ଦଶହରା ଓ ଦୀପାବଳି ପୂର୍ବରୁ ଭାରତରେ ସୁନା କିଣାବିକା ବଢ଼ିବାର ସମ୍ଭାବନା ଥିବା ବେଳେ କିଛି ବଡ଼ ମ୍ୟୁଚୁଆଲ୍ ଫଣ୍ଡ ହାଉସ୍ Gold ETF ଏବଂ Gold ETF Fund-of-Fundsରେ ନୂଆ ନିବେଶ ଉପରେ ସାମୟିକ ରୋକ ଲଗାଇଛନ୍ତି। Kotak Mahindra Mutual Fund, UTI Mutual Fund ଓ HDFC Mutual Fund ସମେତ ଅନେକ ସଂସ୍ଥା ଗୁରୁବାର ଏନେଇ ନୋଟିସ୍ ଜାରି କରିଥିଲେ।
ଏହି ନୋଟିସ୍ଗୁଡ଼ିକରେ ରୋକ ଲଗାଇବାର ସ୍ପଷ୍ଟ କାରଣ ଉଲ୍ଲେଖ ହୋଇନଥିଲା। ତେବେ Reutersକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ପଦକ୍ଷେପ ପଛରେ Securities and Exchange Board of India (SEBI) ସହ ଆଲୋଚନା ଥିଲା। ଦୁଇଜଣ bullion industry ଅଧିକାରୀ ମଧ୍ୟ ଏହି ନିଷ୍ପତ୍ତି regulator ସହ ଆଲୋଚନା ପରେ ହୋଇଥିବା କହିଛନ୍ତି। ତେବେ SEBI କିମ୍ବା ସମ୍ପୃକ୍ତ ଫଣ୍ଡ ହାଉସ୍ଗୁଡ଼ିକ ଏହାର ନିର୍ଦ୍ଦିଷ୍ଟ କାରଣ ସାର୍ବଜନୀନ ଭାବେ କହିନାହାନ୍ତି।
ଭାରତ ନିଜର ସୁନା ଚାହିଦାର ବଡ଼ ଅଂଶ ଆମଦାନି ମାଧ୍ୟମରେ ପୂରଣ କରେ। ତେଣୁ ସୁନା ଆମଦାନି ବଢ଼ିଲେ ବିଦେଶୀ ମୁଦ୍ରା, ବିଶେଷକରି ଡଲାରର ଚାହିଦା ବଢ଼ିଥାଏ। ଏହା ଅନ୍ୟାନ୍ୟ ଆମଦାନି ଚାପ ସହ ମିଶି ଭାରତୀୟ ଟଙ୍କା ଉପରେ ଚାପ ବଢ଼ାଇପାରେ।
ବର୍ତ୍ତମାନ ଅନ୍ତର୍ଜାତୀୟ ତୈଳ ମୂଲ୍ୟ ଏବଂ ବିଦେଶୀ ନିବେଶକଙ୍କ ଭାରତୀୟ ଇକ୍ୱିଟିରୁ ବିକ୍ରି ଯୋଗୁଁ ଟଙ୍କା ଉପରେ ଚାପ ରହିଛି। ଏହି ପରିସ୍ଥିତିରେ ଦଶହରା ଓ ଦୀପାବଳି ସମୟରେ ସୁନା ଚାହିଦା ହଠାତ୍ ବଢ଼ିଲେ ଆମଦାନି ବିଲ୍ ଉପରେ ଅତିରିକ୍ତ ଚାପ ପଡ଼ିପାରେ।
ଏହି ନିଷ୍ପତ୍ତିକୁ ସମସ୍ତ ପ୍ରକାରର Gold investment ଉପରେ blanket ban ବୋଲି ଧରିବା ଠିକ୍ ନୁହେଁ।
କିଛି ଫଣ୍ଡ ହାଉସ୍fresh lump-sum investment, new SIP registration, STP registration, switch-in ଏବଂ କିଛି କ୍ଷେତ୍ରରେ SIP top-upଉପରେ ରୋକ ଲଗାଇଛନ୍ତି। ତେବେ ପୂର୍ବରୁ ଚାଲୁଥିବା SIP ଏବଂ existing investmentର redemption ଅନେକ schemeରେ ଜାରି ରହିଛି। ନିୟମ scheme ଅନୁଯାୟୀ ଭିନ୍ନ ହୋଇପାରେ।
