ରାଜସ୍ଥାନର ଜୟପୁରରେ ଘଟିଥିବା ଜଣେ ୯ ବର୍ଷୀୟା ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପୁଣିଥରେ ଚର୍ଚ୍ଚାରେ ଆସିଛି। ଘଟଣାର ପ୍ରାୟ ୮ ମାସ ପରେ ଛାତ୍ରୀଙ୍କ ପରିବାର ପକ୍ଷରୁ ସ୍କୁଲର ସିସିଟିଭି ଫୁଟେଜ ସାର୍ବଜନୀନ କରାଯାଇଛି, ଯେଉଁଥିରେ ସହପାଠୀମାନେ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ କରାଯାଇଛି।
ମୃତ ଛାତ୍ରୀ ଅମାୟରା ମୀନା ଜୟପୁରର ନୀରଜା ମୋଦୀ ସ୍କୁଲର ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ଗତ ୧୮ ମାସ ଧରି ସହପାଠୀମାନେ ତାଙ୍କୁ ଚିଡ଼ାଇବା, ଅପମାନ କରିବା ଓ ମାନସିକ ଭାବେ ନିର୍ଯାତନା ଦେଉଥିଲେ। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଯାଇନଥିବା ଦାବି କରାଯାଇଛି।
ପରିବାର କହିଛନ୍ତି, ସିସିଟିଭି ଫୁଟେଜରେ ଅମାୟରା ସାଧାରଣ ଭାବେ କ୍ଲାସକୁ ଯାଉଥିବା ଓ କାର୍ଯ୍ୟକଳାପରେ ଭାଗ ନେଉଥିବା ଦେଖାଯାଉଛି। ତେବେ ଏହା ପୂର୍ବରୁ ସହପାଠୀମାନେ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ଦୃଶ୍ୟ ଥିବା ବୋଲି ସେମାନେ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ସାହାଯ୍ୟ ମାଗିଥିଲେ ମଧ୍ୟ ଶ୍ରେଣୀ ଶିକ୍ଷୟିତ୍ରୀ ପକ୍ଷରୁ କୌଣସି ସହଯୋଗ ମିଳିନଥିଲା।
ଗତ ବର୍ଷ ନଭେମ୍ବର ୧ ତାରିଖରେ ଅମାୟରା ସ୍କୁଲର ଚତୁର୍ଥ ମହଲାରୁ ଡେଇଁ ଜୀବନ ହାରିଥିଲେ। ପରିବାର ପକ୍ଷରୁ ଏହାକୁ ଦୀର୍ଘଦିନର ମାନସିକ ନିର୍ଯାତନାର ପରିଣାମ ବୋଲି ଦାବି କରାଯାଇଛି।
ଏହି ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ସହ ସ୍କୁଲର ପ୍ରିନ୍ସିପାଲ୍, ଚେୟାରମ୍ୟାନ ଏବଂ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ମଧ୍ୟ ଆଇନଗତ ପଦକ୍ଷେପ ନେବାକୁ ପରିବାର ଦାବି କରିଛନ୍ତି।
ଏପଟେ ପରିବାରର ଅଭିଯୋଗ ହେଉଛି ଯେ, ପୁଲିସର ତଦନ୍ତ ଅସମ୍ପୂର୍ଣ୍ଣ ଥିଲା ଏବଂ ସ୍କୁଲର କେତେକ ଦାୟିତ୍ୱପୂର୍ଣ୍ଣ ଅଧିକାରୀଙ୍କୁ ଚାର୍ଜସିଟରେ ସାମିଲ କରାଯାଇନାହିଁ। ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...
ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...
ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...