ଜି-୭ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ବ୍ୟବସାୟ, ନିବେଶ ଏବଂ ଭବିଷ୍ୟତମୁଖୀ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକ ପରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ସୋସିଆଲ୍ ମିଡିଆ ମାଧ୍ୟମରେ କହିଥିଲେ ଯେ ଭାରତ ଓ ଦକ୍ଷିଣ କୋରିଆ ଆଗାମୀ ଦିନରେ ଆର୍ଥିକ, ସାଂସ୍କୃତିକ ଓ ସାମାଜିକ କ୍ଷେତ୍ରରେ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଉଚ୍ଚତାକୁ ନେବା ପାଇଁ ସହମତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ବୈଠକ ସମୟରେ ରାଷ୍ଟ୍ରପତି ଲିଙ୍କ ଭାରତ ଗସ୍ତକୁ ସ୍ମରଣ କରିଥିଲେ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ଆଶାବାଦୀ ମନୋଭାବ ବ୍ୟକ୍ତ କରିଥିଲେ।
ଚଳିତ ବର୍ଷ ଏପ୍ରିଲ୍ରେ ରାଷ୍ଟ୍ରପତି ଲି ଜେ-ମ୍ୟୁଙ୍ଗ ଭାରତ ଗସ୍ତ କରିଥିଲେ। ସେହି ଗସ୍ତ ସମୟରେ ଉଭୟ ଦେଶ ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ଭାରତ-କୋରିଆ ବିଶେଷ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ଯୁଗ୍ମ ରଣନୀତିକ ଭିଜନ୍ ଉପରେ ସହମତ ହୋଇଥିଲେ।
ଏହି ବୈଠକରେ ବାଣିଜ୍ୟ, ନିବେଶ, ଉନ୍ନତ ପ୍ରଯୁକ୍ତି, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା (AI), ନବସୃଜନ, ଶିକ୍ଷା ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।
ଜି-୭ ସମ୍ମିଳନୀର ଆଉଟ୍ରିଚ୍ ସେସନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱସ୍ତରୀୟ ସଂଘର୍ଷ ସମାଧାନ ପାଇଁ ସଂଳାପ ଓ କୂଟନୀତିର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରୟାସକୁ ସ୍ୱାଗତ କରିଥିଲେ।
ସେ କହିଥିଲେ ଯେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ତିକ୍ତତା ଓ ସଂଘର୍ଷର ସ୍ଥାୟୀ ସମାଧାନ କେବଳ ସଂଳାପ, କୂଟନୀତି ଓ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ସମ୍ଭବ।
ସାମୁଦ୍ରିକ ସୁରକ୍ଷାର ଗୁରୁତ୍ୱ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ବାଣିଜ୍ୟରେ ବାଧା ସୃଷ୍ଟି ହେବା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି। ତେଣୁ ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ସୁରକ୍ଷିତ ସମୁଦ୍ର ପଥ ଓ ନାବିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମସ୍ତ ଦେଶର ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ।
ଭାରତ ଏଥର ସହଯୋଗୀ ରାଷ୍ଟ୍ର ଭାବେ ଜି-୭ ସମ୍ମିଳନୀରେ ଯୋଗଦେଇଥିଲା, ଯାହା ଜି-୭ ଆଉଟ୍ରିଚ୍ ପ୍ରକ୍ରିୟାରେ ଭାରତର ୧୩ତମ ଅଂଶଗ୍ରହଣ ଥିଲା।
ଭାରତରେ ମାନସିକ ସ୍ୱାସ୍ଥ୍ୟ ଏବେ ଏକ ଗୁରୁତର ସାମାଜିକ ଏବଂ...
ଦେଶରେ ଇନ୍ଧନ ଯୋଗାଣକୁ ସୁଦୃଢ଼ ରଖିବା ଏବଂ ଘରୋଇ ବଜାରରେ ପ...
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ସୋସିଆଲ ମିଡିଆରେ...
ପୃଥିବୀ ବାହାରେ ବୁଦ୍ଧିମାନ ଜୀବନର ଅସ୍ତିତ୍ୱ ରହିଛି କି ନା...
ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ବୃଦ୍ଧମାନଙ୍କୁ ଚିକିତ୍ସା ସହ...
ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ...
ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ...
ବଲିଉଡ୍ ଅଭିନେତା ଅପାରଶକ୍ତି ଖୁରାନା ନିଜର ଏକ ଅନନ୍ୟ ସ୍ୱପ...
ଜି-୭ ସମ୍ମିଳନୀ ଅବସରରେ ଏଭିଆନରେ ଭାରତର ପ୍ରଧାନମନ୍ତ୍ରୀ ନ...
ରାତି ପାହିଲେ ପହିଲି ରଜ। ଆଜି ସଜବାଜ ଅବସରରେ ସାରା ଓଡ଼ିଶା...
ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍...
ଦେହରାଦୁନସ୍ଥିତ ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (IMA)ର ୧୫୮...