ଓଡ଼ିଶାରେ ବନ୍ୟା ସ୍ଥିତି ମଧ୍ୟରେ ଆସିଛିହୀରାକୁଦ ଜଳଭଣ୍ଡାରରୁ ବଡ଼ ଅପଡେଟ୍। ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ କ୍ରମାଗତ ଭାବେ କମିବା ପରେ ରବିବାର ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ୩ଟି ସ୍ପିଲୱେ ଗେଟ୍ ବନ୍ଦ କରିଛନ୍ତି।
ପୂର୍ବରୁ ହୀରାକୁଦର୨୨ଟି ଗେଟ୍ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା। ୩ଟି ଗେଟ୍ ବନ୍ଦ ହେବା ପରେ ଏବେ୧୯ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି।
ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ଲଗାତାର ହ୍ରାସ ପାଇଛି। ଅନ୍ୟପଟେ ଜଳଭଣ୍ଡାରରୁ ନିଷ୍କାସିତ ଜଳ ପରିମାଣ ଜଳ ପ୍ରବେଶଠାରୁ ଅଧିକ ରହିଥିଲା। ଫଳରେ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ କମିବା ଆରମ୍ଭ କରିଛି।
ସ୍ଥିତିରେ ସୁଧାର ଆସିବା ପରେ ହୀରାକୁଦ କର୍ତ୍ତୃପକ୍ଷ ୩ଟି ସ୍ପିଲୱେ ଗେଟ୍ ବନ୍ଦ କରିବା ନିଷ୍ପତ୍ତି ନେଇଛନ୍ତି।
ଜୁଲାଇ ୩୧ ତାରିଖରେ ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟାଜଳ ରବିବାରକଟକର ମୁଣ୍ଡଳୀରେ ପହଞ୍ଚିଛି। ଫଳରେ ପୂର୍ବରୁ କମିଥିବା ମହାନଦୀର ଜଳସ୍ତର ପୁଣି ବଢ଼ିଛି।
ତେବେ ଉପରମୁଣ୍ଡରେ ନୂଆ କରି କୌଣସିପ୍ରବଳ ବର୍ଷା ରେକର୍ଡ ହୋଇନଥିବାହୀରାକୁଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହା ଫଳରେ ଆଗାମୀ ଦିନରେ ତଳିଆ ଅଞ୍ଚଳରେ ନୂଆ ବନ୍ୟା ଆଶଙ୍କା କିଛି ମାତ୍ରାରେ କମିବା ସହ ଲୋକଙ୍କୁ ଆଶ୍ୱସ୍ତି ମିଳିବା ଆଶା କରାଯାଉଛି।
ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର।ଭାରତୀୟ ରେଳବାଇପକ୍ଷ...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ତତ୍କାଳ ଟିକେଟ୍ ବୁକିଂକୁ ଆହୁରି ସରଳ ଓ ସ୍ୱଚ୍ଛ କରିବା ପାଇ...
ଜମ୍ମୁ: ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ଧରି ବାଧାପ୍ରାପ୍ତ ହ...
ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଦ୍ୱୀପରେ ଭୟଙ୍କର ଭୂମିକମ୍...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ମାର୍ଭେଲ ଷ୍ଟୁଡିଓର ବହୁ ପ୍ରତୀକ୍ଷିତ ସୁପରହିରୋ ଫିଲ୍ମSpid...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...