ୱାଶିଂଟନ୍:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଜଣେ ସାମ୍ବାଦିକଙ୍କ ସହ ତୀବ୍ର ବାକ୍ବିତଣ୍ଡାକୁ ନେଇ ଚର୍ଚ୍ଚାରେ। ମଙ୍ଗଳବାର ଓଭାଲ୍ ଅଫିସ୍ରେ ଏକ କାର୍ଯ୍ୟକ୍ରମ ସମୟରେThe Independentର ହ୍ୱାଇଟ୍ ହାଉସ୍ ସାମ୍ବାଦିକ ଆଣ୍ଡ୍ରୁ ଫେନବର୍ଗଙ୍କ ପ୍ରଶ୍ନରେ ଟ୍ରମ୍ପ ଉତ୍ତେଜିତ ହୋଇ ତାଙ୍କୁ ବାରମ୍ବାର ‘Quiet, quiet’ ବୋଲି କହିଥିଲେ। ପରେ ସେ ପଚାରିଥିଲେ,‘What’s wrong with you? Are you a sick person?’
ଏହି ଘଟଣା ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏକ ନୂଆ ‘whistleblower programme’ ବିଷୟରେ ଆଲୋଚନା କରୁଥିବା ସମୟରେ ଘଟିଥିଲା। ସରକାରୀ ଠକେଇ ସମ୍ପର୍କରେ ସୂଚନା ଦେଉଥିବା ଲୋକଙ୍କୁ ୩୦ ହଜାର ଡଲାର ପର୍ଯ୍ୟନ୍ତ ପୁରସ୍କାର ଦେବା ପ୍ରସ୍ତାବ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଫେନବର୍ଗ ଏହି ଯୋଜନାର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ପୂର୍ବରୁ ଥିବା ଏକ ଆଇନ ଅନୁଯାୟୀ ମଧ୍ୟ ସରକାରୀ ଟଙ୍କା ଫେରସ୍ତ ହେଲେ ହ୍ୱିସଲ୍ବ୍ଲୋଅରଙ୍କୁ ତାହାର ଏକ ଅଂଶ ମିଳିପାରେ। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ,‘Because it’s a lot of money.’
ପରେ ଫେନବର୍ଗ ୱାଶିଂଟନ୍ର ଇଷ୍ଟ ପୋଟୋମାକ୍ ପାର୍କରେ ପ୍ରସ୍ତାବିତ ଗଲ୍ଫ୍ କୋର୍ସ ସମ୍ପର୍କରେ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ। ସେ ପ୍ରଶ୍ନ ଆରମ୍ଭ କରିବା ସମୟରେ ଟ୍ରମ୍ପ ତାଙ୍କୁ ମଝିରେ ଅଟକାଇ ‘Wait, wait, wait’ କହିବା ସହ ପରେ ‘Quiet, quiet’ ବୋଲି ଚୁପ୍ ରହିବାକୁ କହିଥିଲେ।
ଏହା ପରେ ଟ୍ରମ୍ପ କହିଥିଲେ,‘What’s wrong with you? Are you a sick person?’ଏହାର ଉତ୍ତରରେ ଫେନବର୍ଗ କହିଥିଲେ,‘Not that I know of, sir.’ଟ୍ରମ୍ପ ପୁଣି ତାଙ୍କୁ ନେଇ କିଛି ଭୁଲ୍ ଥିବା ଭାବୁଛନ୍ତି ବୋଲି କହିଥିଲେ।
ଘଟଣା ସମୟରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଫେନବର୍ଗଙ୍କ ପ୍ରଶ୍ନକୁ ‘dishonest’ ବୋଲି ସମାଲୋଚନା କରିଥିଲେ। ପରେ ଭାନ୍ସ ସୋସିଆଲ ମିଡିଆ ‘X’ରେ ଘଟଣାର ଏକ ଭିଡିଓ ସେୟାର କରି ଫେନବର୍ଗଙ୍କୁ ଆକ୍ରମଣ କରିଥିଲେ।
ଭାନ୍ସଙ୍କ ପୋଷ୍ଟର ଜବାବରେ ଫେନବର୍ଗ କହିଥିଲେ ଯେ, ଯଦି ତାଙ୍କୁ ଅପମାନ କରାଯାଉଛି, ତେବେ ଭାନ୍ସଙ୍କୁ ତାଙ୍କ ଆକାଉଣ୍ଟକୁ ଟ୍ୟାଗ୍ କରି ସେହି କଥା କହିବାର ସାହସ ଦେଖାଇବା ଉଚିତ।
ଏହି ଘଟଣା ପୁଣିଥରେ ଟ୍ରମ୍ପ ଓ ଗଣମାଧ୍ୟମ ମଧ୍ୟରେ ଦୀର୍ଘଦିନର ତିକ୍ତ ସମ୍ପର୍କକୁ ଚର୍ଚ୍ଚାକୁ ଆଣିଛି। ଟ୍ରମ୍ପ ତାଙ୍କ ଦୁଇ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ସହ ସାର୍ବଜନୀନ ଭାବେ ତୀବ୍ର ବାକ୍ବିତଣ୍ଡାରେ ଜଡ଼ିତ ହୋଇଛନ୍ତି।
ଆନ୍ଧ୍ରର ନିର୍ବାଚନ ଘୋଷଣା ପରେ ପୁଣି ଚର୍ଚ୍ଚାରେ କୋଟିଆ...
ଶ୍ୟାମପୁରର ଦୁର୍ଗାପୂଜା କାହିଁକି ନିଆରା? ଦୁର୍ଗାପୂଜା...
ବଙ୍ଗୋପସାଗର ଉପରେ ପୁଣି ଏକ ନୂଆ ପାଣିପାଗ ପ୍ରଣାଳୀ ଗଠନ ନେ...
ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ବଲିଉଡ୍ ଅଭିନ...
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଟକ ଜଗତପୁର ମହ...
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସୋସିଆଲ ମିଡିଆ ଓ...
ରିଲ୍ସରେ ବ୍ୟସ୍ତ ବାପା-ମା’, ଲହଡ଼ି ନିକଟରେ ଛୁଆ...
ପାରମ୍ପରିକ ରୀତିନୀତିରେ ଆରମ୍ଭ ହେବ ଯାତ୍ରା ପଟଖଣ୍ଡା ଯ...