ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡ଼ କୋଦଣ୍ଡା ଗ୍ରାମରେ ଜଣ୍ଡିସ୍ ରୋଗକୁ ନେଇ ଚିନ୍ତା ବଢ଼ିଛି। ଗତ ଚାରି ଦିନ ମଧ୍ୟରେ ଗ୍ରାମର ୬ ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ଗ୍ରାମରେ ବିଭିନ୍ନ ପ୍ରତିଷେଧକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଛି।
ସ୍ଥାନୀୟ ସୂତ୍ର ଅନୁସାରେ, ପ୍ରଥମେ ଆକ୍ରାନ୍ତ ଶିଶୁମାନଙ୍କ ମଧ୍ୟରେ ଜ୍ୱର ଦେଖାଦେଇଥିଲା। ପରେ ସେମାନଙ୍କ ଆଖି ହଳଦିଆ ହେବା ସହ ଜଣ୍ଡିସ୍ର ଅନ୍ୟାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା। ରକ୍ତ ପରୀକ୍ଷା ପରେ ସମସ୍ତ ୬ ଜଣ ଶିଶୁ ଜଣ୍ଡିସ୍ରେ ପୀଡ଼ିତ ବୋଲି ନିଶ୍ଚିତ ହୋଇଥିଲା।
ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସ୍ୱାସ୍ଥ୍ୟକର୍ମୀ ସବିତା ନିମାଲଙ୍କ କହିବା ଅନୁଯାୟୀ, ଲକ୍ଷଣ ଦେଖାଦେବା ପରେ ଶିଶୁମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଥିଲା।
ସେ କହିଛନ୍ତି ଯେ ୬ ଜଣ ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ବର୍ତ୍ତମାନ ଅନ୍ୟ ୨ ଜଣ ଶିଶୁଙ୍କ ଚିକିତ୍ସା ଚାଲିଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି।
ରୋଗ ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମ ପରିଦର୍ଶନ କରି ସଚେତନତା ଅଭିଯାନ ଆରମ୍ଭ କରିଛି। ଗ୍ରାମବାସୀଙ୍କୁ କେବଳ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଉଛି। ଏହାସହ ଜଣ୍ଡିସ୍ ପ୍ରତିରୋଧ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟବିଧି ସମ୍ପର୍କରେ ସଚେତନ କରାଯାଉଛି।
ଘଟଣାର କାରଣ ଜାଣିବା ପାଇଁ ଗ୍ରାମର ବିଭିନ୍ନ ଜଳ ଉତ୍ସରୁ ପାଣି ନମୁନା ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ପରୀକ୍ଷା ପାଇଁ ଲାବରେଟରୀକୁ ପଠାଯାଇଛି। ଏହାସହ କୂଅ ଓ ନଳକୂଅଗୁଡ଼ିକରେ ବ୍ଲିଚିଂ ଓ କ୍ଲୋରିନେସନ୍ କାର୍ଯ୍ୟ ଚାଲିଛି।
ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ ରୋଗ ବ୍ୟାପିବାର ସଠିକ୍ କାରଣ ନିଶ୍ଚିତ କରିନାହିଁ। ପରୀକ୍ଷା ରିପୋର୍ଟ ଆସିବା ପରେ ଦୂଷିତ ପାଣି ଏହି ସଂକ୍ରମଣର ମୂଳ କାରଣ କି ନୁହେଁ ତାହା ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହ ପ୍ରତିଷେଧକ ପଦକ୍ଷେପ ଜାରି ରଖିଛି।
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ଓଡ଼ିଶା କହିଲେ ମନକୁ ଆସେ ବାତ୍ୟା, ବନ୍ୟା ଓ କାଳବୈଶାଖୀର ଚ...