ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ-ମଣପଲ୍ଲୀ ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇ ଯାନବାହନ ଚଳାଚଳ ବନ୍ଦ ହୋଇଥିଲା।
ଏହି ରାସ୍ତାରେ ଯାତ୍ରା କରୁଥିବା ‘ମୁଖ୍ୟମନ୍ତ୍ରୀ ବସ୍’ ମଧ୍ୟ ଅଟକି ରହିଥିଲା। ବସ୍ଟି ସକାଳେ ଖଲ୍ଲିକୋଟରୁ ନାରାୟଣୀ ଅଭିମୁଖେ ବାହାରିଥିଲା। ଏହା ବାଧିନୂଆପଲ୍ଲୀ, କୈରାସି, ଭିକାପଡ଼ା, ଖୋଜାପଲ୍ଲୀ ଓ ବଡ଼ପଲ୍ଲୀ ପଞ୍ଚାୟତ ମୁଖ୍ୟାଳୟ ଦେଇ ନାରାୟଣୀରେ ପହଞ୍ଚିବାର ଥିଲା। ଗଛ ପଡ଼ି ରାସ୍ତା ଅବରୋଧ ହେବାରୁ ବସ୍ ସହ ଅନ୍ୟାନ୍ୟ ଯାନବାହନ ମଧ୍ୟ ମଝି ରାସ୍ତାରେ ଅଟକିଥିଲା। ଯାତ୍ରୀମାନେ ଏଥିପାଇଁ ଅସୁବିଧାରେ ପଡ଼ିଥିଲେ।
ଅନ୍ୟପଟେ ସାନଖେମୁଣ୍ଡି ବ୍ଲକ୍ର ତପ୍ତପାଣି ରାସ୍ତାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତ ଦୁଇ ଦିନ ଧରି ଅଞ୍ଚଳରେ ଲଗାତାର ବର୍ଷା ହେଉଥିବାରୁ ପାହାଡ଼ ଉପରୁ କାଦୁଆ ପାଣି ତଳକୁ ବହିଆସୁଥିବା ଦେଖିବାକୁ ମିଳିଛି।
ବିଶେଷକରି ତପ୍ତପାଣି-ପାଲୁଖୋଲ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ (NH-326) ରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଏନେଇ ଚିନ୍ତା ବଢ଼ିଛି।
ବିମାନବନ୍ଦରରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଚେକିଂ ପ୍ରକ...
UPI ବ୍ୟବହାର କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ Nati...
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜାତିସ...
Tata Groupର holding companyTata Sonsକୁ ନେଇ ଚାଲିଥିବ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡେନମାର୍କ ପ୍ରଧାନ...
ଇଟାଲୀରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆ ନିୟମ ଆଣିବା...
ପାକିସ୍ତାନର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତୁର୍କୀ ଏବେ ଇନ...
ଭାରତୀୟ ଟେକ୍ ପ୍ରଫେସନାଲ୍ଙ୍କ ପାଇଁ ଏକ ବଡ଼ ଉପଲବ୍ଧି।IIIT...