ଦେବଗଡ଼ ବନଖଣ୍ଡ ଅଧୀନ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀର କଙ୍କାଳ ଉଦ୍ଧାର ହୋଇଛି। ଜଙ୍ଗଲରେ ହାତୀର ମୃତଦେହର ଅବଶେଷ ଦେଖି ଜଣେ ଫରେଷ୍ଟର ଏନେଇ ଦେବଗଡ଼ ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଉଦ୍ଧାର କରିବା ସହ ହାତୀର ମୃତ୍ୟୁର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି।
ଉଦ୍ଧାର ହୋଇଥିବା କଙ୍କାଳଟି ଏକ ମାଈ ହାତୀର ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ତଦନ୍ତରୁ ହାତୀଟିର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଥିବା ଅନୁମାନ କରାଯାଉଛି। ତେବେ ପ୍ରକୃତ ମୃତ୍ୟୁ କାରଣ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହିଁ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
ଏପଟେ କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧୀନ ନର୍ଲା ରେଞ୍ଜରେ ମଧ୍ୟ ଏକ ଯୁବ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। କାମେଗାଁ ବିଟ୍ ଅଧୀନ ଜାମପଦର ଓ ଖଇରମାଳ ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ହାତୀଟିର ମୃତଦେହ ମିଳିଥିଲା।
ସୂଚନା ଅନୁସାରେ, ହାତୀଟି ଗୁରୁବାର ରାତିରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ତାହାର ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାର ଏ...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...