ଭାରତ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି। ୧୬ ଜଣିଆ ଏହି ଦଳର ନେତୃତ୍ୱ ମିଚେଲ୍ ସାଣ୍ଟନର୍ ନେବେ। ଟିମ୍ରେ ୭ ଜଣ ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇଛି।
ଦଳରେ ଲକି ଫର୍ଗୁସନ୍, ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍ ଏବଂ ଜ୍ୟାକବ୍ ଡଫିଙ୍କ ସହ ଆଡାମ୍ ମିଲନେଙ୍କୁ ସ୍ଥାନ ମିଳିଛି। ୩୪ ବର୍ଷୀୟ ମିଲନେ ନ୍ୟୁଜିଲାଣ୍ଡ ପାଇଁ ୫୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ତାଙ୍କୁ ପୁଣି ଜାତୀୟ ଦଳରେ ସୁଯୋଗ ଦିଆଯାଇଛି।
ତେବେ ରଚିନ୍ ରବୀନ୍ଦ୍ରଙ୍କୁ ଏହି ସିରିଜ୍ରୁ ବାଦ ଦିଆଯାଇଛି। ଗତ ସପ୍ତାହରେ ଏକ ପ୍ରମୋସନାଲ୍ ଶୁଟ୍ ସମୟରେ ସେ ଆହତ ହୋଇଥିଲେ। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ।
ଟି-୨୦ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିଥିବା ଫିନ୍ ଆଲେନ୍ ଏବଂ ଟିମ୍ ସିଫର୍ଟଙ୍କ ଉପରେ ମଧ୍ୟ ନ୍ୟୁଜିଲାଣ୍ଡ ଭରସା ରଖିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସେମିଫାଇନାଲରେ ଫିନ୍ ଆଲେନ୍ ୩୩ ବଲ୍ରେ ଶତକ ହାସଲ କରିଥିବା ବେଳେ ଟିମ୍ ସିଫର୍ଟ ୫୮ ରନ୍ କରିଥିଲେ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଅକ୍ଟୋବର ୨୨ରୁ ଆରମ୍ଭ ହେବ। ୧୧ ଦିନ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯିବ। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ରନର୍ସ-ଅପ୍ ହୋଇଥିବା ବେଳେ ଘୋଷିତ ଦଳରେ ବିଶ୍ୱକପ୍ ଖେଳିଥିବା ୧୩ ଜଣ ଖେଳାଳି ରହିଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ି...
ପାରାଦୀପ:ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତର ପ୍ରଭାବରେ ଓଡ...
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍...
ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ସାଧାର...
ପଶ୍ଚିମବଙ୍ଗରେ ଟିଏମ୍‌ସିରୁ ବିଚ୍ଛିନ୍ନ ହୋଇ NCPIରେ...
ଭୁବନେଶ୍ୱର:MMDR Amendment Act, 2026କୁ ନେଇ ଓଡ଼ିଶାରେ...
ମେଘାଳୟ ରାଜନୀତିରେ ବଡ଼ ଦଳବଦଳ ଦେଖିବାକୁ ମିଳିଛି। UDPର ୮...