କେନ୍ଦୁଝର:କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଘଟଗାଁରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ପରିମଳ ବ୍ୟବସ୍ଥା। ସହରରେ ପ୍ରବେଶ କରିବା ମାତ୍ରେ ରାସ୍ତାର ଦୁଇପାଖରେ ଆବର୍ଜନା ଗଦା ଦେଖିବାକୁ ମିଳୁଥିବା ବେଳେ ଦୁର୍ଗନ୍ଧରେ ଲୋକେ ଅତିଷ୍ଠ ହୋଇପଡ଼ିଥିବା ଅଭିଯୋଗ ହୋଇଛି।
ଘଟଗାଁ ହେଉଛି କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠ। ପ୍ରତିଦିନ ଓଡ଼ିଶା ସମେତ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଏଠାକୁ ଆସିଥାନ୍ତି। ଏଭଳି ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳରେ ସ୍ୱଚ୍ଛତା ବ୍ୟବସ୍ଥାର ଏଭଳି ଅବସ୍ଥାକୁ ନେଇ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
କେନ୍ଦୁଝର, ଆନନ୍ଦପୁର, ହରିଚନ୍ଦନପୁର ଓ ସ୍ୱାମପାଟଣା ଦିଗରୁ ଘଟଗାଁ ସହରକୁ ପ୍ରବେଶ କରିବା ସମୟରେ ରାସ୍ତାର ଦୁଇପାଖରେ ବିପୁଳ ପରିମାଣର ଆବର୍ଜନା ପଡ଼ିଥିବା ଦେଖାଯାଉଛି। ଦୀର୍ଘଦିନ ଧରି ଏଭଳି ସ୍ଥିତି ଲାଗି ରହିଥିବାରୁ ସହରର ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି।
କେବଳ ସହରର ପ୍ରବେଶ ପଥ ନୁହେଁ, ବସ୍ଷ୍ଟାଣ୍ଡ ଓ ହାଟ ପଡ଼ିଆ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ଆବର୍ଜନା ଜମି ରହିଥିବା କୁହାଯାଇଛି।
ସ୍ଥାନୀୟ କିଛି ଛୋଟବଡ଼ ହୋଟେଲ ମାଲିକ ଓ ବ୍ୟବସାୟୀ ବର୍ଜ୍ୟବସ୍ତୁ ଏବଂ ବାସି ଖାଦ୍ୟ ଖୋଲାସ୍ଥାନରେ ପକାଉଥିବା ଅଭିଯୋଗ ହୋଇଛି। ଏହା ଫଳରେ ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପୁଥିବା ସହ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଥିବା ଅଭିଯୋଗ ରହିଛି।
ଦୀର୍ଘଦିନ ଧରି ଏଭଳି ଅବ୍ୟବସ୍ଥା ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ସ୍ଥାନୀୟ ଲୋକ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ବର୍ଜ୍ୟବସ୍ତୁ ଖୋଲାରେ ପକାଉଥିବା ବ୍ୟବସାୟୀଙ୍କ ବିରୋଧରେ ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତ ମିଳିତ ଭାବେ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି। ଏଥିସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ଉପରେ ଜରିମାନା ଲଗାଇବାକୁ ମଧ୍ୟ ଦାବି କରାଯାଇଛି।
ଘଟଗାଁ ସହରଠାରୁ ଦୂରରେ ଏକ ସ୍ୱତନ୍ତ୍ରଡମ୍ପିଂ ୟାର୍ଡବ୍ୟବସ୍ଥା କରି ଆବର୍ଜନାର ସୁବ୍ୟବସ୍ଥିତ ପରିଚାଳନା କରିବାକୁ ମଧ୍ୟ ଦାବି ଉଠିଛି।
ପଞ୍ଜାବରସାଙ୍ଗରୁର ଗୁଲଜାର ସିଂହ ଆତ୍ମହତ୍ୟା ମାମଲାରେ ନୂଆ...
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟନିକେତନ ବିଲ୍ଡିଂ ଭୁଶୁଡ଼ିବା ମା...
ତେଲେଙ୍ଗାନାରେBRS ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦଆହୁ...
ନୂଆଦିଲ୍ଲୀ: ଭାରତରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ...
ଲଦାଖର ରାଜ୍ୟ ମାନ୍ୟତା ସମେତ ବିଭିନ୍ନ ଦାବିକୁ ନେଇ ପୁଣି ଆ...
ମହାରାଷ୍ଟ୍ରରେଗର୍ବା ଓ ଡାଣ୍ଡିଆ କାର୍ଯ୍ୟକ୍ରମରେ ମୁସଲିମ୍ମ...
ପାଟଣା: ବିହାରର ବୈଶାଳୀ ଜିଲ୍ଲାରେ ନିର୍ମାଣାଧୀନ ପୋଲ ଉପରେ...