ଆମେରିକାରକାନସାସ୍ରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପାଣିରେ କାର୍ ଭାସିଯିବାରୁ୩୩ ବର୍ଷୀୟ ଭାରତୀୟ ଛାତ୍ର ଓ ଆଇଟି ପେଶାଦାର ଭେଙ୍କଟେଶ ଡୋପାଲାପୁଡିଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଶନିବାର ଅପରାହ୍ଣରେ ଦକ୍ଷିଣ-କେନ୍ଦ୍ରୀୟ କାନସାସ୍ରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିଲା। ସେହି ସମୟରେ ଭେଙ୍କଟେଶହ୍ୟୁଷ୍ଟନରୁ କାର୍ରେ ଫେରୁଥିବା ବେଳେତାଙ୍କ ଗାଡ଼ି ପ୍ରବଳ ସ୍ରୋତରେ ଭାସିଯାଇଥିଲା।
ଭେଙ୍କଟେଶ ଡୋପାଲାପୁଡିଏଚ୍-୧ବି (H-1B) ଭିସାଧାରୀଥିଲେ ଏବଂନେବ୍ରାସ୍କାର ଓମାହାରେ ବସବାସ କରୁଥିଲେ। ତାଙ୍କ ଘରଆନ୍ଧ୍ର ପ୍ରଦେଶରେ ବୋଲି ଜଣାପଡ଼ିଛି।
ସମ୍ନର କାଉଣ୍ଟି ସେରିଫ୍ କାର୍ଯ୍ୟାଳୟର ସୂଚନା ଅନୁସାରେ, ପ୍ରତ୍ୟକ୍ଷଦର୍ଶୀମାନେ ଏକ ପୋଲ ନିକଟରେ ଗାଡ଼ି ବୁଡ଼ିଯାଇଥିବା ଏବଂ ଜଣେ ବ୍ୟକ୍ତି ଗାଡ଼ି ଭିତରେ ଫସି ରହିଥିବା ସମ୍ପର୍କରେ ଖବର ଦେଇଥିଲେ।
ଏହାପରେ ଜରୁରୀକାଳୀନ ଉଦ୍ଧାରକାରୀ ଦଳକାନସାସ୍ର ୱେଲିଂଟନ୍ ନିକଟସ୍ଥ ଦକ୍ଷିଣ ଅଲିଭର ରୋଡ୍ରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ଜଳସ୍ରୋତ କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟିଥିଲା। ପରେରବିବାରଭେଙ୍କଟେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ହ୍ୟୁଷ୍ଟନ ସ୍ଥିତଭାରତୀୟ ବାଣିଜ୍ୟିକ ଦୂତାବାସଭେଙ୍କଟେଶଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ସମବେଦନା ଜଣାଇଛି।
ଅନ୍ୟପକ୍ଷରେ, ଦକ୍ଷିଣ-କେନ୍ଦ୍ରୀୟ କାନସାସ୍ରେ ବନ୍ୟା ସ୍ଥିତି ଯୋଗୁଁ ଅନେକ ଲୋକ ନିଜ ଗାଡ଼ି ସହ ରାସ୍ତାରେ ଫସି ରହିଥିବା ଜଣାପଡ଼ିଛି ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ଧନତେରସକୁ ନେଇ ଦେଶରେ ସୁନା ଓ ରୁପା କିଣାବିକା ପାଇଁ ବଜାର...
ଭାରତରେ ସୁନା ଋଣ ବଜାର ଦ୍ରୁତ ଗତିରେ ବିସ୍ତାର ହେଉଥିବା ବେ...
ଭାରତୀୟ ଅଟୋମୋବାଇଲ୍ ବଜାରରେ SUV ଗାଡ଼ି ପ୍ରତି ଗ୍ରାହକଙ୍କ...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...