ଯାଜପୁର ଜିଲ୍ଲାରେ ପୁଣିଥରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଦଶରଥପୁର ବ୍ଲକ ଧୋବାବିଲା ଗାଁ ନିକଟରେ କାଣୀ ନଦୀର ଘାଇ ନିକଟରେ ମାଟି ଧସିଯିବାରୁ ବନ୍ୟାଜଳରେ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକଙ୍କ ପରିଚୟମହେଶ୍ୱର ସୁତାର, ପାଟଣା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ରବିବାର ମହେଶ୍ୱର ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଧୋବାବିଲା ନିକଟରେ ନଦୀ ଘାଇ ପାଖରେ ହଠାତ୍ ମାଟି ଧସିଯାଇଥିଲା। ଫଳରେ ସେ ପ୍ରଖର ବନ୍ୟାଜଳରେ ପଡ଼ିଯାଇ ଭାସିଯାଇଥିବା ଜଣାପଡ଼ିଛି।
ଘଟଣା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘାଇ ନିକଟରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ମହେଶ୍ୱରଙ୍କ କୌଣସି ସନ୍ଧାନ ମିଳିନଥିଲା।
କାଣୀ ନଦୀର ଦୁଇଟି ଘାଇ ମଧ୍ୟରୁ ଗୋଟିଏ ଘାଇ ମରାମତି ସମୟରେ ପୁଣି ଭାଙ୍ଗିଯିବାରୁ ବନ୍ୟାଜଳ ନିକଟସ୍ଥ ଗାଁ ଓ ଚାଷଜମି ଆଡ଼କୁ ପ୍ରବାହିତ ହୋଇଛି। କାଣୀ ନଦୀ ବୈତରଣୀ ନଦୀର ଏକ ଶାଖା ଅଟେ।
ବନ୍ୟାଜଳ ପ୍ରବାହ ବଢ଼ିବା ଯୋଗୁଁ ତାରାପଦା ଓ କସପା ପଞ୍ଚାୟତର ଏକାଧିକ ଗାଁ ପ୍ରଭାବିତ ହୋଇଛି। ଧୋବାବିଲା ଗାଁ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି।
ବନ୍ୟାଜଳ ପୁଣି ଘେରିବା ପରେ ଧୋବାବିଲା ଗାଁର୩୦ରୁ ଅଧିକ ପରିବାରପୁଣିଥରେ ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଶିଶୁ ଓ ଗୃହପାଳିତ ପଶୁଙ୍କ ସହ ଲୋକେ ତାରପୋଲିନ୍ ତଳେ ଅସ୍ଥାୟୀ ଭାବେ ରହୁଛନ୍ତି।
ବନ୍ୟା ପରିସ୍ଥିତି ସାମାନ୍ୟ ହେବା ପରେ ଲୋକେ ଘରକୁ ଫେରିଥିଲେ। କିନ୍ତୁ ପୁଣି ଘାଇ ସୃଷ୍ଟି ହେବାରୁ ସେମାନଙ୍କ ମଧ୍ୟରେ ଅନିଶ୍ଚିତତା ବଢ଼ିଛି। ଅନେକଙ୍କ ଘର ଓ ସମ୍ପତ୍ତି ବନ୍ୟାଜଳରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ବନ୍ଧ ମରାମତି ଓ ବନ୍ୟାଜଳ ନିୟନ୍ତ୍ରଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ପ୍ରଭାବିତ ପରିବାରଙ୍କୁ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...