ଜମ୍ମୁ-କାଶ୍ମୀରରେ ବର୍ଷାର ତାଣ୍ଡବ: ବନ୍ୟାରେ ଭାସିଗଲା ୨୦୦ରୁ ଅଧିକ ଗାଡ଼ି, ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ

ଜମ୍ମୁ-କାଶ୍ମୀରରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ରାଜୌରୀରେ ଦରହଲ ନଦୀର ଜଳସ୍ତର ହଠାତ୍ ବଢ଼ିବାରୁ ୨୦୦ରୁ ଅଧିକ ଗାଡ଼ି ବନ୍ୟା ପାଣିରେ ଭାସିଯାଇଛି। ପାଣିପାଗ ବିଭାଗ ଆଗାମୀ ୪୮ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତର ସତର୍କ ସୂଚନା ଜାରି କରିଛି।
Flood situation in Jammu and Kashmir after heavy rainfall washes away hundreds of vehicles.
Flood situation in Jammu and Kashmir after heavy rainfall washes away hundreds of vehicles.

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଭୟାବହ ରୂପ ଧାରଣ କରିଛି। ରାଜୌରୀ, ଅନନ୍ତନାଗ, ଉଧମପୁର ସମେତ ଅନେକ ଜିଲ୍ଲାରେ ଲଗାତାର ବର୍ଷା ହେବାରୁ ନଦୀ ଓ ନାଳଗୁଡ଼ିକ ଉଛୁଳି ପଡ଼ିଛି।

ରାଜୌରୀ ଜିଲ୍ଲାର ଦରହଲ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇବାରୁ ପାଖାପାଖି୨୦୦ରୁ ଅଧିକ ଗାଡ଼ି ବନ୍ୟା ପାଣିରେ ଭାସିଯାଇଛି। ସ୍ଥାନୀୟ ବସ୍ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ତଳିଆ ଅଞ୍ଚଳରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।

କେବଳ ରାଜୌରୀ ନୁହେଁ, ଶ୍ରୀନଗର, ଉଧମପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସକାଳଠାରୁ ଅବିରତ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ତାପମାତ୍ରାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି।

ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଥିବାରୁ ପ୍ରଶାସନ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ଏବଂ ନଦୀନାଳ ନିକଟକୁ ନଯିବାକୁ ପରାମର୍ଶ ଦେଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ୪୮ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ସତର୍କ ସୂଚନାଜାରି କରିଛି। ଜମ୍ମୁ, କଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବନ ଓ କିଶ୍ତୱାଡ଼ ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି।

ପ୍ରଶାସନ କହିଛି ଯେ, ଆଗାମୀ କିଛି ଘଣ୍ଟାରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ତେଣୁ ସମସ୍ତଙ୍କୁ ସତର୍କ ରହିବା ସହ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।

LIVE TV
LIVE
Latest News
‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା ଖାଦ୍ୟ ଦରକୁ ନେଇ ମୋଦୀ ସରକାରଙ୍କୁ ଜୟରାମ ରମେଶଙ୍କ ଟାର୍ଗେଟ୍

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା...

ବଢ଼ୁଥିବା ଖାଦ୍ୟଦ୍ରବ୍ୟ ଦରକୁ ନେଇ କଂଗ୍ରେସ ନେତା ଜୟରାମ ର...

କୁଆଡ଼େ ଗଲା ୧ BHK? ଚାହିଦା ଥିଲେ ବି ଘର ନିର୍ମାଣରୁ କାହିଁକି ଦୂରେଇ ଯାଉଛନ୍ତି ବିଲ୍ଡର?

କୁଆଡ଼େ ଗଲା ୧ BHK? ଚାହିଦା ଥିଲେ...

ଭାରତର ରିଅଲ୍ ଇଷ୍ଟେଟ୍ ବଜାରରେ୧ BHK ଘର ଏବେ ଏକ ଅଜବ ସ୍ଥି...

LIC ଠକେଇ ମାମଲାରେ Reliance Capital ବିରୋଧରେ CBI ମାମଲା, ଅନିଲ ଅମ୍ବାନୀ କହିଲେ—‘କୌଣସି ଭୁଲ୍ କରିନାହିଁ’

LIC ଠକେଇ ମାମଲାରେ Reliance Capital ବିରୋଧରେ...

କୋଟି କୋଟି ଟଙ୍କାର ନିବେଶ ଓ କଥିତ ଆର୍ଥିକ ଅନିୟମିତତାକୁ ନ...

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ...

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର...

Tata Groupର ସବୁଠୁ ବଡ଼ ଶକ୍ତି ସଂଘର୍ଷ: ପୁରୁଣା ‘ସାମ୍ରାଜ୍ୟବାଦୀ’ଙ୍କୁ ଚ୍ୟାଲେଞ୍ଜ ଦେଇ କିପରି ନିଜ ଦବଦବା ସ୍ଥାପନ କରିଥିଲେ ରତନ ଟାଟା

Tata Groupର ସବୁଠୁ ବଡ଼ ଶକ୍ତି ସଂଘର୍ଷ:...

୧୯୯୦ ଦଶକରେ ରତନ ଟାଟାଙ୍କ ସାମ୍ନାରେ ଥିଲା ବଡ଼ ଚ୍ୟାଲେଞ୍ଜ...

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ ୟୁଟର୍ଣ୍ଣ; ରେଜିନଗରରେ ପୁଣି ନିର୍ବାଚନ ଲଢ଼ିବେ ରବିଉଲ ଆଲମ

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ...

ପଶ୍ଚିମବଙ୍ଗର ରେଜିନଗର ଉପନିର୍ବାଚନକୁ ନେଇ ଶନିବାର ମମତା ବ...

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ ମନ୍ତ୍ରୀ KM ଶାଜିଙ୍କୁ ନେଇ ରାଜନୈତିକ ବିବାଦ

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ...

କେରଳରେ ମନ୍ତ୍ରୀଙ୍କ ସରକାରୀ ଯାତ୍ରା ପାଇଁ ବ୍ୟକ୍ତିଗତ Ran...

Tata Sons Listing କେବଳ ଆର୍ଥିକ ପ୍ରସଙ୍ଗ ନୁହେଁ, ଏହା ‘ନୈତିକ ଦାୟିତ୍ୱ’: Shapoor Mistry

Tata Sons Listing କେବଳ ଆର୍ଥିକ ପ୍ରସଙ୍ଗ...

Shapoorji Pallonji Groupର ଚେୟାରମ୍ୟାନ୍ Shapoorji Pa...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+