ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଏକ ପ୍ରମୁଖ ରାସ୍ତା ଧୋଇଯାଇଥିବା ବେଳେ ୫ରୁ ଅଧିକ ପଞ୍ଚାୟତ ଅନ୍ୟ ଅଞ୍ଚଳରୁ ବିଚ୍ଛିନ୍ନ ହୋଇପଡ଼ିଛି।
ଚମ୍ପୁଆ ବ୍ଲକ୍ ଅଧୀନ ପଡୁଆ ପଞ୍ଚାୟତର ମଙ୍ଗଳପୁର ନିକଟରେ ବାଗଡେଗା ନାଳ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ନାଳର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। କଲଭର୍ଟ ଉପରେ ପ୍ରାୟ ୨ ଫୁଟ୍ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହା ଉପରେ ଯାତାୟାତ ବିପଜ୍ଜନକ ହୋଇପଡ଼ିଛି।
ପରିସ୍ଥିତି ଗମ୍ଭୀର ହେବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ଏହାର ପ୍ରଭାବ ପଡୁଆ ଓ ଭଣ୍ଡା ପଞ୍ଚାୟତ ସମେତ ୫ରୁ ଅଧିକ ପଞ୍ଚାୟତ ଉପରେ ପଡ଼ିଛି। ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତ ସହିତ ଦୈନନ୍ଦିନ ଜରୁରୀ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି।
କଲଭର୍ଟ ଉପରେ ଲଗାତାର ପାଣି ପ୍ରବାହିତ ହେଉଥିବାରୁ ଲୋକେ ବିକଳ୍ପ ରାସ୍ତା ଉପରେ ନିର୍ଭର କରୁଛନ୍ତି। ତେବେ ବର୍ଷା ଜାରି ରହିଲେ ରାସ୍ତାର ଅବସ୍ଥା ଆହୁରି ଖରାପ ହେବା ସହ ଯୋଗାଯୋଗ ସମସ୍ୟା ଅଧିକ ଗୁରୁତର ହେବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଚମ୍ପୁଆରେ ୧୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଜାରି ଥିବାରୁ ସ୍ଥାନୀୟ ଲୋକେ ନାଳର ଜଳସ୍ତର ଓ ଧୋଇଯାଇଥିବା ରାସ୍ତାର ସ୍ଥିତି ଉପରେ ନଜର ରଖିଛନ୍ତି।
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍ ସ୍ଜୋର୍ଡ ମାରିଜନେ ଚୀ...
ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ପାଇଁ ୨୦୨୬ ବିଶ୍ୱ ଚାମ୍...
ପୁରୀ ଜିଲ୍ଲା ଚାରିଛକ ଥାନା ଅଧୀନ ଦୁର୍ଗେଶ୍ୱର ବାହାରଣା ଗା...
କୋଲକାତା:RG କର ମେଡିକାଲ୍ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ...
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରାଜପୁର ରୋଡ୍ରେ ଜଣେ ଅବସରପ୍ର...
ଡାର୍ୱିନ୍:ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ବିଜୟ ହାସ...
ଭାରତୀୟ କ୍ରିକେଟ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟ...