ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ପୁଣିଥରେ ଚରମ ସୀମାକୁ ପହଞ୍ଚିଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଇରାନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ନେଇ ଇସ୍ରାଏଲ ଆମେରିକାକୁ ଗୁଇନ୍ଦା ସୂଚନା ପ୍ରଦାନ କରିଛି।
ରିପୋର୍ଟରେ କୁହାଯାଇଛି ଯେ, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆମେରିକାର ଡ୍ରୋନ୍ ଆକ୍ରମଣରେ ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର କୁଦ୍ସ ଫୋର୍ସର କମାଣ୍ଡର କାସେମ୍ ସୋଲେମାନିଙ୍କ ମୃତ୍ୟୁ ପରଠାରୁ ଇରାନ ପକ୍ଷରୁ ପ୍ରତିଶୋଧର ଧମକ ଦିଆଯାଉଥିଲା।
CNNର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ପକ୍ଷରୁ ଦିଆଯାଇଥିବା ଏହି ଗୁଇନ୍ଦା ସୂଚନା ସମ୍ପ୍ରତିକ ଏବଂ ଏକ ନିର୍ଦ୍ଦିଷ୍ଟ କଥିତ ଷଡ଼ଯନ୍ତ୍ର ସହ ଜଡ଼ିତ ବୋଲି କୁହାଯାଇଛି। ତେବେ କେତେକ ଆମେରିକୀୟ ଅଧିକାରୀଙ୍କ ମତରେ, ଟ୍ରମ୍ପଙ୍କ ଇରାନ ନୀତିକୁ ପ୍ରଭାବିତ କରିବା ପାଇଁ ମଧ୍ୟ ଏହି ସୂଚନା ଦିଆଯାଇଥାଇପାରେ।
ସମ୍ପ୍ରତି ଟ୍ରମ୍ପ ନିଜେ ମଧ୍ୟ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ନିଜ ଜୀବନ ପ୍ରତି ବିପଦ ଥିବା କଥା କହିଥିଲେ। ଏହି ଘଟଣା ପରେ ତାଙ୍କ ସୁରକ୍ଷାକୁ ନେଇ ଆମେରିକାର ସୁରକ୍ଷା ଏଜେନ୍ସିମାନେ ସତର୍କ ରହିଛନ୍ତି।
ଏପରିସ୍ଥିତିରେ ଆମେରିକା ଓ ଇରାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ଏବଂ ଶାନ୍ତି ଚୁକ୍ତି ପରେ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସମ୍ପର୍କରେ କିଛି ମତଭେଦ ସୃଷ୍ଟି ହୋଇଥିବା ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ତଥାପି ଗୁରୁବାର ଟ୍ରମ୍ପ ଓ ନେତାନ୍ୟାହୁ ଫୋନ୍ ଯୋଗେ ଆଲୋଚନା କରି ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତି ଏବଂ ଦୁଇ ଦେଶ ମଧ୍ୟରେ ସମନ୍ୱୟ ଜାରି ରଖିବା ନେଇ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...
ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ Binanceରେ...
ଦେଶରେ ଘର ବିକ୍ରି ବଢ଼ିଲା ୧୨%, ରିଅଲ୍ ଇଷ୍ଟେଟ୍ ବଜାରରେ ନ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...