DRI intensifies investigation into Odisha marijuana smuggling case after three accused sent to jail.

ମାରିଜୁଆନା ଚୋରାଚାଲାଣ ମାମଲାରେ ବଡ଼ ଆକ୍ସନ: ୩ ଅଭିଯୁକ୍ତ ଜେଲ୍, ମହିଳା ଲିଙ୍କ୍ ଓ ମାଷ୍ଟରମାଇଣ୍ଡକୁ ନେଇ ତଦନ୍ତ ଜୋରଦାର

ମାରିଜୁଆନା ଚୋରାଚାଲାଣ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେଲ୍ ପଠାଯାଇଛି। ଡିଆରଆଇ ଭୁବନେଶ୍ୱର ବିମାନବନ୍ଦର ନିକଟରୁ ଆଉ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରିଥିବାବେଳେ ମହିଳା ଲିଙ୍କ୍, କୋଟି କୋଟି ଟଙ୍କାର କାରବାର ଓ ଅନ୍ତର୍ରାଜ୍ୟ ନିଶା ନେଟୱର୍କକୁ ନେଇ ତଦନ୍ତ ଚାଲିଛି।

ମାରିଜୁଆନା ଚୋରାଚାଲାଣ ମାମଲାରେ ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯିବା ପରେ ଜେଲ୍ ପଠାଯାଇଛି। ଏହି ଅନ୍ତର୍ରାଜ୍ୟ ନିଶା କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଜାରି ରଖିଛିଡିଆରଆଇ (DRI)

ତଦନ୍ତ ବେଳେ ମାମଲାରେ ମହିଳା ଲିଙ୍କ୍ ଥିବା ସନ୍ଦେହ ଉଠିଥିବାରୁ ସେହି ଦିଗରେ ମଧ୍ୟ ଅଧିକ ତଦନ୍ତ ଚାଲିଛି। ଏହାସହ ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ଏକ ହୋଟେଲରୁ ଏହି ରାକେଟର ଆଉ ଜଣେ କଥିତ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣକ କେରଳର ୨୬ ବର୍ଷୀୟ ବୋଲି ଜଣାପଡ଼ିଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ବସ୍ ଯୋଗେ ବେଙ୍ଗାଲୁରୁକୁ ମାରିଜୁଆନା ପଠାଇବା ପାଇଁ ଯୋଜନା କରାଯାଇଥିଲା। ଏହି ଚୋରାଚାଲାଣ ପାଇଁ ଅଗ୍ରିମ ଭାବେ ପ୍ରାୟ୨ କୋଟି ଟଙ୍କାଦିଆଯାଇଥିବା ସୂଚନା ମିଳିଛି।

ଏହାସହPhonePeମାଧ୍ୟମରେ ଲକ୍ଷାଧିକ ଟଙ୍କାର ଆର୍ଥିକ କାରବାର ହୋଇଥିବା ତଦନ୍ତରେ ସାମ୍ନାକୁ ଆସିଛି। ପୂର୍ବରୁ ବ୍ୟାଙ୍କକ୍ରୁ ଭୁବନେଶ୍ୱର ଫେରୁଥିବା ସମୟରେ ଦୁଇ ଅଭିଯୁକ୍ତଙ୍କୁ ପ୍ରାୟ୫ କୋଟି ଟଙ୍କା ମୂଲ୍ୟର ମାରିଜୁଆନାସହ ଡିଆରଆଇ ଗିରଫ କରିଥିଲା।

ଏହି ମାମଲାରେ ପ୍ରଥମ ଥର ପାଇଁ ଓଡ଼ିଶା ଲିଙ୍କ୍ରେ ଜଣେ ଓଡ଼ିଆ ଯୁବକଙ୍କ ଗିରଫ ପରେ ନିଶା ଚୋରାଚାଲାଣ ନେଟୱର୍କର ଗଭୀରତା ଓ ସଂପୃକ୍ତ ବ୍ୟକ୍ତିଙ୍କୁ ନେଇ ତଦନ୍ତ ଆହୁରି ତ୍ୱରାନ୍ୱିତ କରାଯାଇଛି।

Latest News
ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌, କହିଲେ- ‘ପ୍ରଥମେ ମାଆଙ୍କୁ କ୍ଷମା ମାଗ’

ପିତାମାତାଙ୍କ ଘର ଦଖଲ କରିଥିବା ପୁଅକୁ ସୁପ୍ରିମକୋର୍ଟଙ୍କ...

ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...

NH-18ରେ ମୃତ୍ୟୁର ଫାନ୍ଦ! କଳମାରୁ ବେତନଟୀ ଯାଏଁ ୧୫ କିମି ରାସ୍ତାରେ ବଡ଼ ବଡ଼ ଖାଲ

NH-18ରେ ମୃତ୍ୟୁର ଫାନ୍ଦ! କଳମାରୁ ବେତନଟୀ ଯାଏଁ...

ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...

ଚୋରା ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର; ପାଟକୁରାରେ ଭଙ୍ଗାରୁଜା, ବିନିକାରେ ବଡ଼ ଆନ୍ଦୋଳନ ଚେତାବନୀ

ଚୋରା ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର; ପାଟକୁରାରେ...

କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...

ଓଡ଼ିଶାରେ ₹୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା! IHC ସହ ୧୪ ପ୍ରକଳ୍ପ ନେଇ ଆଲୋଚନା

ଓଡ଼ିଶାରେ ₹୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା!...

ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର ୩୫.୮୯ ଲକ୍ଷ ଲୋକ ପ୍ରଭାବିତ

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର: ୧୪ ଜିଲ୍ଲାର...

ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...

ଇଣ୍ଟରନେଟ୍ ନଥିଲେ ବି କରିପାରିବେ UPI ପେମେଣ୍ଟ; ଜାଣନ୍ତୁ କେମିତି

ଇଣ୍ଟରନେଟ୍ ନଥିଲେ ବି କରିପାରିବେ UPI ପେମେଣ୍ଟ;...

ଭୁବନେଶ୍ୱର:ଡିଜିଟାଲ୍ ପେମେଣ୍ଟ ଏବେ ଆମ ଦୈନନ୍ଦିନ ଜୀବନର ଏ...

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ ଡିଲ୍‌ ଶେଷ ପର୍ଯ୍ୟାୟରେ, ଯେକୌଣସି ସମୟରେ ବଡ଼ ଘୋଷଣା

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ...

ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩ କୋଟିରେ ବଢ଼ିବ ରେଳ ନେଟୱର୍କ

ଖଡ଼ଗପୁର-ଝାରସୁଗୁଡ଼ା ୪ ଲେନ୍‌ ରେଳପଥକୁ ମଞ୍ଜୁରୀ, ୧୦,୭୮୩...

ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+