Flood affected residents in Bhadrak Odisha after repeated flooding

ମାସକରେ ୪ ଥର ବନ୍ୟା, ଭଦ୍ରକରେ ଦୁର୍ବିସହ ଜୀବନ

ମାସକ ମଧ୍ୟରେ ୪ ଥର ବନ୍ୟା ଆସିବାରୁ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଅନେକ ଅଞ୍ଚଳରେ ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ବନ୍ୟାଜଳ କମିଥିଲେ ମଧ୍ୟ ଅନେକ ପରିବାର ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମାସକ ମଧ୍ୟରେ ୪ ଥର ବନ୍ୟା ଆସିବା ଫଳରେ ସାଧାରଣ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲଘୁଚାପଜନିତ ବାରମ୍ବାର ବର୍ଷା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ବ୍ୟାପକ ଚାଷଜମି ନଷ୍ଟ ହୋଇଥିବା ବେଳେ ଅନେକ ପରିବାର ଘର ଛାଡ଼ି ସୁରକ୍ଷିତ ଓ ଉଚ୍ଚସ୍ଥାନକୁ ଚାଲିଯାଇଥିଲେ।

ବର୍ତ୍ତମାନ ବନ୍ୟାଜଳ କିଛି ମାତ୍ରାରେ କମିଛି। ହେଲେ ଅନେକ ଘରେ ଏବେ ବି ପାଣି ଓ କାଦୁଅ ଭରି ରହିଛି। ଘର ଭିତରେ ଶୁଖିଲା ସ୍ଥାନ ନଥିବାରୁ ପରିବାରଗୁଡ଼ିକ ଅତ୍ୟନ୍ତ କଷ୍ଟରେ ଦିନ କାଟୁଛନ୍ତି।

କେତେକ ପରିବାର ଘର ଭିତରେ ଉଚ୍ଚା କରି ତିଆରି କରାଯାଇଥିବା ଅସ୍ଥାୟୀ ମଞ୍ଚ ଉପରେ ରୋଷେଇ କରୁଛନ୍ତି। ପିଲାମାନଙ୍କ ସହ ଅନେକେ ଖଟ ଉପରେ ଦିନ କାଟୁଥିବା ବେଳେ କେତେକ ଅଞ୍ଚଳରେ ଯାତାୟାତ ପାଇଁ ଏବେ ବି ବାଉଁଶ ଭେଳାର ସାହାଯ୍ୟ ନେଉଛନ୍ତି।

ଏପଟେ ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧୀନ ଦାଧିବାମନପୁର ଗାଁରେ ବନ୍ୟାଜଳ ସହ କୁମ୍ଭୀର ଓ ସାପ ଭୟ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ସୁରକ୍ଷା ପାଇଁ କେତେକ ବନ୍ୟା ପ୍ରଭାବିତ ପରିବାର ଘର ସମ୍ମୁଖରେ ଜାଲ ଲଗାଇଛନ୍ତି।

ବନ୍ୟାର ପ୍ରକୋପ କମିଥିଲେ ମଧ୍ୟ ପ୍ରଭାବିତ ପରିବାରଙ୍କ ଦୁର୍ଦ୍ଦଶା ଦୂର ହୋଇନାହିଁ। ଏବେ ସେମାନେ ପ୍ରଶାସନର ସହାୟତା ଓ ରିଲିଫ୍‌କୁ ଅପେକ୍ଷା କରିଛନ୍ତି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+