ମଧ୍ୟପ୍ରାଚ୍ୟରେ ବଢୁଥିବା ଆଞ୍ଚଳିକ ଉତ୍ତେଜନା ଏବଂ ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ହର୍ମୁଜ୍ ପ୍ରଣାଳୀରେ ବଡ଼ ସାମରିକ ପଦକ୍ଷେପ ନେଇଛି। ସମୁଦ୍ରରେ ବିଛାଯାଇଥିବା ମାଇନ୍କୁ ହଟାଇବା ଏବଂ ଜାହାଜ ଚଳାଚଳକୁ ସୁରକ୍ଷିତ କରିବା ପାଇଁ ଫ୍ରାନ୍ସ ନିଜରMine Countermeasures Assetsମୁତୟନ କରିଛି।
ଫ୍ରାନ୍ସର ରାଷ୍ଟ୍ରପତିଇମାନୁଏଲ୍ ମାକ୍ରନ୍ସୋସିଆଲ ମିଡିଆ ପ୍ଲାଟଫର୍ମଏକ୍ସ (X)ରେ ସୂଚନା ଦେଇ କହିଛନ୍ତି ଯେ,ଦୁଇଟି ମାଇନ୍ ହଣ୍ଟର, ଦୁଇଟି ଫ୍ରିଗେଟ୍ ଏବଂ ଏକ ସାମୁଦ୍ରିକ ପାଟ୍ରୋଲ ବିମାନହର୍ମୁଜ୍ ପ୍ରଣାଳୀକୁ ପଠାଯାଇଛି।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର ପଥକୁ ସୁରକ୍ଷିତ ରଖିବା, ବାଣିଜ୍ୟିକ ଜାହାଜର ଅବାଧ ଚଳାଚଳ ସୁନିଶ୍ଚିତ କରିବା ଏବଂ ଆନ୍ତର୍ଜାତିକ ନୌ-ବାଣିଜ୍ୟରେ କୌଣସି ବାଧା ସୃଷ୍ଟି ନହେବାକୁ ନିଶ୍ଚିତ କରିବା।
ଫ୍ରାନ୍ସ ସରକାର କହିଛି ଯେ, ହର୍ମୁଜ୍ ପ୍ରଣାଳୀରେ ସାଧାରଣ ଜାହାଜ ଚଳାଚଳ ସ୍ୱାଭାବିକ କରିବା ପାଇଁ ସେ ନିଜର ଆନ୍ତର୍ଜାତିକ ସହଯୋଗୀ ଦେଶମାନଙ୍କ ସହ ମିଶି କାମ କରିବ।
ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି,ଜୁନ୍ ୧୭ରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ବୁଝାମଣା ଆଞ୍ଚଳିକ ସ୍ଥିରତା ଆଣିବାରେ ଏକ ସକାରାତ୍ମକ ପଦକ୍ଷେପ।ଓମାନର ସୁଲତାନଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ଏହାସହ ବ୍ରିଟେନ ଓ ଫ୍ରାନ୍ସ ଏକ ମିଳିତ ବିବୃତିରେ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସେମାନେ ଏକ ବହୁରାଷ୍ଟ୍ରୀୟ ସାମରିକ ମିଶନ ମୁତୟନ କରିବେ। ଉଭୟ ଦେଶ ଅଞ୍ଚଳରେ ସ୍ଥିରତା, ନୌଚାଳନାର ସ୍ୱାଧୀନତା, ଆନ୍ତର୍ଜାତିକ ଆଇନର ପାଳନ ଏବଂ ସାର୍ବଭୌମତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି।
ମୟୂରଭଞ୍ଜ ଜିଲ୍ଲାର ଅଢ଼େଇ ବର୍ଷ ପୁରୁଣା ଏକ ହତ୍ୟା ମାମଲାର...
ଦୀର୍ଘ କିଛି ମାସର ଅନିଶ୍ଚିତତା ପରେ ଭାରତ ଓ ବାଂଲାଦେଶ ମଧ୍...
ପାଇରେଟେଡ୍ ଫିଲ୍ମ ଓ ଓଟିଟିରେ ଉପଲବ୍ଧ ୱେବ୍ ସିରିଜ୍‌...
ଉତ୍ତର ପ୍ରଦେଶରେ ଆୟୋଜିତ ତିନି ଦିନିଆ ୯ମ ଉତ୍ତର ପ୍ରଦେଶ ଆ...
ଦେଶର ସାମରିକ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟର...
ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନକୁ ନେଇ ଚାଲିଥିବା ଅଚଳାବସ୍ଥ...
ଡାକ୍ତରମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟରେ ନୂଆପଡ଼ା ଜି...
ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ରାଜଧାନୀ ଭୁବନେଶ୍ୱରର...
ପର୍ତ୍ତୁଗାଲର ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆନ...
୨୦୨୬ ଫିଫା ବିଶ୍ୱକପ୍‌କୁ ନେଇ ସାରା ବିଶ୍ୱରେ ଉତ୍ସାହ...
ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ୦-୨ରେ ପରାଜିତ ହେବା...
'ବିକଶିତ ଭାରତ ୨୦୪୭' ଲକ୍ଷ୍ୟକୁ ଆଗେଇ ନେବା ପାଇଁ...