India Women's cricket team qualifies for the LA28 Olympics despite exiting the ICC Women's T20 World Cup.

ଟି-୨୦ ବିଶ୍ୱକପ୍‌ରୁ ବିଦାୟ, ତଥାପି ଇତିହାସ ରଚିଲା ଭାରତୀୟ ମହିଳା ଦଳ; LA28 ଅଲିମ୍ପିକ୍ସ ପାଇଁ କଲା ଯୋଗ୍ୟତା ହାସଲ

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ମଧ୍ୟ ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ବଡ଼ ସଫଳତା ହାସଲ କରିଛି। ଆଇସିସିର ନୂତନ ଯୋଗ୍ୟତା ପ୍ରଣାଳୀ ଅନୁସାରେ ଏସିଆର ଶୀର୍ଷ ଯୋଗ୍ୟ ଦଳ ଭାବେ ଭାରତ ୨୦୨୮ ଲସ୍‌ ଆଞ୍ଜେଲସ୍‌ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି।

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ନିରାଶାଜନକ ପ୍ରଦର୍ଶନ ସହ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲେ ମଧ୍ୟ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ ୨୦୨୮ ଲସ୍‌ ଆଞ୍ଜେଲସ୍‌ (LA28) ଅଲିମ୍ପିକ୍ସ ପାଇଁ ଐତିହାସିକ ଯୋଗ୍ୟତା ହାସଲ କରିଛି।

ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଗ୍ରୁପ୍-ଏ ମ୍ୟାଚ୍‌ରେ ୬ ୱିକେଟ୍‌ରେ ପରାଜିତ ହୋଇ ଭାରତ ସେମିଫାଇନାଲ୍‌ରେ ପହଞ୍ଚିପାରିନଥିଲା। ତଥାପି ଆଇସିସିର ନୂତନ ଅଲିମ୍ପିକ୍ସ ଯୋଗ୍ୟତା ବ୍ୟବସ୍ଥା ଅନୁଯାୟୀ ଏସିଆର ସର୍ବୋଚ୍ଚ ଯୋଗ୍ୟ ଦଳ ଭାବେ ଭାରତ ସିଧାସଳଖ ଅଲିମ୍ପିକ୍ସ ଟିକେଟ୍ ନିଶ୍ଚିତ କରିଛି।

ଆଇସିସି ସୋମବାର ଘୋଷଣା କରିଛି ଯେ, ଲସ୍‌ ଆଞ୍ଜେଲସ୍‌ ଅଲିମ୍ପିକ୍ସ ୨୦୨୮ରେ ପୁରୁଷ ଓ ମହିଳା ବର୍ଗରେ ୬ଟି ଲେଖାଏଁ ଦଳ ଟି-୨୦ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ୍‌ର ପୁନର୍ବାପସୀ ହେବାକୁ ଯାଉଛି।

ନୂତନ ଯୋଗ୍ୟତା ବ୍ୟବସ୍ଥା ଅନୁସାରେ ଏସିଆ, ଆଫ୍ରିକା, ୟୁରୋପ ଓ ଓସେନିଆର ସର୍ବୋଚ୍ଚ ପ୍ରଦର୍ଶନକାରୀ ଯୋଗ୍ୟ ଦଳମାନଙ୍କୁ ସିଧାସଳଖ ସ୍ଥାନ ମିଳିଛି।

ଏହି କ୍ରମରେ ଅଷ୍ଟ୍ରେଲିଆ (ଓସେନିଆ), ଭାରତ (ଏସିଆ), ଦକ୍ଷିଣ ଆଫ୍ରିକା (ଆଫ୍ରିକା) ଏବଂ ଗ୍ରେଟ୍ ବ୍ରିଟେନ୍‌ (ୟୁରୋପ) ପ୍ରଥମ ଚାରିଟି ସ୍ଥାନ ନିଶ୍ଚିତ କରିଛନ୍ତି।

ପଞ୍ଚମ ସ୍ଥାନ ଆୟୋଜକ ଦେଶ ଯୁକ୍ତରାଷ୍ଟ୍ର ଆମେରିକା (USA) ପାଇଁ ସଂରକ୍ଷିତ ରହିଛି। ତେବେ ୨୦୨୬ ଡିସେମ୍ବର ୩୧ ସୁଦ୍ଧା ଆମେରିକା ଆଇସିସି ମହିଳା ଟି-୨୦ ରାଙ୍କିଙ୍ଗର ଶୀର୍ଷ ୧୫ ମଧ୍ୟରେ ନ ଆସିଲେ, ସେହି ସ୍ଥାନ ଅନ୍ୟ ସର୍ବୋଚ୍ଚ ରାଙ୍କିଙ୍ଗପ୍ରାପ୍ତ ଯୋଗ୍ୟ ଦଳକୁ ମିଳିବ।

ଶେଷ ଷଷ୍ଠ ସ୍ଥାନ ୨୦୨୭ ଆଇସିସି ଅଲିମ୍ପିକ୍ସ କ୍ୱାଲିଫାୟର୍ ପ୍ରତିଯୋଗିତା ମାଧ୍ୟମରେ ସ୍ଥିର ହେବ।

Breaking News
+