ଅନ୍ତର୍ଜାତୀୟ ବଡିବିଲ୍ଡର ଜନ୍ମେଜୟ ମହାନ୍ତିଙ୍କ ପରଲୋକ, ମାତ୍ର ୪୦ ବର୍ଷରେ ହୃଦଘାତରେ ମୃତ୍ୟୁ

ଓଡ଼ିଶାର ଜଣାଶୁଣା ଅନ୍ତର୍ଜାତୀୟ ବଡିବିଲ୍ଡର ଜନ୍ମେଜୟ ମହାନ୍ତିଙ୍କର ପରଲୋକ ହୋଇଛି। ମାତ୍ର ୪୦ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏସିଆନ୍ ଓ ଜାତୀୟ ବଡିବିଲ୍ଡିଂ ପ୍ରତିଯୋଗିତାରେ ସେ ଏକାଧିକ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଥିଲେ।
international-bodybuilder-janmejaya
international-bodybuilder-janmejaya

ଓଡ଼ିଶାର ବଡିବିଲ୍ଡିଂ ଜଗତ ପାଇଁ ଆସିଛି ଏକ ଦୁଃଖଦ ଖବର। ଜଣାଶୁଣା ଅନ୍ତର୍ଜାତୀୟ ବଡିବିଲ୍ଡରଜନ୍ମେଜୟ ମହାନ୍ତିଙ୍କର ପରଲୋକହୋଇଛି। ମାତ୍ର ୪୦ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ନିଜ ଘରେ ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି।

ଜନ୍ମେଜୟ ମହାନ୍ତି ଓଡ଼ିଶାର ବଡିବିଲ୍ଡିଂ କ୍ଷେତ୍ରର ଜଣେ ପରିଚିତ ଚେହେରା ଥିଲେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ଏକାଧିକ ସଫଳତା ହାସଲ କରିଥିଲେ। ପୂର୍ବରୁ ସେମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ରୌପ୍ୟ ପଦକଜିତିଥିଲେ। ୨୦୧୯ରେ ୭୦ କିଲୋଗ୍ରାମ ବର୍ଗରେ ତାଙ୍କର ଏହି ସଫଳତା ଚର୍ଚ୍ଚାରେ ଥିଲା।

ସେହିପରି ଜନ୍ମେଜୟମିଷ୍ଟର ଏସିଆରେ ପଞ୍ଚମ,ମିଷ୍ଟର ୟୁନିଭର୍ସରେ ସପ୍ତମସ୍ଥାନ ହାସଲ କରିଥିଲେ। ମିଷ୍ଟର ଇଣ୍ଡିଆରେ ଦୁଇଟି ରୌପ୍ୟ ପଦକ ଏବଂ ଇଷ୍ଟର୍ଣ୍ଣ ଇଣ୍ଡିଆ ବଡିବିଲ୍ଡିଂ ପ୍ରତିଯୋଗିତାରେ ତିନୋଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ଏଥିସହ ସେ୧୪ ଥର ମିଷ୍ଟର ଭୁବନେଶ୍ୱରଟାଇଟଲ୍ ହାସଲ କରିଥିବା ରେକର୍ଡ ରହିଛି।

ବଡିବିଲ୍ଡିଂ ସହିତ ଜନ୍ମେଜୟ ଭାରତୀୟ ଡାକ ବିଭାଗରେ ମଧ୍ୟ କାର୍ଯ୍ୟରତ ଥିଲେ। ଡାକ ବିଭାଗରଡାକଶ୍ରୀ ବଡିବିଲ୍ଡିଂ ପ୍ରତିଯୋଗିତାରେ ସେ ଏକାଧିକ ଥର ସ୍ୱର୍ଣ୍ଣ ପଦକଜିତିଥିଲେ। ୨୦୧୨ରେ ଚେନ୍ନାଇରେ ଆୟୋଜିତ ଅଲ୍ ଇଣ୍ଡିଆ ପୋଷ୍ଟାଲ୍ ବଡିବିଲ୍ଡିଂ ଚାମ୍ପିଅନସିପ୍ରେ ସେ ଡାକଶ୍ରୀ ଟାଇଟଲ୍ ଜିତିଥିଲେ।

୨୦୧୭ରେ ବ୍ୟାଙ୍କକ୍ରେ ହେବାକୁ ଥିବା ଏସିଆନ୍ ବଡିବିଲ୍ଡିଂ ଆଣ୍ଡ ଫିଟନେସ୍ ଚାମ୍ପିଅନସିପ୍ ପାଇଁ ମଧ୍ୟ ଜନ୍ମେଜୟ ଭାରତୀୟ ଦଳରେ ଚୟନ ହୋଇଥିଲେ। ସେତେବେଳେ ୮୦-୮୫ କିଲୋଗ୍ରାମ ବର୍ଗରେ ଦେଶକୁ ପ୍ରତିନିଧିତ୍ୱ କରିବା ଲକ୍ଷ୍ୟରେ ପ୍ରସ୍ତୁତି ଚଳାଇଥିଲେ।

ଜନ୍ମେଜୟଙ୍କ ଅକାଳ ବିୟୋଗରେ ଓଡ଼ିଶାର ବଡିବିଲ୍ଡିଂ ମହଲରେ ଶୋକର ଛାୟା ଖେଳିଯାଇଛି। ଜଣେ ପ୍ରତିଭାବାନ୍ କ୍ରୀଡ଼ାବିତ୍ଙ୍କୁ ଅତି ଅଳ୍ପ ବୟସରେ ହରାଇବା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି।

LIVE TV
LIVE
Latest News
ଅଲିମ୍ପିକ୍ ପଦକ ପାଇଁ ଭାରତୀୟ ତୀରନ୍ଦାଜଙ୍କୁ APLର ନୂଆ ମଞ୍ଚ, ଅନିଲ କାମିନେନି କହିଲେ—ଚାପ ହ୍ରାସରେ ମିଳୁଛି ଲାଭ

ଅଲିମ୍ପିକ୍ ପଦକ ପାଇଁ ଭାରତୀୟ ତୀରନ୍ଦାଜଙ୍କୁ APLର...

ଅଲିମ୍ପିକ୍ ଓ ଭାରତୀୟ ତୀରନ୍ଦାଜୀର ମଧ୍ୟରେ ଥିବା ଅନ୍ତର...

‘FRIENDS’ ଭଳି ଲାଗୁଛି ‘Kappi Squad’! କଫି ଶପ୍‌ ଖୋଲିବାକୁ ୪ ସାଙ୍ଗଙ୍କ ଜବରଦସ୍ତ ଯାତ୍ରା

‘FRIENDS’ ଭଳି ଲାଗୁଛି ‘Kappi Squad’! କଫି...

OTT ଦୁନିଆରେ ମାଲୟାଲମ୍‌ର ନୂଆ ୱେବ୍ ସିରିଜ୍ &lsquo...

ଏସିଆନ୍ ପାରା ଗେମ୍ସରେ ଭାରତର ଧମାକାଦାର ଆରମ୍ଭ: ମୋନାଙ୍କୁ ସ୍ୱର୍ଣ୍ଣ, ଅବନୀଙ୍କୁ ରୌପ୍ୟ; ଶୀତଳଙ୍କ ବିଶ୍ୱ ରେକର୍ଡ

ଏସିଆନ୍ ପାରା ଗେମ୍ସରେ ଭାରତର ଧମାକାଦାର ଆରମ୍ଭ:...

ପ୍ରଥମ ଦିନରେ ଭାରତର ପଦକ ଖାତା ଖୋଲିଲା ଆଇଚି-ନାଗୋୟାରେ...

ଏସିଆନ୍ ପାରା ଗେମ୍ସରେ ଭାରତର ସ୍ୱର୍ଣ୍ଣିମ ଆରମ୍ଭ, ମୋନାଙ୍କୁ ଗୋଲ୍ଡ୍‌ ଅବନୀଙ୍କୁ ସିଲଭର

ଏସିଆନ୍ ପାରା ଗେମ୍ସରେ ଭାରତର ସ୍ୱର୍ଣ୍ଣିମ ଆରମ୍ଭ,...

ଭାରତର ଦମଦାର ୧-୨ ଫିନିଶ୍ ଜାପାନର ଆଇଚି-ନାଗୋୟାରେ ଚାଲ...

ମହାବତାର ପର୍ଶୁରାମରୁ ବାହୁବଳୀ ଯାଏଁ: ୨୦୨୬-୨୭ରେ ଆସୁଛି ୫ ଦମଦାର ଆନିମେଟେଡ୍ ଫିଲ୍ମ

ମହାବତାର ପର୍ଶୁରାମରୁ ବାହୁବଳୀ ଯାଏଁ: ୨୦୨୬-୨୭ରେ ଆସୁଛି...

ଭାରତୀୟ ସିନେମାରେ ଆନିମେସନ୍ର ଦୁନିଆ ଦ୍ରୁତ ଭାବେ ବଡ଼ ହେଉ...

ଅଜିତ ଅଗରକରଙ୍କ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ହେଲେ ପ୍ରଜ୍ଞାନ ଓଝା, ଚୟନ କମିଟିରେ ରମେଶ ପାୱାର

ଅଜିତ ଅଗରକରଙ୍କ ପରେ ଟିମ୍ ଇଣ୍ଡିଆର ମୁଖ୍ୟ...

ଭାରତୀୟ କ୍ରିକେଟ୍ରେ ଚୟନ କମିଟିକୁ ନେଇ ବଡ଼ ପରିବର୍ତ୍ତନ ଆ...

‘Jailer 2’ରେ ରଜନୀକାନ୍ତଙ୍କ ଟାଇଗରଙ୍କୁ ଟକ୍କର ଦେବେ ଏହି ଖଳନାୟକ, ଜାଣନ୍ତୁ କିଏ କିଏ

‘Jailer 2’ରେ ରଜନୀକାନ୍ତଙ୍କ ଟାଇଗରଙ୍କୁ ଟକ୍କର ଦେବେ...

ରଜନୀକାନ୍ତଙ୍କ ‘Jailer 2’ ରିଲିଜ୍ ପରେ ଫିଲ...

ଏହି ସପ୍ତାହରେ OTTରେ ଧମାକା: ‘ଗଜବ ରାତ୍’ରୁ ‘ଲଭ୍ ଇନ୍ ଡିସଗାଇଜ୍’ ପର୍ଯ୍ୟନ୍ତ ୯ଟି ଦମଦାର ଫିଲ୍ମ-ସିରିଜ୍

ଏହି ସପ୍ତାହରେ OTTରେ ଧମାକା: ‘ଗଜବ ରାତ୍’ରୁ...

ଅକ୍ଟୋବର ୧୯ରୁ ୨୫ ମଧ୍ୟରେ ବିଭିନ୍ନ OTT ପ୍ଲାଟଫର୍ମରେ ଦର୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+