ହର୍ମୁଜ ପ୍ରଣାଳୀରେ ବଢ଼ୁଥିବା ସାମରିକ ଉତ୍ତେଜନା ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁଇଟି ତେଲ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ଜଣେ ଭାରତୀୟ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଇରାନର କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ରେ ‘ମୋମ୍ବାସା’ ଓ ‘ଅଲ୍ ବାହିୟା’ ନାମକ ଦୁଇଟି ତେଲ ଟ୍ୟାଙ୍କର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣାଟି ଓମାନର ସାମୁଦ୍ରିକ ସୀମା ନିକଟରେ ଘଟିଥିବା କୁହାଯାଉଛି।
ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ଦାବି କରିଛି ଯେ, ବାରମ୍ବାର ଚେତାବନୀ ସତ୍ତ୍ୱେ ଜାହାଜଗୁଡ଼ିକ ନିର୍ଦ୍ଦିଷ୍ଟ ସୁରକ୍ଷିତ ରୁଟ୍ ବଦଳରେ ବିପଦପୂର୍ଣ୍ଣ ରାସ୍ତା ଦେଇ ଯାଉଥିଲେ। ସେହି କାରଣରୁ ଏହି ଆକ୍ରମଣ ହୋଇଥିବା ଦାବି କରାଯାଇଛି।
ଏହି ଘଟଣାକୁ ୟୁଏଇ ତୀବ୍ର ନିନ୍ଦା କରିଛି। ଦେଶ କହିଛି ଯେ, ଏପରି ଆକ୍ରମଣର ଉଚିତ୍ ଜବାବ ଦେବାର ଅଧିକାର ତାଙ୍କ ପାଖରେ ରହିଛି। ଅନ୍ୟପଟେ ଇରାନ ଏହି ସଙ୍କଟ ପାଇଁ ଆମେରିକାକୁ ଦାୟୀ କରିଛି।
ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ନୂତନ କଟକଣା ଲାଗୁ କରିବା ସହ ନିଜକୁ ‘ହର୍ମୁଜର ସୁରକ୍ଷାକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ସେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ମାଲବାହୀ ଜାହାଜଗୁଡ଼ିକ ଉପରେ ୨୦ ପ୍ରତିଶତ ସୁରକ୍ଷା ଶୁଳ୍କ ଲାଗୁ କରିବା ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
ଏହାର କିଛି ଘଣ୍ଟା ପରେ ଆମେରିକୀୟ ସେନା ଇରାନର ଉପକୂଳବର୍ତ୍ତୀ ସର୍ଭେଲାନ୍ସ ବ୍ୟବସ୍ଥା ଏବଂ କ୍ଷେପଣାସ୍ତ୍ର ଘାଟି ଉପରେ ଲଗାତାର ତୃତୀୟ ରାତି ପାଇଁ ବୋମାବର୍ଷଣ କରିଥିବା ଖବର ମିଳିଛି।
ଏହି ଘଟଣା ପରେ ହର୍ମୁଜ ପ୍ରଣାଳୀରେ ତେଲ ପରିବହନ ସୁରକ୍ଷା ଓ ବିଶ୍ୱ ଉର୍ଜା ବଜାରକୁ ନେଇ ଚିନ୍ତା ବଢ଼ିଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ପୁଣି ଥ...
ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଲୁଟ ଘଟଣା ସାମ୍...
ଭଦ୍ରକ ଜିଲ୍ଲାରେ ଏକ ଭୟାବହ ସଡ଼କ ଦୁର୍ଘଟଣାରେ ଜଣେଙ୍କ ଜୀବ...
ଓଡ଼ିଶା ସରକାର ମଙ୍ଗଳବାର କେଜିରୁ ପିଜି (KG to PG) ପର୍ଯ୍...
SCERT ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଗୁର...
୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦ...
ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC)କୁ ନେଇ ଆମେରିକା ପୁଣିଥର...
ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଆମେରିକୀୟ ସେନାର କ୍ଷୟକ୍ଷତି...
ରାଜ୍ୟରେକେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାବ୍ୟବସ୍ଥାକ...
ପୁରୀ ରଥଯାତ୍ରା କେବଳ ରଥ, ପରମ୍ପରା ଓ ଧାର୍ମିକ ଆୟୋଜନ ନୁହ...
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଆଉ ଏକ ନୂଆ ମୋଡ଼ ନ...