ଓଡ଼ିଶା ବନ ବିଭାଗ ବାଲେଶ୍ୱର ଜିଲ୍ଲାର କୀର୍ତ୍ତନିଆ ନିକଟ ସମୁଦ୍ର ଅଞ୍ଚଳରେ ଚାଲୁଥିବା ବେଆଇନ ପକ୍ଷୀ ଶିକାର ଚକ୍ରର ପର୍ଦ୍ଦାଫାସ କରିଛି। ବୁଧବାର ଉଦୟପୁର ବନଖଣ୍ଡ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନରେ ୨୯୭ଟି ଜୀବନ୍ତ ପକ୍ଷୀଙ୍କୁ ଉଦ୍ଧାର କରାଯିବା ସହ ୧୧୩ଟି ମୃତ ପକ୍ଷୀ ଜବତ କରାଯାଇଛି। ଘଟଣାରେ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି।
ଗୁଇନ୍ଦା ସୂଚନା ଆଧାରରେ ବନ ବିଭାଗ ମଙ୍ଗଳବାର ରାତିରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏହି ଟିମ୍ କୀର୍ତ୍ତନିଆ ନିକଟ ସମୁଦ୍ର ମଝିରେ ଛକି ରହି ଶିକାରୀଙ୍କୁ ଧରିବା ପାଇଁ ଅଭିଯାନ ଚଳାଇଥିଲା। ଚଢ଼ାଉ ସମୟରେ ବନ କର୍ମଚାରୀମାନେ ଜଣେ ପ୍ରମୁଖ ଶିକାରୀଙ୍କୁ କାବୁ କରିବା ସହ ଏକ ଇଞ୍ଜିନ ଚାଳିତ ଡଙ୍ଗା ମଧ୍ୟ ଜବତ କରିଛନ୍ତି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ କାଳୀଚରଣ ମଣ୍ଡଳ ବୋଲି ଜଣାପଡ଼ିଛି। ସେ ବାଲିଆପାଳ ଅଞ୍ଚଳର ବାସିନ୍ଦା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେ ନିଜର ଅନ୍ୟ ସହଯୋଗୀମାନଙ୍କ ସହ ପ୍ରତିରାତି ମୋଟରଚାଳିତ ଡଙ୍ଗାରେ ସୁବର୍ଣ୍ଣରେଖା ନଦୀ ପାର କରି ସମୁଦ୍ର ଅଞ୍ଚଳରେ ପହଞ୍ଚି ଋତୁକାଳୀନ ପରିଯାୟୀ ପକ୍ଷୀଙ୍କ ଶିକାର କରୁଥିଲେ।
ବନ ବିଭାଗ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ବେଆଇନ ପକ୍ଷୀ ଶିକାର ଚକ୍ର ସହ ଜଡିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଉଛି। ଉଦ୍ଧାର ହୋଇଥିବା ପକ୍ଷୀମାନଙ୍କୁ ଆବଶ୍ୟକ ଯତ୍ନ ପରେ ସେମାନଙ୍କ ପ୍ରାକୃତିକ ବାସସ୍ଥାନକୁ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯିବ।
ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପ୍...
ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ୨୦୨୬ ଅବସରରେ ପ୍ରଧାନ...
ଦେଶରେ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃ...
ଗୁଜରାଟରେ ଲଗାତାର ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତି ପଛ...
ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ରେଳ ମଣ୍ଡଳରେ ରେଳ ଚଳାଚଳ ପ୍...
ଓଡ଼ିଶାରେ ପୁଣି ଏକଲଘୁଚାପସକ୍ରିୟ ହେବାକୁ ଯାଉଥିବାରୁ ଆଗାମ...
ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ବର୍ଷାର ପ୍ରକୋପ ଜାରି ରହି...
ଓଡ଼ିଶାରେ ପୁଣି ଥରେ ସକ୍ରିୟ ହେବାକୁ ଯାଉଛି ମୌସୁମୀ। ବଙ୍ଗ...
ଭାରତରେ ଦିନେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଐତିହାସିକ ଆଶ...
କେନ୍ଦ୍ର ସରକାର ଓ Cockroach Janta Party (CJP) ମଧ୍ୟରେ...
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ‘ହିଟ୍‌...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ହ...