ପାରାଦୀପ:ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତର ପ୍ରଭାବରେ ଓଡ଼ିଶା ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଛି। ଫଳରେ ଆନ୍ଧ୍ରପ୍ରଦେଶର୨୮ଟି ମାଛଧରା ଟ୍ରଲରରେ ଥିବା ୨୪୮ ଜଣ ମତ୍ସ୍ୟଜୀବୀପାରାଦୀପ ବନ୍ଦରରେ ଆଶ୍ରୟ ନେଇଛନ୍ତି।
ଖରାପ ପାଗ ଯୋଗୁଁ ଟ୍ରଲରଗୁଡ଼ିକ ନିରାପଦ ଭାବେ ଆନ୍ଧ୍ରପ୍ରଦେଶ ଫେରିପାରିନଥିଲେ। ଏହାପରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସେମାନଙ୍କୁ ବନ୍ଦର ଭିତରେ ଆଶ୍ରୟ ନେବାକୁ ଅନୁମତି ଦେଇଥିଲେ। ମତ୍ସ୍ୟଜୀବୀ ଓ ଟ୍ରଲରଗୁଡ଼ିକୁEQ-1 ବର୍ଥରେରଖାଯାଇଛି।
ଏପଟେ ପାରାଦୀପ ବନ୍ଦରରେLocal Cautionary Signal No. 3ଜାରି ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ବନ୍ଦର ଭିତରକୁ ଜାହାଜ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଚାଲୁଥିବା କାର୍ଗୋ ଲୋଡିଂ କାମ ଶୀଘ୍ର ଶେଷ କରି ଜାହାଜଗୁଡ଼ିକୁ ସୁରକ୍ଷିତ ଦୂରତାକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ମଧ୍ୟ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ କରିଛି। IMD ଅନୁସାରେ, ଗଭୀର ଅବପାତଟି ସେପ୍ଟେମ୍ବର ୨୩ ରାତିରେ କଳିଙ୍ଗପଟ୍ଟଣମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳରେ ସମୁଦ୍ର ପରିସ୍ଥିତିrough to very rough, ଦକ୍ଷିଣ ଓଡ଼ିଶା ଉପକୂଳରେvery rough to highରହିବାର ସତର୍କତା ଦିଆଯାଇଛି।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପାଣିପାଗ ବିଭାଗର ସୂଚନା ଓ ସମୁଦ୍ର ପରିସ୍ଥିତି ଉପରେ ନଜର ରଖି ପରବର୍ତ୍ତୀ ସୁରକ୍ଷା ପଦକ୍ଷେପ ନେବେ।
‘ଆର୍ଟିକଲ ୩୭୦’ ପାଇଁ ଆସିଛି ଏକ ବଡ଼ ଜାତୀୟ...
ଭେଟେରାନ କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ବର୍ଷ ପାଇଁ...
ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ରମେ ଶକ୍ତିଶାଳୀ ହେଉଥିବାରୁ...
ଭାରତ ଏଥର ଦୀର୍ଘ ସମୟ ପରେ ଏକ ଦୁର୍ବଳ ମୌସୁମୀ ଋତୁର ସାମ୍ନ...
‘କଲ୍କି ୨୮୯୮ ଏଡି’ର ଦ୍ୱିତୀୟ ଭାଗକୁ ନେଇ ଅପ...
ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତା ନାନି ତାଙ୍କର ଆଗାମୀ ଫ...
ମେଘାଳୟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଭବିଷ୍ୟତରେ ମରୁଡ଼ି...