ୟୁରୋପରେ ଚଳିତ ବର୍ଷର ଭୟଙ୍କର ଗ୍ରୀଷ୍ମପ୍ରବାହ ଚିନ୍ତା ବଢ଼ାଇଛି। ଅତ୍ୟଧିକ ଉଚ୍ଚ ତାପମାତ୍ରା ଯୋଗୁଁଜୁନ୍ ୨୧ ତାରିଖରୁ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁଘଟିଥିବା ସୂଚନା ମିଳିଛି। ଏହି ସମ୍ପର୍କରେବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ସୋସିଆଲ ମିଡିଆ ପ୍ଲାଟଫର୍ମଏକ୍ସ (X)ରେ ସୂଚନା ଦେଇଛି।
WHO ମହାନିର୍ଦ୍ଦେଶକଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ଏକ୍ସରେ କରିଥିବା ପୋଷ୍ଟରେ କହିଛନ୍ତି ଯେ, ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ୟୁରୋପରେ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି।
ସେ କହିଛନ୍ତି ଯେ,ୟୁରୋପ ପୃଥିବୀର ସବୁଠାରୁ ଦ୍ରୁତ ଉଷ୍ମ ହେଉଥିବା ମହାଦେଶ, ଯେଉଁଠାରେ ତାପମାତ୍ରା ବିଶ୍ୱ ହାରାହାରି ତୁଳନାରେ ପ୍ରାୟଦୁଇଗୁଣ ଦ୍ରୁତ ହାରରେ ବୃଦ୍ଧି ପାଉଛି। ଏହି ପରିସ୍ଥିତି ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବକୁ ସ୍ପଷ୍ଟ କରୁଛି।
WHO ଅନୁସାରେ, ୟୁରୋପର ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ଅତ୍ୟଧିକ ଗରମ ପରିସ୍ଥିତିରେ ଜୀବନ ବିତାଉଛନ୍ତି। ତୀବ୍ର ତାତି ଯୋଗୁଁ ଶହ ଶହ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ସ୍କୁଲ ବନ୍ଦ ରହିଛି ଏବଂ ବିଦ୍ୟୁତ ବ୍ୟବସ୍ଥା ଉପରେ ମଧ୍ୟ ଚାପ ବଢ଼ିବାରୁ ଗ୍ରୀଡ୍ ବାଧାପ୍ରାପ୍ତ ହେଉଛି।
ବିଶେଷଜ୍ଞମାନଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ଚରମ ପାଣିପାଗ ଘଟଣା ଆହୁରି ବଢ଼ିପାରେ। ସେଥିପାଇଁ ଦେଶଗୁଡ଼ିକୁ ତାପପ୍ରବାହ ମୁକାବିଲା ପାଇଁ ଦୀର୍ଘମିଆଦି ପଦକ୍ଷେପ ନେବା ସହ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ WHO ଆହ୍ୱାନ କରିଛି।
ଓଡ଼ିଶାର ଐତିହ୍ୟବାହୀ ସ୍ଥାପତ୍ୟମାନଙ୍କ ମଧ୍ୟରୁ ଯାଜପୁରର ପ...
ପୁରୀ ସହରର ଚକ୍ରତୀର୍ଥ ରୋଡ଼ସ୍ଥିତ ଏକ ହୋଟେଲର ସୁଇମିଂ ପୁଲ...
ନେଟଫ୍ଲିକ୍ସରେ ଆରମ୍ଭ ହୋଇଥିବା ରିଆଲିଟି ଶୋ ‘ଲକ୍ ଅ...
ଟ୍ରାଫିକ୍ ଚାଲାଣ କାଟିଥିବା ଗାଡ଼ି ମାଲିକଙ୍କ ପାଇଁ ଆସିଛି...
ଆୟରଲ୍ୟାଣ୍ଡ ବିପକ୍ଷରେ ସଦ୍ୟ ସମାପ୍ତ ଦୁଇ ମ୍ୟାଚ୍ ବିଶିଷ୍ଟ...
ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ମଙ୍ଗଳବାର ଓଡ...
ଟି-୨୦ ବିଶ୍ୱକପ୍ ୨୦୨୬ ଜିତିବା ପରେ ବିଜୟ ଧାରା ଜାରି ରହିବ...
ଓଡ଼ିଆ ଚଳଚ୍ଚିତ୍ର, ଯାତ୍ରା ଓ ମଞ୍ଚ ଜଗତର ବିଶିଷ୍ଟ ନିର୍ଦ୍...
ଫିଫା ବିଶ୍ୱକପ୍ ୨୦୨୬ରେ ସବୁଠାରୁ ବଡ଼ ଅଘଟଣ ଦେଖିବାକୁ ମିଳ...
ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ନିରାଶାଜନକ ପ୍ରଦର...
ଭାରତୀୟ କ୍ରିକେଟ ତାରକାହାର୍ଦ୍ଦିକ ପାଣ୍ଡ୍ୟାଏବଂ ମଡେଲ୍ମାହ...