ଛତ୍ରପୁର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଏବେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଦୀର୍ଘଦିନର ଛୁଟି ପରେ ସ୍କୁଲ ଖୋଲିଥିଲେ ମଧ୍ୟ ବନ୍ୟାରେ ନଷ୍ଟ ହୋଇଥିବା ଆସବାବପତ୍ର ଓ ଶିକ୍ଷା ସାମଗ୍ରୀ ଯୋଗୁଁ ଅନେକ ସ୍ଥାନରେ ପାଠପଢ଼ା ସ୍ୱାଭାବିକ ହୋଇପାରିନାହିଁ।
ଗଞ୍ଜାମ ଜିଲ୍ଲାରେ ବନ୍ୟା ପାଣି ବିଭିନ୍ନ ସ୍କୁଲ ଭିତରକୁ ପଶିଯିବାରୁ ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ପରିସ୍ଥିତି ସୁଧୁରିବା ଏବଂ ସ୍କୁଲ ପରିସର ସଫା କରାଯିବା ପରେ ନଭେମ୍ବର ୯ରୁ ପୁଣି ଥରେ ପାଠପଢ଼ା ଆରମ୍ଭ ହୋଇଛି।
ତେବେ ସବୁ ସ୍କୁଲରେ ପରିସ୍ଥିତି ସମାନ ନାହିଁ। କେତେକ ବିଦ୍ୟାଳୟରେ ବନ୍ୟା ପାଣି ଓ କାଦୁଅ ଯୋଗୁଁ ଆସବାବପତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନଷ୍ଟ ହୋଇଛି।
ଗଞ୍ଜାମ ବ୍ଲକ ଅନ୍ତର୍ଗତ ବରପଲ୍ଲୀ ଗ୍ରାମରେ ଥିବା ବରପଲ୍ଲୀ ଋଷିକୂଲ୍ୟା ଉଚ୍ଚ ବିଦ୍ୟାପୀଠ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ଋଷିକୂଲ୍ୟା ନଦୀ ନିକଟରେ ଥିବା ଏହି ସ୍କୁଲର ପାଚେରି ଭାଙ୍ଗି ନଦୀ ପାଣି କ୍ୟାମ୍ପସ ଭିତରକୁ ପଶିଥିଲା।
ସ୍କୁଲ ପରିସରରେ ପ୍ରାୟ ୮ରୁ ୯ ଫୁଟ ଉଚ୍ଚତାର ପାଣି ଜମିଥିଲା। ଏହାର ପ୍ରଭାବରେ ସ୍କୁଲର ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଯାଇଛି। ଲାଇବ୍ରେରୀର ବହି, ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଏଲଇଡି ଟିଭି ଓ ରୋଷେଇ ସାମଗ୍ରୀ ମଧ୍ୟ ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି।
ଏପରିକି ସ୍କୁଲ କୋଠାର ପିଲର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚିନ୍ତା ପ୍ରକାଶ କରିଛନ୍ତି। ଖେଳ ପଡ଼ିଆରେ ମଧ୍ୟ କାଦୁଅ ଭର୍ତ୍ତି ହୋଇ ରହିଛି।
ପ୍ରାଥମିକ ଆକଳନ ଅନୁସାରେ ଗଞ୍ଜାମ ଜିଲ୍ଲାର ୩ ହଜାରରୁ ଅଧିକ ସରକାରୀ ସ୍କୁଲ ମଧ୍ୟରୁ ୪୯୮ଟି ବିଦ୍ୟାଳୟ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ୧୦୩୨ଟି ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି।
ଏହି କ୍ଷୟକ୍ଷତି ଯୋଗୁଁ ଜିଲ୍ଲାର ଅନେକ ସ୍କୁଲରେ ଶିକ୍ଷାଦାନ ଓ ଦୈନନ୍ଦିନ ଶିକ୍ଷା କାର୍ଯ୍ୟକଳାପ ପ୍ରଭାବିତ ହୋଇଛି।
ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀମାନେ ପୁଣି ଥରେ ପାଠପଢ଼ା ଆରମ୍ଭ କରିବାକୁ ଉତ୍ସାହିତ ଥିଲେ ମଧ୍ୟ ଭିତ୍ତିଭୂମିର କ୍ଷୟକ୍ଷତି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସ୍କୁଲ କୋଠାର ଶୀଘ୍ର ମରାମତି ଓ ନଷ୍ଟ ହୋଇଥିବା ସାମଗ୍ରୀର ପୁନଃ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀମାନେ ଅନୁରୋଧ କରିଛନ୍ତି।
ଅନ୍ୟପଟେ ସ୍କୁଲର ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଥିବା ପ୍ରଧାନଶିକ୍ଷକ କହିଛନ୍ତି।
ବନ୍ୟା ପରେ ସ୍କୁଲଗୁଡ଼ିକୁ ପୁଣି ଥରେ ସମ୍ପୂର୍ଣ୍ଣ ସ୍ୱାଭାବିକ କରିବା ସହ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଶିକ୍ଷା ପରିବେଶ ଯୋଗାଇଦେବା ଏବେ ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଆହ୍ୱାନ ପାଲଟିଛି।
ୱେଲିଂଟନ୍: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଯୁବ ପେସର୍ ଗୁରନ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଚଳାଇନ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶାଜନ...
ଦେଶ ଓ ବିଶ୍ୱର ପରିସ୍ଥିତିକୁ ଦେଖି ଜୀବନରେ ଚରିତ୍ର ଓ ଶୃଙ୍...
୧୦ ବର୍ଷରେ PM2.5 ପ୍ରଦୂଷଣ ସହ ଜଡ଼ିତ ୩୮ ଲକ୍ଷ ମୃତ୍ୟୁ! W...
ଦୀପାବଳିରେ ପଞ୍ଜାବରେ ଜାଣିଶୁଣି ଜଳାଯାଉଛି କି ଚାଷ ଜମି? ଚ...
ୱେଲିଂଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋମ...
ଭିକ୍ଷାବୃତ୍ତିରୁ ୭.୫ କୋଟିର ସମ୍ପତ୍ତି! ‘ବିଶ୍ୱର ସ...