ଢାକା:ଗଙ୍ଗା ନଦୀର ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି (ରବିବାର) ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ବାଂଲାଦେଶର ରାଜଧାନୀ ଢାକାରେ ମିଳିତ ନଦୀ ଆୟୋଗ (Joint Rivers Commission – JRC) ଅଧୀନରେ ଏହି ବୈଠକ ଅନୁଷ୍ଠିତ ହେବ।
୧୯୯୬ ଡିସେମ୍ବର ୧୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଙ୍ଗା ଜଳ ବଣ୍ଟନ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିର ଅବଧି ଶେଷ ହେବାକୁ ଯାଉଥିବାରୁ ଉଭୟ ଦେଶର ଏହି ବୈଠକକୁ ଗୁରୁତ୍ୱ ଦିଆଯାଉଛି। ଅଧିକାରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନର ଚୁକ୍ତି ଅଧୀନରେ ଏହା ଶେଷ ବୈଠକ ହୋଇପାରେ।
ତେବେ ଏହି ବୈଠକକୁ ନିୟମିତ ପ୍ରକ୍ରିୟା ବୋଲି କହିଛି ବାଂଲାଦେଶ। ଚୁକ୍ତିର ନବୀକରଣ କିମ୍ବା ଅବଧି ବୃଦ୍ଧି କରିବା ମିଳିତ ନଦୀ ଆୟୋଗର କ୍ଷମତା ପରିସର ମଧ୍ୟରେ ଆସୁନଥିବା ଢାକା ପକ୍ଷରୁ କୁହାଯାଇଛି।
ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ୫୪ଟି ଆନ୍ତଃସୀମା ନଦୀ ରହିଛି। କିନ୍ତୁ ଗଙ୍ଗା ହେଉଛି ଏକମାତ୍ର ନଦୀ, ଯାହାର ଜଳ ବଣ୍ଟନ ପାଇଁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ରହିଛି। ତେଣୁ ଆଗାମୀ ଦିନରେ ଏହି ଚୁକ୍ତିକୁ ନେଇ ଉଭୟ ଦେଶର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ, ତାହା ଉପରେ ନଜର ରହିଛି।
ଭୁବନେଶ୍ୱର: ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ବାତ୍ୟା ସୃଷ...
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା...
ଓଡ଼ିଶାର ବାତ୍ୟା ଇତିହାସରେ ନଭେମ୍ବର ମାସର ଏକ ସ୍ୱତନ୍ତ୍ର...
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍...
ଗଞ୍ଜାମ: ବାତ୍ୟା ଅକଭାନ ଓ ଅର୍ଣ୍ଣବ ପରେ ଗଞ୍ଜାମ ଜିଲ୍ଲାରେ...
ବାତ୍ୟା ଆକଭାନ୍ର ପ୍ରଭାବ ପରେ ଓଡ଼ିଶାର ପାଣିପାଗରେ ଦେଖାଦେ...
ସମ୍ବଲପୁର/ବରଗଡ଼: ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ପାଇଁ ଆସ...
ଭୁବନେଶ୍ୱର: ଓଡ଼ିଶାର ପେନସନ୍‌ ହିତାଧିକାରୀଙ୍କ ପାଇଁ...