ସେହିପରି, stock exchange ମାଧ୍ୟମରେ demat account ବ୍ୟବହାର କରି ସିଧାସଳଖ Gold ETF କିଣିବା ଉପରେ ଏହି ନୋଟିସ୍ଗୁଡ଼ିକ blanket restriction ଲଗାଇନାହାନ୍ତି।
ଭାରତରେ ଦଶହରା, ଧନତେରସ୍ ଓ ଦୀପାବଳି ସମୟରେ ସୁନା କିଣିବାକୁ ଶୁଭ ମନେ କରାଯାଏ। ବିବାହ ଋତୁ ସହିତ ଏହି ସମୟରେ jewellery, coins, bars ଏବଂ investment productsର ଚାହିଦା ବଢ଼ିପାରେ।
ଗତ ବର୍ଷ ମଧ୍ୟ festive season ସମୟରେ Gold ଓ Silver ETFରେ ନିବେଶ ବଢ଼ିଥିଲା। ତେଣୁ ଏଥର ନୂଆ ଏବଂ ବଡ଼ ନିବେଶକୁ ସୀମିତ କରିବା ଫଳରେ Gold marketକୁ ଆସୁଥିବା କିଛି incremental demand କମିପାରେ।
ରୋଚକ କଥା ହେଉଛି, ଏପର୍ଯ୍ୟନ୍ତ ସୁନା ଆମଦାନିରେ ବଡ଼ surge ଦେଖାଯାଇନାହିଁ। ଭାରତର Gold imports ଅଗଷ୍ଟରେ ପ୍ରାୟ$2.3 billionଥିବାବେଳେ ସେପ୍ଟେମ୍ବରରେ ଏହା$1.8 billionକୁ ହ୍ରାସ ପାଇଛି।
ସେପ୍ଟେମ୍ବରରେ ଭାରତର merchandise exports ବର୍ଷକୁ ବର୍ଷ23% ବଢ଼ି $44.4 billionହୋଇଥିଲା। ଅନ୍ୟପଟେ imports8% ବଢ଼ି $74.61 billionହୋଇଥିବାରୁ merchandise trade deficit$30.21 billionରହିଥିଲା।
ବର୍ତ୍ତମାନ ଅନେକ ଫଣ୍ଡ ହାଉସ୍ ଏହି restrictionକୁ“until further notice”ଭାବରେ ରଖିଛନ୍ତି। ତେଣୁ କେବେ ପୁଣି fresh subscription ଆରମ୍ଭ ହେବ, ସେନେଇ ସ୍ପଷ୍ଟ ସମୟସୀମା ଘୋଷଣା ହୋଇନାହିଁ।
ଭାରତ-କାନାଡା ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି।...
ଲଦାଖ ଉପରେ ଚୀନ୍ର ମନ୍ତବ୍ୟକୁ ନେଇ ତୀବ୍ର ଆପତ୍ତି! ଚୀନ୍ ସ...
ଭୁବନେଶ୍ୱର, ୧୬/୧୦: ମାସ ଶେଷ ଆଡ଼କୁ ଓଡ଼ିଶାରେ ପୁଣି ବର୍ଷ...
ଚୀନ୍‌ର ହେନାନ୍ ପ୍ରଦେଶର ଜିଆଓଜୁଓ ସହରରେ ବିଫ୍ ହଟପଟ...
ଦିଲ୍ଲୀ-NCRରେ ପୁଣି ପାଗ ବଦଳିବାକୁ ଯାଉଛି। ଅକ୍ଟୋବର ୧୬,...
ଭୁବନେଶ୍ୱର: ହଙ୍ଗାମା, ସ୍ଲୋଗାନବାଜି ଓ ପ୍ରତିବାଦ ମଧ୍ୟରେ...
୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ନଜରରେ...
ଓଡ଼ିଶାରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ଗାଁଠୁ ସହର ସବୁଠି ଉ...