କେନ୍ଦ୍ରାପଡ଼ା ଜିଲ୍ଲାର ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ କୂଳର ସରକାରୀ ଜମିରେ ହଜାର ହଜାର ବେଆଇନ ଚିଙ୍ଗୁଡ଼ି ଘେରି ଗଢ଼ିଉଠିଥିବାରୁ ପରିବେଶ ଓ ଜନସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରାଜକନିକା ବ୍ଲକର ବିଭିନ୍ନ ଅଞ୍ଚଳରେ ଅନୁମତି ବିନା ଚାଲୁଥିବା ଚିଙ୍ଗୁଡ଼ି ଚାଷ ପରିବେଶ ନିୟମର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଏହି ଚିଙ୍ଗୁଡ଼ି ଘେରିରୁ ରାସାୟନିକ ସାର ଓ ଅପରିଶୋଧିତ ଦୂଷିତ ପାଣି ସିଧାସଳଖ ନଦୀ, କେନାଲ ଓ ଜଳପଥକୁ ଛଡ଼ାଯାଉଛି। ଫଳରେ ଜଳ ପ୍ରଦୂଷଣ ବଢ଼ିବା ସହ ଦୂଷିତ ପାଣି ଚାଷଜମିକୁ ପ୍ରବେଶ କରି ମାଟିର ଉର୍ବରତା ହ୍ରାସ କରୁଛି ଏବଂ ଫସଲ ଉତ୍ପାଦନ ଉପରେ ପ୍ରଭାବ ପକାଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ଦୂଷିତ ପାଣି ଯୋଗୁଁ ଚର୍ମରୋଗ ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ବଢ଼ୁଛି। ପରିବେଶବିତ୍ ଓ ବୁଦ୍ଧିଜୀବୀମାନେ ମଧ୍ୟ ସତର୍କ କରିଛନ୍ତି ଯେ, ଏହି ରାସାୟନିକ ପଦାର୍ଥ ନଦୀର ଜଳଜ ଜୀବବିବିଧତାକୁ ଗୁରୁତର କ୍ଷତି ପହଞ୍ଚାଉଛି।
ରାଜକନିକା ବ୍ଲକର ଜୟନଗର, କୋଇଲିପୁର, କଟଣାବଣିଆ, ବରାଡ଼ିଆ, ତରାସ ଓ ନାହୁଣି ସମେତ ୧୦ରୁ ଅଧିକ ପଞ୍ଚାୟତରେ ଏହି ବେଆଇନ ଘେରି ଥିବା ଜଣାପଡ଼ିଛି। ଏହି ଅଞ୍ଚଳଗୁଡ଼ିକ ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଥିବାରୁ ଏହାର ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି।
ସ୍ଥାନୀୟ ଲୋକମାନେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଯଥେଷ୍ଟ ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍. ଆୟର କହିଛନ୍ତି ଯେ ବନ, ରାଜସ୍ୱ ଓ ମତ୍ସ୍ୟ ବିଭାଗର ମିଳିତ ଉଦ୍ୟମରେ ନିୟମିତ ଚଢ଼ାଉ କରାଯାଉଛି। ବେଆଇନ ଘେରି ବିରୋଧରେ ଜରିମାନା, ମାମଲା ରୁଜୁ ଓ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...
ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...
କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...
ଦେଶରେ ବଢ଼ୁଥିବା ତାପମାତ୍ରା ଏବେ କେବଳ ସାଧାରଣ ଜନଜୀବନକୁ...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...
ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଅସୁସ୍ଥ ହେଲେ ହିଁ ଡାକ...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...