ଗଞ୍ଜାମ ଜିଲ୍ଲା ପଟ୍ଟାପୁର ଥାନା ଅଧୀନ ପଳାସପୁର ଗାଁରେ ଥିବା ଏକ କାଳୀ ମନ୍ଦିରରେ ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ବୁଧବାର ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ଆସିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗା ଥିବା ପୂଜକ ଦେଖିଥିଲେ। ଏନେଇ ସେ ତୁରନ୍ତ ମନ୍ଦିର କମିଟିକୁ ଜଣାଇଥିଲେ।
ଖବର ପାଇ ମନ୍ଦିର କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ପଟ୍ଟାପୁର ପୋଲିସକୁ ସୂଚନା ଦେଇଥିଲେ।
ସୂଚନା ପାଇବା ପରେ ପଟ୍ଟାପୁର ପୋଲିସ ମନ୍ଦିରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଦାନବାକ୍ସରୁ ଠିକ୍ କେତେ ଟଙ୍କା ଚୋରି ହୋଇଛି, ତାହା ତୁରନ୍ତ ଜଣାପଡ଼ିନାହିଁ।
ପୋଲିସ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ କରିବା ସହ ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ଦିଗରେ ତଦନ୍ତ କରୁଛି।
ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କାରଣ, ପ୍ରାୟ ମାସକ ତଳେ ପଟ୍ଟାପୁର ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ଶନି ମନ୍ଦିରରେ ମଧ୍ୟ ଚୋରି ହୋଇଥିଲା।
ସେହି ଘଟଣାରେ ମଧ୍ୟ ଦୁର୍ବୃତ୍ତମାନେ ମନ୍ଦିରର ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା। ଲଗାତାର ମନ୍ଦିର ଚୋରି ଘଟଣାକୁ ନେଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି।
ବିହାରର ବେଗୁସରାଇରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ହାତ ଓ ଗୋଡ...
ଅଷ୍ଟ୍ରେଲିଆରେ ଚର୍ଚ୍ଚିତ ‘ମଶରୁମ୍ ମର୍ଡର’ ମ...
ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ମାନବ ସୁଥାରଙ୍କ ଚମତ୍କା...
ମହାରାଷ୍ଟ୍ରରେ ଅଟୋ-ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ପାଇଁମରା...
ରୁଷିଆ ସହ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ରାଜନୈତିକ ତିକ୍ତତା ବ...
ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ହେଉଥିବା ବାର୍ଷିକ ମିଳି...
ଆମେରିକାର ସବୁଠାରୁ ବଡ଼ ଜଳଭଣ୍ଡାର ଲେକ୍ ମିଡ୍‌ରେ ଜଳ...
E20 ପେଟ୍ରୋଲକୁ ନେଇ ଚାଲିଥିବା ବିବାଦ ମଧ୍ୟରେ E10 ପେଟ୍ରୋ...
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ନ...
ଅଷ୍ଟ୍ରେଲୀୟ ଟେନିସ୍ ଖେଳାଳି ନିକ୍ କିର୍ଗିଓସ୍‌ଙ୍କୁ...
ମାନବ ସୁଥାରଙ୍କ ଟେଷ୍ଟ କ୍ରିକେଟ୍ରେ ଚମତ୍କାର ଆରମ୍ଭ ପରେ ତ...
ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ପ୍ରସାଦ ନାଁରେ ସାଧାରଣ ମିଠା...