ଦେବଗଡ଼ ଜିଲ୍ଲାର କୁଣ୍ଡେଇଗୋଲା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଏକ ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହ ପରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀ, ବୋହୂ ଏବଂ ୪ ବର୍ଷର ନାତୁଣୀଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ଅଭିଯୁକ୍ତ ରମେଶ ଗରିଆଙ୍କ ବିରୋଧରେ ତାଙ୍କ ପତ୍ନୀ ଗୁଲଗରିଆ, ବୋହୂ ଲିପି ମହାକୁଲ ଏବଂ ନାତୁଣୀ ଇଶାନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ପ୍ରାଥମିକ ସୂଚନା ଅନୁସାରେ, ଘରୋଇ ବିବାଦ ପରେ ସେ ଘରକୁ ଫେରି ଏହି ଘଟଣା ଘଟାଇଥିଲେ। ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି।
ସେତେବେଳେ ଘରେ ପରିବାରର ଅନ୍ୟ କୌଣସି ସଦସ୍ୟ ଉପସ୍ଥିତ ନଥିଲେ। ଅଭିଯୁକ୍ତଙ୍କ ପୁଅ ଘରକୁ ଫେରିବା ପରେ ଏହି ଘଟଣା ସମ୍ପର୍କରେ ଜାଣି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତଦେହଗୁଡ଼ିକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଥିବାବେଳେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରେ ପାରିବାରିକ ବିବାଦ ଏବଂ ଅଭିଯୁକ୍ତଙ୍କ ନିଶାସକ୍ତ ଅବସ୍ଥାକୁ ନେଇ ସନ୍ଦେହ କରାଯାଉଥିଲେ ମଧ୍ୟ ପୁଲିସ ପକ୍ଷରୁ ଏନେଇ ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ।
ମୋଟା ଦରମା, ଆକର୍ଷଣୀୟ କର୍ପୋରେଟ୍ ଚାକିରି ଓ ଉଜ୍ଜ୍ୱଳ ଭବି...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...