ଆଗାମୀ ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ ପାଇଁ ଶୁକ୍ରବାର ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ମିଡଫିଲ୍ଡର ସଲିମା ଟେଟେଙ୍କୁ ଦଳର ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି।
ଏହି ଦଳରେ ଓଡ଼ିଶାରୁ କେବଳ ସୁନେଲିତା ଟୋପ୍ପୋ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ପ୍ରଶିକ୍ଷଣ ଶିବିରରୁ ଏହି ଚୂଡ଼ାନ୍ତ ଦଳ ଚୟନ କରାଯାଇଛି।
ଗତ ମାସରେ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଏଫ୍ଆଇଏଚ୍ ନେସନ୍ସ କପ୍ରେ ଭାରତ ଅପରାଜିତ ରହି ଟ୍ରଫି ଜିତିଥିଲା। ସେହି ସଫଳତାକୁ ବିଶ୍ୱକପ୍ରେ ମଧ୍ୟ ଜାରି ରଖିବାକୁ ଦଳ ଲକ୍ଷ୍ୟ ରଖିଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିନ୍ ମଧ୍ୟ ଆଶାବାଦୀ ରହିଛନ୍ତି।
ଚଳିତ ବର୍ଷ ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ନେଦରଲ୍ୟାଣ୍ଡସ୍ ଓ ବେଲଜିୟମ୍ ମିଳିତ ଭାବେ ମହିଳା ହକି ବିଶ୍ୱକପ୍ ଆୟୋଜନ କରିବେ। ଭାରତ ପୁଲ୍-ଡିରେ ଚୀନ୍, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସହ ରହିଛି।
ଭାରତ ତା'ର ସମସ୍ତ ପୁଲ୍ ପର୍ଯ୍ୟାୟ ମ୍ୟାଚ୍ ନେଦରଲ୍ୟାଣ୍ଡସ୍ର ଆମ୍ଷ୍ଟେଲଭିନ୍ସ୍ଥିତ ୱାଗେନର ହକି ଷ୍ଟାଡିୟମ୍ରେ ଖେଳିବ। ଦଳ ଅଗଷ୍ଟ ୧୬ରେ ଚୀନ୍, ୧୮ରେ ଦକ୍ଷିଣ ଆଫ୍ରିକା ଏବଂ ୨୦ରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା କରିବ।
ଗୋଲକିପର: ସବିତା, ବିଚୁ ଦେବୀ ଖାରିବାମ୍
ଡିଫେଣ୍ଡର: ଈଶିକା ଚୌଧୁରୀ, ସୁଶିଲା ଚାନୁ ପୁଖ୍ରାମ୍ବାମ୍, ଲାଲଥାନ୍ତଲୁଆଙ୍ଗୁ, ଜ୍ୟୋତି, ଶିଳ୍ପୀ ଦାବାସ
ମିଡଫିଲ୍ଡର: ସଲିମା ଟେଟେ (ଅଧିନାୟିକା), ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲିତା ଟୋପ୍ପୋ, ନେହା, ଦୀପିକା ସୋରେଙ୍ଗ
ଫରୱାର୍ଡ: ଲାଲରେମସିଆମି, ଋତୁଜା ପିସାଲ, ନବନୀତ କୌର, ଈଶିକା, ବଲଜିତ କୌର, ବିଉଟି ଡୁଙ୍ଗଡୁଙ୍ଗ।
୨୦୨୦ ଫେବୃଆରୀରେ ଘଟିଥିବା ଦିଲ୍ଲୀ ଦଙ୍ଗା ପଛରେ ଥିବା କଥ...
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍...
ନବରଙ୍ଗପୁର ଜିଲ୍ଲା ଝରିଗାଁ ଫରେଷ୍ଟ ରେଞ୍ଜ ଅଧୀନ କୁସୁମୀ ଗ...
ହତ୍ୟା ମାମଲାରେ ମୃତଦେହ ନମିଳିଲେ ମଧ୍ୟ ବିଶ୍ୱସନୀୟ ପ୍ରମ...
ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ...
ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ପୁଣିଥରେ ହିଂସା ବଢ଼ିଛ...
ସାରା ବିଶ୍ୱରେ ରଥଯାତ୍ରା ସାଧାରଣତଃ ରାସ୍ତା ଉପରେ ଆୟୋଜିତ...
ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ପବିତ୍ରବଦ୍ରିନାଥ ଧାମର...
ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ସଂଘର୍ଷ ତୀବ୍ର ହୋଇଥିବ...
ପାକିସ୍ତାନରେ ଆର୍ଥିକ ସଙ୍କଟ ମଧ୍ୟରେ ଏବେ ଖାଦ୍ୟ ସଙ୍କଟ ଆହ...
ଓଡ଼ିଶା ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଚ...
ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜ...