ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିଛି। ଇଣ୍ଡିଗୋ ଏୟାରଲାଇନ୍ସ ଗତ ଜୁନ୍ ୧୭ ତାରିଖରୁ ଝାରସୁଗୁଡ଼ା-ମୁମ୍ବାଇ ସିଧାସଳଖ ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରିଛି। ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବରରେ ଉଇଣ୍ଟର ସେଡ୍ୟୁଲ୍ ଜାରି ହେବା ପରେ ଏହି ସେବା ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି।
କେବଳ ମୁମ୍ବାଇ ନୁହେଁ, ଝାରସୁଗୁଡ଼ା-କୋଲକାତା ଓ ଝାରସୁଗୁଡ଼ା-ବେଙ୍ଗାଲୁରୁ ରୁଟ୍ରେ ମଧ୍ୟ ବିମାନ ଚଳାଚଳ କମାଇ ଦିଆଯାଇଛି। ପୂର୍ବରୁ ସପ୍ତାହର ସାତ ଦିନ ଚାଲୁଥିବା ଏହି ଦୁଇଟି ରୁଟ୍ରେ ଏବେ କେବଳ ସପ୍ତାହକୁ ଚାରି ଦିନ ବିମାନ ସେବା ମିଳିବ।
ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି, ବିମାନ ଇନ୍ଧନ ଯୋଗାଣର ସମସ୍ୟା ଓ ଅପରେସନାଲ୍ କାରଣକୁ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହି ନିଷ୍ପତ୍ତି ଫଳରେ ପଶ୍ଚିମ ଓଡ଼ିଶାର ବ୍ୟବସାୟୀ, ଆଇଟି କର୍ମଚାରୀ, ଛାତ୍ରଛାତ୍ରୀ ଓ ନିୟମିତ ବିମାନ ଯାତ୍ରୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏବେ ମୁମ୍ବାଇ କିମ୍ବା ଅନ୍ୟ ସହରକୁ ଯିବା ପାଇଁ ଯାତ୍ରୀମାନଙ୍କୁ ଭୁବନେଶ୍ୱର କିମ୍ବା ଅନ୍ୟ ବିମାନବନ୍ଦର ମାଧ୍ୟମରେ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ୁଛି। ଫଳରେ ଯାତ୍ରା ସମୟ ବଢ଼ିବା ସହିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି।
ଝାରସୁଗୁଡ଼ା ବିମାନବନ୍ଦରର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଦାଉଣ୍ଡିଆ କହିଛନ୍ତି ଯେ, ଅପରେସନାଲ୍ ସମସ୍ୟା ଯୋଗୁଁ ଇଣ୍ଡିଗୋ ପକ୍ଷରୁ ଏହି ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଯାତ୍ରୀମାନେ ଉଇଣ୍ଟର ସେଡ୍ୟୁଲ୍ରେ ସେବା ପୁନଃ ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...