ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ପୁଣିଥରେ ଜୋର ଧରିଛିସିବିଆଇ ତଦନ୍ତଦାବି। ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକାଦୀପାଳି ଦାସରାଜ୍ୟ ସରକାରଙ୍କୁ ତଦନ୍ତର ଅଗ୍ରଗତି ନେଇ ପ୍ରଶ୍ନ କରିବା ସହ ପୁଣିଥରେ ସିବିଆଇ ତଦନ୍ତ ପାଇଁ ଦାବି ଉଠାଇଛନ୍ତି।
ଦୀପାଳି ଦାସ କହିଛନ୍ତି ଯେ, ପ୍ରାୟ ଏକ ବର୍ଷ ପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଙ୍କୁ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ଲିଖିତ ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ଦାବି ଉପରେ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇନାହିଁ।
ତାଙ୍କ କହିବା ଅନୁଯାୟୀ,"ପ୍ରତିଥର ତଦନ୍ତ ଚାଲିଛି ବୋଲି କୁହାଯାଉଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଆମକୁ କୌଣସି ତଦନ୍ତ ରିପୋର୍ଟ କିମ୍ବା ଅଗ୍ରଗତି ସମ୍ପର୍କରେ ସୂଚନା ମିଳିନାହିଁ।"
ଦୀପାଳି ଦାସ ଆହୁରି କହିଛନ୍ତି ଯେ, ବିଜେପି ବିରୋଧୀ ଦଳରେ ଥିବା ସମୟରେ ଏହି ହତ୍ୟାକାଣ୍ଡକୁ ନେଇ ବହୁ ପ୍ରଶ୍ନ ଉଠାଇଥିଲା। କିନ୍ତୁ ବର୍ତ୍ତମାନ ସରକାରକୁ ଆସିବା ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଆସିନଥିବା ସେ ଅଭିଯୋଗ କରିଛନ୍ତି।
ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ତଥା ସାଂସଦମନମୋହନ ସାମଲକହିଛନ୍ତି ଯେ, ସରକାର ଏହି ମାମଲାର ସମସ୍ତ ଦିଗକୁ ଗୁରୁତ୍ୱର ସହ ଯାଞ୍ଚ କରୁଛନ୍ତି ଏବଂ ଆଇନ ବିଭାଗ ମଧ୍ୟ ଏହାର ତଦନ୍ତ କରୁଛି।
ସେ କହିଛନ୍ତି,"ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଏକ ଗୁରୁତର ଘଟଣା। ମାମଲାର ପ୍ରତ୍ୟେକ ଦିଗକୁ ଖତିଆନ କରାଯାଉଛି ଏବଂ ସମସ୍ତଙ୍କୁ ନ୍ୟାୟ ମିଳିବ।"
ଉଲ୍ଲେଖଯୋଗ୍ୟ ଯେ,୨୯ ଜାନୁଆରୀ ୨୦୨୩ରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ତତ୍କାଳୀନ ପୋଲିସଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନରେ ଭୁଶୁଡ଼ି ପଡ଼ିଥିବା ଏକ P...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...