ନିର୍ବାଚନ କମିସନଙ୍କସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR)ପ୍ରକ୍ରିୟାକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ବିରୋଧ ଆହୁରି ତୀବ୍ର ହୋଇଛି। ମଙ୍ଗଳବାର ୨୩ଟି ବିରୋଧୀ ରାଜନୈତିକ ଦଳ ଏବଂ ସ୍ୱାଧୀନ ସାଂସଦ କପିଲ ସିବଲ ମିଳିତ ଭାବେ ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ ଏକ ଚିଠି ଲେଖି ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।
ଏହି ଚିଠିରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR), କଥିତ ଭୋଟ ଜାଲିଆତି, ନିର୍ବାଚନୀ ଅନିୟମିତତା, ନିର୍ବାଚନ କମିସନଙ୍କ ଭୂମିକା ସହ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।
କଂଗ୍ରେସ ସାଂସଦ ଜୟରାମ ରମେଶ ସୋସିଆଲ ମିଡିଆରେ ଏହାର ସୂଚନା ଦେଇ କହିଛନ୍ତି ଯେ,୮ ଜୁନ୍ ୨୦୨୬ରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ ଏହି ମିଳିତ ଚିଠି ପଠାଇବାକୁ ନିଷ୍ପତ୍ତି ହୋଇଥିଲା।ସେହି ନିଷ୍ପତ୍ତି ଅନୁଯାୟୀ ଜୁନ୍ ୩୦ରେ ଚିଠି ପ୍ରଧାନ ବିଚାରପତିଙ୍କୁ ପଠାଯାଇଛି।
ଜୟରାମ ରମେଶ କହିଛନ୍ତି ଯେ, ଏହି ଚିଠିରେ ୨୩ଟି ରାଜନୈତିକ ଦଳ ଏବଂ ଜଣେ ସ୍ୱାଧୀନ ସାଂସଦଙ୍କ ସ୍ୱାକ୍ଷର ରହିଛି। ସମସ୍ତ ବିରୋଧୀ ଦଳ ଏକତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକଜୁଟ ହୋଇଛନ୍ତି।
ତୃଣମୂଳ କଂଗ୍ରେସ ନେତା ଡେରେକ୍ ଓ’ବ୍ରାଏନ୍ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି (AAP) ଏବଂ ଡିଏମକେ (DMK)ର ସାଂସଦମାନେ ମଧ୍ୟ ଏହି ମିଳିତ ପତ୍ରର ସ୍ୱାକ୍ଷରକାରୀଙ୍କ ମଧ୍ୟରେ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଇଣ୍ଡିଆ ମେଣ୍ଟର ବୈଠକରେ ଭୋଟର ତାଲିକାର ସଂଶୋଧନ, ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ଅଭିଯୋଗ, ପେପର ଲିକ୍, ମୁଦ୍ରାସ୍ଫୀତି, ବେକାରୀ ଏବଂ ବୈଦେଶିକ ନୀତି ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସମ୍ପର୍କରେ ସୂଚନା ଦେଇଥିଲେ।
ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳ...
ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବା ପରିବର୍ତ୍ତେ ଆହୁରି ବଢ଼ୁ...
ସମଗ୍ର ୟୁରୋପ ବର୍ତ୍ତମାନ ଇତିହାସର ଅନ୍ୟତମ ଭୟଙ୍କର ଗ୍ରୀଷ୍...
ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର...
ନୂଆଦିଲ୍ଲୀ: ଇବୋଲା ଭାଇରସ୍ ସଂକ୍ରମଣର ଆଶଙ୍କାକୁ ନଜରରେ ରଖ...
ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପୁଣିଥରେ ନିଜ ବୟ...
ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅ...
ବଲିଉଡ୍ ଓ ଟେଲିଭିଜନ ଜଗତରେ ପ୍ରେମ, ବିବାହ ଓ ସମ୍ପର୍କକୁ ନ...
ଦକ୍ଷିଣ ଆଫ୍ରିକାରେ ବିଦେଶୀ ନାଗରିକଙ୍କ ବିରୋଧରେ ବଢ଼ୁଥିବା...
ଭାରତୀୟ କ୍ରିକେଟ ତାରକାହାର୍ଦ୍ଦିକ ପାଣ୍ଡ୍ୟାଏବଂ ମଡେଲ୍ମାହ...
ୟୁରୋପରେ ଚଳିତ ବର୍ଷର ଭୟଙ୍କର ଗ୍ରୀଷ୍ମପ୍ରବାହ ଚିନ୍ତା ବଢ଼...
ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ବିଶିଷ୍ଟ ନିର୍ଦ୍...