶନ କରି ଇଭି ବସ୍ ସେବା ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସରକାର ଆଗାମୀ ୬ ମାସ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍ ଯୋଜନା ଅନୁସାରେ ଏହି ଇଲେକ୍ଟ୍ରିକ୍ ବସ୍ ଚାଲିବ। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୁଆପଡ଼ା, ନବରଙ୍ଗପୁର ଓ ବଲାଙ୍ଗିର ଭଳି ଜିଲ୍ଲାଗୁଡ଼ିକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ଏହି ଜିଲ୍ଲାଗୁଡ଼ିକର ୭୨ଟି ବ୍ଲକ୍କୁ ବସ୍ ସେବା ସହ ଯୋଡ଼ାଯାଇଛି। ୧୪୧୧ଟି ପଞ୍ଚାୟତ ଓ ୧୧,୩୯୬ଟି ଗାଁ ମଧ୍ୟରୁ ୧୦,୦୮୨ଟି ଗାଁକୁ ବସ୍ ସେବା ପହଞ୍ଚିସାରିଛି। ବାକି ଗାଁଗୁଡ଼ିକୁ ଆଗାମୀ ୩ ମାସ ମଧ୍ୟରେ ସେବା ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି।

ଏହାସହ ୭ଟି ଜିଲ୍ଲାରେ ୭୭ଟି ଅଟଲ ବସ୍ ଷ୍ଟାଣ୍ଡ ଯୋଜନା ରହିଥିବା ବେଳେ ୧୬ଟି ସ୍ଥାନରେ କାମ ଶେଷ ହୋଇସାରିଛି। ଅବଶିଷ୍ଟ କାମ ଚଳିତ ବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ସୂଚନା ମିଳିଛି।

Latest News
୩୦ ଦିନ ମଧ୍ୟରେ ମିଳିବ ଦିଲ୍ଲୀର Fire Safety NOC, Single Window Portalରେ ହେବ ଆବେଦନ

୩୦ ଦିନ ମଧ୍ୟରେ ମିଳିବ ଦିଲ୍ଲୀର Fire...

ଦିଲ୍ଲୀରେFire Safety NOC (No Objection Certificate)...

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ କାହିଁକି ଅଲଗା? Fanta, Vaseline ଠାରୁ Head & Shoulders ପର୍ଯ୍ୟନ୍ତ ଜାଣନ୍ତୁ କାରଣ

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ...

ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ ବିସ୍ଫୋରଣ, ୩୭ ମୃତ; ପ୍ରାୟ ୪୦୦ ଜଣ ସ୍ଥାନାନ୍ତର

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ...

ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ ଭାରତ: ଖାଲିଦ ଜାମିଲ ଘୋଷଣା କଲେ ୨୬ ଜଣିଆ ଦଳ

ବ୍ରାଜିଲ, ଉରୁଗୁଏ ଓ ପାନାମାକୁ ଟକ୍କର ଦେବ...

ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର କାହାଣୀ, ଯାହା ବଦଳାଇଦେଲା ଅନ୍ତର୍ଜାତୀୟ ଫୁଟବଲ୍‌ର ଇତିହାସ

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର...

ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...

RAM ସଙ୍କଟରେ ବଢ଼ୁଛି ବ୍ୟବସାୟ ଖର୍ଚ୍ଚ, ଚାପରେ ଭାରତୀୟ କମ୍ପାନୀଙ୍କ ମାର୍ଜିନ୍

RAM ସଙ୍କଟରେ ବଢ଼ୁଛି ବ୍ୟବସାୟ ଖର୍ଚ୍ଚ, ଚାପରେ...

ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...

ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍: ସାମସନ୍-ବୁମରାହ ଫେରିଲେ, ହାର୍ଦ୍ଦିକ ବାଦ

ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍: ସାମସନ୍-ବୁମରାହ ଫେରିଲେ,...

ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...

ଚାଇନା ମାଷ୍ଟର୍ସରେ ଉନ୍ନତି ହୁଡ୍ଡାଙ୍କ ଅଭିଯାନ ଆରମ୍ଭରୁ ଶେଷ, ପ୍ରଥମ ରାଉଣ୍ଡରେ ହାରିଲେ

ଚାଇନା ମାଷ୍ଟର୍ସରେ ଉନ୍ନତି ହୁଡ୍ଡାଙ୍କ ଅଭିଯାନ ଆରମ୍ଭରୁ...

ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...

୭.୮% GDP ବୃଦ୍ଧିକୁ ନେଇ ବିବାଦ: ତଥ୍ୟରେ ହେରଫେର ଅଭିଯୋଗକୁ ଖାରଜ କଲେ MoSPI ମୁଖ୍ୟ

୭.୮% GDP ବୃଦ୍ଧିକୁ ନେଇ ବିବାଦ: ତଥ୍ୟରେ...

ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

BBB+ରୁ A-କୁ ଭାରତର କ୍ରେଡିଟ୍ ରେଟିଂ ଅପଗ୍ରେଡ୍, ଜାପାନର JCR ର ଭରସା କାହିଁକି ବଡ଼ ଖବର?

BBB+ରୁ A-କୁ ଭାରତର କ୍ରେଡିଟ୍ ରେଟିଂ ଅପଗ୍ରେଡ୍,...

ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+