ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ଋତୁର ପ୍ରଥମ ବନ୍ୟାଜଳ ଶନିବାର କଟକ ଜିଲ୍ଲାରମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହା ପରେ ମହାନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି।
ହୀରାକୁଦ ଡ୍ୟାମରୁ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ ପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ମହାନଦୀର ପ୍ରବାହ ଉପରେ କଡ଼ା ନଜର ରଖାଯାଇଛି।
ମୁଣ୍ଡଳୀ ବ୍ୟାରେଜରେ ଜଳ ପ୍ରବେଶ ପରିମାଣ୭୯,୧୦୦ କ୍ୟୁସେକ୍ରେକର୍ଡ କରାଯାଇଥିବାବେଳେ, ତଳମୁଣ୍ଡକୁ୭୫,୦୦୦ କ୍ୟୁସେକ୍ଜଳ ପ୍ରବାହିତ ହେଉଛି।
ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ପୂର୍ବରୁ ତଳିଆ ଅଞ୍ଚଳର ଜିଲ୍ଲାଗୁଡ଼ିକୁ ପୂର୍ବରୁ ସତର୍କ କରାଯାଇଥିଲା।
ଶନିବାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର୬୧୨.୩୭ ଫୁଟ୍ରହିଥିଲା। ଗତ ଦିନ ତୁଳନାରେ ଏଥିରେ ସାମାନ୍ୟ ହ୍ରାସ ଦେଖାଯାଇଛି।
ଜଳ ନିୟନ୍ତ୍ରଣ ପାଇଁ ଡ୍ୟାମର୮ଟି ସ୍ଲୁଇସ୍ ଗେଟ୍ଖୋଲା ରହିଛି।
ସରକାରୀ ତଥ୍ୟ ଅନୁଯାୟୀ, ହୀରାକୁଦକୁ ପ୍ରତି ସେକେଣ୍ଡରେ୬୬,୮୮୫ କ୍ୟୁସେକ୍ଜଳ ପ୍ରବେଶ କରୁଥିବାବେଳେ, ତଳମୁଣ୍ଡକୁ୧,୬୪,୧୮୩ କ୍ୟୁସେକ୍ଜଳ ଛଡ଼ାଯାଉଛି।
ହୀରାକୁଦରୁ ଏହା ଚଳିତ ଋତୁର ପ୍ରଥମ ବନ୍ୟାଜଳ ନିଷ୍କାସନ। ଜଳ ନିଷ୍କାସନ ପ୍ରକ୍ରିୟାକୁ ନିୟନ୍ତ୍ରିତ ଭାବେ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।
ମହାନଦୀ କୂଳରେ ଥିବା ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି ନଥିବା ଏବଂ ନଦୀର ଜଳପ୍ରବାହ ଉପରେ ନିରନ୍ତର ନଜର ରଖାଯାଉଥିବା ଜଣାପଡ଼ିଛି।
ଯଦି ଆପଣ ନୂଆ ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାଉଛନ୍ତି,...
କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...
ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏରୋସ୍ପେସ୍ କ୍ଷେତ୍ରରେ ଆଉ ଏକ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ବଲିଉଡ୍‌ର ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘Go...
୨୦୨୫ରେ ରିଲିଜ୍ ହୋଇଥିବା‘Saiyaara’ଫିଲ୍ମ ନ...
ସାଉଥ୍‌ ସିନେମାର ଚର୍ଚ୍ଚିତ ଅଭିନେତା ଅଲ୍ଲୁ ଅର୍ଜୁନଙ...
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନ କଣ୍ଠଶିଳ୍ପୀ MS ସୁବ୍ବୁ...
ଡେଙ୍ଗୁ ବିରୋଧରେ ଭାରତର ଟିକାକରଣ ପ୍ରୟାସରେ ଏକ ନୂଆ ଅଧ୍ୟା...