ଭାରତର ସିଭିଲ୍ ନ୍ୟୁକ୍ଲିୟର କାର୍ଯ୍ୟକ୍ରମରେ ଏକ ଐତିହାସିକ ମୁହୂର୍ତ୍ତ ରୂପେ, କଳପାକ୍କମ, ତାମିଳନାଡୁରେ ଅବସ୍ଥିତ ପ୍ରଟୋଟାଇପ ଫାଷ୍ଟ ବ୍ରିଡର ରିଆକ୍ଟର (PFBR) ସଫଳତାର ସହ ‘କ୍ରିଟିକାଲିଟି’ ଅର୍ଜନ କରିଛି । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
PFBR ହେଉଛି ଏକ ଉନ୍ନତ ପ୍ରଜାତିର ନ୍ୟୁକ୍ଲିୟର ରିଆକ୍ଟର, ଯାହା ନିଜେ ଯେତେ ଇନ୍ଧନ ବ୍ୟବହାର କରେ, ତାହାଠାରୁ ଅଧିକ ଇନ୍ଧନ ଉତ୍ପାଦନ କରିପାରେ । ଏହି ବିଶେଷତା ଏହାକୁ ଭାରତର ଶକ୍ତି ସୁରକ୍ଷା ଓ ସୁସ୍ଥିର ଉନ୍ନତି ପାଇଁ ଅତ୍ୟନ୍ତ ଜରୁରୀ କରିଥାଏ ।
ଭାରତର ତିନି ପର୍ଯ୍ୟାୟର ନ୍ୟୁକ୍ଲିୟର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ PFBR ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ । ଏହା ଭବିଷ୍ୟତରେ ଥୋରିୟମ ଆଧାରିତ ଶକ୍ତି ଉତ୍ପାଦନ ପାଇଁ ଭିତି ତିଆରି କରେ, ଯାହା ଭାରତର ପ୍ରଚୁର ଥୋରିୟମ ସମ୍ପଦକୁ ବ୍ୟବହାର କରିପାରିବ ।
ପ୍ରଧାନମନ୍ତ୍ରୀ ଏହି ସଫଳତାକୁ ଭାରତର ବୈଜ୍ଞାନିକ କ୍ଷମତା ଓ ଇଞ୍ଜିନିୟରିଂ କୌଶଳର ପ୍ରମାଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏହା ଭାରତକୁ ଶକ୍ତିରେ ସ୍ୱାଧୀନତା ଓ ଭବିଷ୍ୟତରେ ସୁସ୍ଥିର ବିକାଶ ପାଇଁ ଏକ ନୂଆ ଦିଗ ଦେଖାଏ ।
ଏହି ସଫଳତା ଭାରତକୁ ବିଶ୍ୱ ନ୍ୟୁକ୍ଲିୟର ଶକ୍ତି କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ସ୍ଥାନ ଦେବା ସହିତ ଶୁଧ୍ଧ ଓ ପରିବେଶ-ବନ୍ଧବ ଶକ୍ତି ଉତ୍ପାଦନରେ ମଧ୍ୟ ଉନ୍ନତି ଆଣିବ ।
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...